ମଣିପୁରର ଇମା ମାର୍କେଟ ଯେଉଁଠି ଆପଣ ପାଇବେ କେବଳ ମହିଳା ଦୋକାନୀ


ମଣିପୁରର ରାଜଧାନୀ ଇମ୍ଫାଲରେ ଏପରି ଏକ ବଜାର ରହିଛି ଯେଉଁଠି ଆପଣ କେବଳ ମହିଳା ଦୋକାନୀମାନଙ୍କୁ ଦେଖିପାରିବେ । ଏହି ବଜାରରେ ନାମ ଇମା ମାର୍କେଟ ରହିଛି । ଏହି ବଜାରରେ ପ୍ରତ୍ୟେକ ଦୋକାନ ତଥା ବଡ କିମ୍ବା ଛୋଟ ଦୋକାନ ଆପଣ ପାଇବେ କେବଳ ମହିଳା । ଇମା ମାର୍କେଟ ପାଇଁ ସ୍ୱତନ୍ତ୍ରଭାବେ ମଣିପୁର ସରକାର ପୁରୁଷ ଦୋକାନୀଙ୍କ ପାଇଁ ନିୟମ ପ୍ରସ୍ତୁତ କରିଛନ୍ତି ଯଦି ସେଠାକାର ବଜାରରେ କୌଣସି ପୁରୁଷ ଦୋକାନୀ ଦେଖାଯାଇଥାଏ ତେବେ ସେମାନଙ୍କୁ ଦଣ୍ଡ ମଧ୍ୟ ଦିଆଯାଇଥାଏ । ତେଣୁ ଏହି ବଜାରରେ କୌଣସି ପୁରୁଷ ଦୋକାନୀ ଦେଖାଯାଆନ୍ତି ନାହିଁ । ଏହା ମଧ୍ୟ ସମସ୍ତ ମହିଳା ଚାଲାଉଥିବା ଏସିଆର ବୃହତ୍ତମ ବଜାର ଅଟେ ।
ଏହି ବଜାରକୁ ବହୁ ପର୍ଯ୍ୟଟକ ପରିଦର୍ଶନ ପାଇଁ ଆସିଥାନ୍ତି । ଏହା ୧୬ତମ ସେଞ୍ଚୁରିରେ ପ୍ରତିଷ୍ଠା ହୋଇଥିବା ବଜାର ଯେଉଁଠାରେ ସମ୍ପୂର୍ଣ୍ଣ ୫୦୦୦ରୁ ୬୦୦୦ ମହିଳା ଦୋକାନୀ ବିଭିନ୍ନ ପ୍ରକାରର ଉତ୍ପାଦ ବିକ୍ରି କରିଥାନ୍ତି । ଏହି ବଜାରରେ ପରିବା, ଫଳ, ଟେକ୍ସଟାଇଲ, ଖେଳନା, ମାଛ, ମସଲା, ବାସନ କୁସନ ପରି ଉତ୍ପାଦ ଉପଲବ୍ଧ ହୋଇଥାଏ । ଇମା ମାର୍କେଟ ରବିବାର ଦିନ ଖୋଲା ରହୁଥାଏ ଏବଂ ପ୍ରତ୍ୟେକ ରବିବାରରେ ଏହି ବଜାର କୌଣସି ମେଳାଠାରୁ କମ ଲାଗିନଥାଏ । ସେଠାରେ ଫାଷ୍ଟଫୁଡ ଠାରୁ ପ୍ରାରମ୍ଭ କରି ସମସ୍ତ ପ୍ରକାରର ଖାଦ୍ୟ ଉତ୍ପାଦର ଦୋକାନ ମଧ୍ୟ ରହିଛି ।


Share It

Comments are closed.