ରିଲିଜ ହେଲା ମଣିକର୍ଣ୍ଣିକାର ଟ୍ରେଲର


କଙ୍ଗନା ରାଣାୱତଙ୍କ ଆଗାମୀ ଏøତିହାସିକ ଡ୍ରାମା ଫିଲ୍ମ ମଣି କର୍ଣ୍ଣିକାର- ଦ କୁଇନ ଅଫ ଝାନସୀର ଟ୍ରେଲର ଆଜି ରିଲିଜ ହୋଇଯାଇଛି । ଏହି ଫିଲ୍ମର ଟ୍ରିଜର ପୂର୍ବ ମାସରେ ରିଲିଜ ହୋଇଥିବା ବେଳେ ଖୁବ ସକରାତ୍ମକ ପ୍ରତିକ୍ରିୟା ପାଇପାରିଥିଲା । ଫିଲ୍ମଟି ଭାରତୀୟ ଯୋଦ୍ଧା ଝାନସୀ ରାଣୀ ଲକ୍ଷ୍ମୀ ବାଇଙ୍କ ସଂଘର୍ଷମୟ ଜୀବନ କାହାଣୀ ଉପରେ ଆଧାରିତ । ଏହା ୧୮୫୭ ସମୟରେ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ରାଣୀ ଲକ୍ଷ୍ମୀବାଇଙ୍କ ଯୁଦ୍ଧ ସମ୍ପର୍କରେ ରହିଛି । କଙ୍ଗନାଙ୍କ ଏହି ଫିଲ୍ମଟି ବହୁ ଚର୍ଚ୍ଚା ହୋଇଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହେବ ବୋଲି ଆଶା କରାଯାଉଛି ।
ଏହି ଫିଲ୍ମରେ କଙ୍ଗନାଙ୍କ ବ୍ୟତୀତ ତାନ୍ତିଆ ଟୋପେ ଭୂମିକାରେ ଅତୁଲ କୁଲକର୍ଣ୍ଣି, ବାଜିରାଓ ଭୂମିକାରେ ସୁରେଷ ଓବରଏ, ନାନା ସାହେବ ଭୂମିକାରେ ଡ୍ୟାନି ଦେନଜୋଙ୍ଗପା, ଗଙ୍ଗାଧାର ରାଓ ଭୂମିକାରେ ଜିସୁ ସେନଗୁପ୍ତା ଏବଂ ଝଲକରୀ ବାଇ ଭୂମିକାରେ ଅଙ୍କିତା ଲୋଖଣ୍ଡେ ନଜର ଆସିବେ । ଏହି ଫିଲ୍ମଟି ଜାନୁଆରୀ ୨୫,୨୦୧୯ରେ ସିନେମା ହଲକୁ ଆସିବ । ଏହି ଫିଲ୍ମଟି ହିନ୍ଦି,ତେଲୁଗୁ ଏବଂ ତାମିଲ ଭାଷାରେ ସମଗ୍ର ଭାରତରେ ରିଲିଜ ହେବ । ଫିଲ୍ମଟିର ନିର୍ଦ୍ଦେଶନା ଭାର କ୍ରିସ ଏବଂ କଙ୍ଗନା ରାଣାୱତ ନେଇଥିବା ବେଳେ ଏହାର ଜି ଷ୍ଟୁଡିଓ, ନିଶାନ୍ତ ପିତ୍ତି, କମଲ ଜୈନ ଏହାର ପ୍ରଯୋଜନା କରଛନ୍ତି । ଏହାର ସଂଗୀତ ଲୋକପ୍ରିୟ ଗିତୀକାର ଶଙ୍କର ଏହସାନ ଲୟ ଦେଇଛନ୍ତି ।
ଏହାର ଟ୍ରେଲର ରିିଲିଜ ସମ୍ପର୍କରେ କଙ୍ଗନା କହିଛନ୍ତି ଯେ, ଏହି ଫିଲ୍ମର ଟ୍ରେଲରଟି ଭିନ୍ନ । ଆମ୍ଭମାନଙ୍କର ମାର୍କେଟିଙ୍ଗ ଟିମ ଏହାର ରିଲିଜ ପାଇଁ ଖୁବ ଉତ୍ସାହିତ । ଏବଂ ଏହାକୁ ଏକ ବିରାଟ ବିବାହ ପରି ପାଳନ କରିବାକୁ ଚାହୁଁଛୁ ।


Share It

Comments are closed.