କରୋନାରେ ଆକ୍ରାନ୍ତ ହେଲେ ଅଭିନେତା ମନ୍ଦାର ଚନ୍ଦବାଦକର


କରୋନା ଭାଇରସ ପୁଣି ନିଜ ପ୍ରକୋପ ଦେଖାଇବା ଆରମ୍ଭ କରିଦେଲାଣି। ଟିଭି ତଥା ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। କମେଡି ଧାରାବାହିକ ‘ତାରକ ମେହତା କା ଉଲଟା ଚଷମା’ର ଭିଡ଼େ ମାଷ୍ଟର ଅର୍ଥାତ ଅଭିନେତା ମନ୍ଦାର ଚନ୍ଦବାଦକର କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ଶୁକ୍ରବାର ଦିନ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।

ସୂତ୍ର ଅନୁଯାୟୀ, ଗତ ସପ୍ତାହେ ହେଲା ତାଙ୍କର ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଥିଲା। ଧୀରେ ଧୀରେ ତାଙ୍କ ସମସ୍ୟା ବଢିଥିଲା। ସେ ଡାକ୍ତରଙ୍କୁ ପରାମର୍ଶ କରିବାରୁ ଡାକ୍ତର କରୋନା ଯାଞ୍ଚ କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କର କରୋନା ଯାଞ୍ଚ ରିପୋର୍ଟ ପଜିଟିଭ ଆସିଛି। ଭିଡ଼େ ମାଷ୍ଟର କରୋନାରେ ସଂକ୍ରମିତ ହେବାପରେ ଧାରାବାହିକ ନିର୍ମାତା ବର୍ତ୍ତମାନ ଚିନ୍ତାରେ। ଏହା ପୂର୍ବରୁ ଧାରାବାହିକରେ ସୁନ୍ଦର ଲାଲଙ୍କ ଚରିତ୍ରରେ ଅଭିନୟ କରୁଥିବା ମୟୁର ବକନାନି ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ମୟୁର ବକନାନି ଦୁଇ ସପ୍ତାହ ଯାଏଁ ଜ୍ୱରରେ ପୀଡିତ ଥିଲେ। ଏହାପରେ ସେ କରୋନା ଯାଞ୍ଚ କରିବାରୁ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଆଉ କିଛି ଲକ୍ଷଣ ପରିଲକ୍ଷିତ ହେବାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


Share It

Comments are closed.