ଅକ୍ଟୋବର ୭ ରେ ରିଲିଜ ହେବ ରସ୍ମିକା ଏବଂ ଅମିତାବଙ୍କ ଫିଲ୍ମ ଗୁଡ ବାଏ


ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ରସ୍ମିକା ମନ୍ଦନା ଏବଂ ବଲିଉଡର ଖୁବ ଦିଗଜ ଅଭିନେତା ଅମିତାବ ବଚ୍ଚନଙ୍କ ଫିଲ୍ମ ଗୁଡବାଏ ଅକ୍ଟୋବର ୭, ୨୦୨୨ରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ମାଧ୍ୟମରେ ରସ୍ମିକା ବଲିଉଡ ଜଗତରେ ପ୍ରବେଶ କରିବାକୁ ଯାଉଛନ୍ତି ।
ଏହି ଫିଲ୍ମରେ ଅନ୍ୟ କାଷ୍ଟିଂ ମଧ୍ୟରେ ନୀନା ଗୁପ୍ତା ଏବଂ ପଭାଲି ଗୁଲାଟୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଏହି ଫିଲ୍ମଟି ଏକ ପାରିବାରିକ ଡ୍ରାମା । ଏଥିରେ ବିଭିନ୍ନ ଅଭିନେତାଙ୍କ ମଧ୍ୟରେ ଇଲି ଆଭରରାମ, ସୁନିଲ ଗ୍ରୋଭର ଏଭଂ ସାହିଲ ମେହତା ଅଛନ୍ତି ।
ବିକାଶ ଭଲର ଗୁଡବାଏ ଫିଲ୍ମଟି ଏକତା ଆର କପୁରଙ୍କ ପ୍ରଡକ୍ସନ ହାଉସର ଅଟେ । ଆଗକୁ ମଧ୍ୟ ରସ୍ମିକା ରଣବୀରଙ୍କ ବିପକ୍ଷରେ ଆନିମଲ ପିଲ୍ମରେ ନଜର ଆସିବେ ।ଦକ୍ଷିଣ ଭାରତରେ ସେ ପୁଷ୍ପା, ଗୀତା ଗୋବିନ୍ଦମ, ସରିଲେରୁ ନିକାଭେରୁ, ଡିଅର କମରେଡ, ଭିଷ୍ମା, ସୁଲତାନ, ଅଞ୍ଜଳୀ ପୁତ୍ର ପରି ସୁପରହିଟ ଫିଲ୍ମରେ ନିଜର ନିଖୁଣ ଅଭିନୟ ଦେଖାଇଛନ୍ତି । ରସ୍ମିକା ୨୦୧୭ରେ ଅଞ୍ଜଳୀ ପୁତ୍ର ମାଧ୍ୟମରେ ଦକ୍ଷିଣ ଭାରତରେ ଫିଲ୍ମ ଜଗତରେ ପାଦ ଦେଇଥିଲେ ।

 


Share It

Comments are closed.