ଶରୀରର ପାଇଁ ହିତକର କଖାରୁ ମଞ୍ଜି, ଏଥିରେ ରହିିଛି ଭରପୁର ନ୍ୟୁଟ୍ରିଏଣ୍ଟ


କଖାରୁର ମଞ୍ଜି ବହୁ ଲୋକେ ଫୋପାଡି ଦେଉଥିବା ବେଳେ ଏହା ଖାଇବା ଦ୍ୱାରା ଶରୀର ପାଇଁ ଖୁବ ହିତକର ହୋଇଥାଏ । ଏହା ନ୍ୟୁଟ୍ରିସନର ଏକ ଉତ୍ତମ ସ୍ରୋତ ଅଟେ । ଆପଣ ପ୍ରତିଦିନ ନିଜ ଖାଦ୍ୟରେ ପମ୍ପକିନ ସିଡ ବା କଖାରୁ ମଞ୍ଜି ସାମିଲ କରନ୍ତୁ ଏବଂ ଦେଖନ୍ତୁ ଏହା ଆପଣଙ୍କ ଶରୀରରେ କଣ ପରିବର୍ତ୍ତନ ଦେଖାଉଛି । ଜାଣନ୍ତୁ ଏହା କାହିଁକି ଏତେ ଉପକାରୀ . . . . .
୧. ମ୍ୟାଗ୍ନେସିୟମରେ ଭରପୁର – ଏଥିରେ ମ୍ୟାଗ୍ନେସିମ ଭରପୁର ମାତ୍ରାରେ ଥିବାରୁ ଏହା ରକ୍ତ ଚାପ, ରକ୍ତ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏବଂ ଏହା ହାର୍ଟ ଏବଂ ବୋନ ପାଇଁ ମଧ୍ୟ ଖୁବ ଭଲ ।
୨. ଏହା ଆଣ୍ଟି-ଡିସପେରାଣ୍ଟ ଗୁଣରେ ଭରପୁର – କଖାରୁ ମଞ୍ଜିରେ ଭରପୁରମାତ୍ରାରେ ଏମିନୋ ଏସିଡ ରହିଛି ଯାହା ଡିପ୍ରେସନ ପରି ରୋଗରୁ ମୁକ୍ତି ପ୍ରଦାନ କରିବାରେ ସାହାଯ୍ୟ କରିଥାଏ ।
୩. ଋକ୍ତ ଶର୍କରାରେ ନିୟନ୍ତ୍ରଣ – ଏଥିରେ ଥବା ଫେନୋଲିକ ଅକ୍ସିଡାଣ୍ଟ କମ୍ପାଉଣ୍ଡ ରକ୍ତ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରରେ ଇନସୁଲିନର ମାତ୍ରା ମଧ୍ୟ ବୃଦ୍ଧି କରିଥାଏ ।
୪. କେଶର ବୃଦ୍ଧି କରିଥାଏ – ଏଥିରେ ଥିବା ଏନାବୋଲିକ ଗୁଣ କେଶର ଝଡା ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।
୫. ଜିଙ୍କରେ ଭରୁପୁର – କଖାରୁ ମଞ୍ଜିରେ ଅନ୍ୟ ନ୍ୟୁଟ୍ରିଏଣ୍ଟ ସହିତ ଜିଙ୍କରେ ଭରପୁର । ଏହା ଉଭୟ ବ୍ରେନ ଏବଂ ତ୍ୱଚା ପାଇଁ ଖୁବ ଭଲ । ଜିଙ୍କ ମଧ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ବେଳେ କଖାରୁ ମଞ୍ଜି ଜିଙ୍କର ଏକ ଉତ୍ତମ ସ୍ରୋତ ।


Share It

Comments are closed.