ସିଂହ ରାଶିରେ ପ୍ରବେଶ କରିବେ ମଙ୍ଗଳ: ଏହି ୫ଟି ରାଶି ରୁହନ୍ତୁ ସତର୍କ


ଗ୍ରହମାନେ ସେମାନଙ୍କର ସ୍ଥିତି ପରିବର୍ତ୍ତନ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟ ନେଇଥାଆନ୍ତି । ଯେ କୌଣସି ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରନ୍ତି । ସେତେବେଳେ ୧୨ଟି ରାଶି ଉପରେ ଏହାର ପ୍ରଭାବ ପଡିଥାଏ। ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖିଛୁ ଯେ,ସିଂହ ରାଶିରେ ମଙ୍ଗଳ ଜୁଲାଇ ୧ରେ ଚଳନ କରିବାକୁ ଯାଉଛନ୍ତି। ଏବଂ ଏହି ସମୟରେ ଶନି ମଧ୍ୟ କୁମ୍ଭ ରାଶିରେ ଚଳନ କରିବେ । ଯାହାର କୁ ପ୍ରଭାବ ୫ଟି ରାଶି ଉପରେ ପଡିବାକୁ ଯାଉଛି । ତେବେ, ଏହି ୫ ରାଶିଙ୍କ ଲୋକଙ୍କ ଭାଗ୍ୟରେ ଖରାପ ସମୟ ସୃଷ୍ଟି ହେବାକୁ ଯାଉଛି । ହେବାକୁ ଥିବା କାମ ମଧ୍ୟ ବିଗିଡିବ । ଯଥା ସମ୍ଭବ ଆପଣଙ୍କୁ ସାବଧାନର ସହକାରେ ଚଳିବାକୁ ପଡିବ। ତେବେ,ଆସନ୍ତୁ ଜାଣିବା ଏହି ୫ଟି ରାଶି ବିଷୟରେ…

ମୀନ: ମଙ୍ଗଳ ଓ ଶନି ନିଜର ରାଶି ପରିବର୍ତ୍ତନ କରିବାକୁ ଥିବା ବେଳେ ମୀନ ରାଶି ଲୋକଙ୍କ ଉପରେ ଏହାର ଖରାପ ପ୍ରଭାବ ପଡି଼ବ। ହେବାକୁ ଥିବା କାମ ମଧ୍ୟ ବିଗିଡିଯିବ। କର୍ମ କ୍ଷେତ୍ରରେ ଛୋଟମୋଟ କଥାକୁ ନେଇ ସହକର୍ମୀଙ୍କ ସହ ଝଗଡା ହେବ। ଯାହା ଆପଣଙ୍କ କାର୍ଯ୍ୟ ଉପରେ ବାଧା ସୃଷ୍ଟି କରିପାରେ । ଏପରିକି କାର୍ଯ୍ୟାଳୟରେ ହେବାକୁ ଥିବା ପଦୋନ୍ନତି ମଧ୍ୟ ଆପଣଙ୍କର ଅଟକି ରହିବ । ଯେତେ ସମ୍ଭବ ଆପଣଙ୍କ କ୍ରୋଧକୁ ଆପଣ ନିୟନ୍ତ୍ରଣରେ ରଖନ୍ତୁ। ଏହି ସମୟରେ ଆପଣଙ୍କ ଶତ୍ରୃମାନେ ମଧ୍ୟ ବେଶ ସକ୍ରିୟ ରହିବେ ।

କର୍କଟ: ମଙ୍ଗଳ ଓ ଶନିଙ୍କ ରାଶି ପରିବର୍ତ୍ତନର ବଡ଼ ପ୍ରଭାବ ଏହି ୩ ରାଶି ଉପରେ ପଡିବ । ଜୁଲାଇ ୧ରୁ ଏହି ରାଶିରେ ଲୋକଙ୍କ ପାଇଁ ଖରାପ ସମୟ ଆରମ୍ଭ ହେବାକୁ ଯାଉଛି । ଖାସ୍ କରି ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ଦେଖିଚାହିଁ ଲୋକଙ୍କ ସହ କଥାବାର୍ତ୍ତା କରନ୍ତୁ । ଏହି ସମୟରେ ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ । ଏହି ସମୟରେ ଆପଣ ଯଦି କୌଣସି ନୂଆ ବ୍ୟବସାୟ ଆରମ୍ଭ କରୁଛନ୍ତି , ତେବେ ଆପଣଙ୍କୁ କ୍ଷତି ସହିବାକୁ ପଡିବ । ଘରେ ଅଯଥାରେ ଅଶାନ୍ତି ଲାଗି ରହିବ । ଏପରିକି ଅଯଥା ଅଶାନ୍ତି କାରଣରୁ ଆପଣଙ୍କ ଦାମ୍ପତ୍ୟ ଜୀବନରେ ମଧ୍ୟ ଝଡ଼ ଆସିପାରେ । ଏହି ସମୟରେ ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ଛାଡି଼ ଯାଇପାରନ୍ତି । କୌଣସି ଶୁଭ କାର୍ଯ୍ୟ ମଧ୍ୟ ଆରମ୍ଭ କରନ୍ତୁ ନାହିଁ ।

ମେଷ: ଆସନ୍ତାମାସ ଠାରୁ ଏମାନଙ୍କର ଖରାପ ସମୟ ଆରମ୍ଭ ହେବ। ଗାଡି଼ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ନଚେତ ଆପଣ ବଡ଼ ଦୁର୍ଘଟଣାର ସାମ୍ନା କରିପାରନ୍ତି। ଏହି ସମୟ ମଧ୍ୟରେ ଆପଣ କୌଣସି କୋଟ କଚେରୀ ମାମଲାରେ ଛନ୍ଦି ହୋଇପାରନ୍ତି । ଆର୍ଥିକ କ୍ଷେତ୍ରରେ ଆପଣ ଦୁର୍ବଳ ହୋଇପାରନ୍ତି । ଧାର କରଜରେ ଆପଣ ବୁଡି ରହିବେ। ଏବଂ ଏହି ସମୟରେ ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ନଚେତ ଆପଣଙ୍କ ମିତ୍ର ମାନେ ବି ଶତ୍ରୃ ହୋଇପାରନ୍ତି। ସ୍ବାସ୍ଥ୍ୟ ଆପଣଙ୍କର ଏହି ସମୟରେ ବିଶେଷ ଖରାପ ରହିବ। ବ୍ୟବସାୟରେ ବଡ କ୍ଷତି ସହିପାରନ୍ତି।

କନ୍ୟା: ଏହି ରାଶିର ଲୋକଙ୍କ ପାଇଁ ଖରାପ ସମୟ ଜୁଲାଇ ୧ରୁ ଆରମ୍ଭ ହେବ । ଏହି ଅବଧି ମଧ୍ୟରେ ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। ନଚେତ ଆପଣଙ୍କୁ ବିରାଟ କ୍ଷତି ସହିବାକୁ ପଡିବ। ଛୋଟ ମୋଟ କଥାକୁ ନେଇ ଆପଣ ଆଇନର ଜାଲରେ ଫସି ପାରନ୍ତି । କୋର୍ଟ କଚେରୀମାମଲାରେ ଆପଣଙ୍କ ପିଛା ଛାଡିବ ନାହିଁ। କାର୍ଯ୍ୟାଳୟରେ ଆପଣଙ୍କର ହେବାକୁ ଥିବା ପଦୋନ୍ନତି ମଧ୍ୟ ଅଟକି ଯିବ। କେବଳ ସେତିକି ନୁହେଁ, ଦାରିଦ୍ରତା ଆପଣଙ୍କ ପିଛା ଛାଡିବ ନାହିଁ । ଘରେ ଅନବରତଃ କଳହ ଲାଗି ରହିବ। ତେଣୁ ଆପଣଙ୍କୁ ସାବଧାନ୍ ରହିବାକୁ ପଡିବ।

ମକର: ମଙ୍ଗଳ ଏବଂ ଶନିଙ୍କ ଚଳନ ଏହି ରାଶି ପାଇଁ ବଡ ସମସ୍ୟା ସୃଷ୍ଟି କରିବ । ଅଯଥାରେ ଆପଣଙ୍କ ଟଙ୍କା ଖର୍ଚ୍ଚ ହେବ । ଗାଡି ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ପରିବାରରେ ଅଶାନ୍ତି ଦେଖାଯିବ ଏବଂ ଏପରିକି ଦାମ୍ପତ୍ୟ ଜୀବନରେ ଆପଣଙ୍କ ଜୀବନ ସାଥୀ ଆପଣଙ୍କ ଠାରୁ ଦୂରେଇ ଯାଇପାରନ୍ତି।


Share It

Comments are closed.