କରୋନାରେ ଆକ୍ରାନ୍ତ ହେଲେ ମହାରାଷ୍ଟ୍ରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନ


ମହାରାଷ୍ଟ୍ରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟ ପିଡବ୍ଲୁଡି ମନ୍ତ୍ରୀ ଅଶୋକ ଚଭନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ମହାରାଷ୍ଟ୍ର ସରକାରରେ ଦ୍ୱିତୀୟ କରୋନା ସଂକ୍ରମିତ ମନ୍ତ୍ରୀ ଅଟନ୍ତି । ଏହା ପୂର୍ବରୁ ମନ୍ତ୍ରୀ ଜିତେନ୍ଦ୍ର ଅହୱାଡ କରୋନା ସଂକ୍ରମିତ ହୋଇଥିଲେ । ମିଳିଥିବା ସୂଚନା ମୁତାବକ, କଂଗ୍ରେସର ଏହି ବରିଷ୍ଠ ନେତା ମୁମ୍ବାଇରୁ ମରାଠାୱାଡାସ୍ଥିତ ନିଜ ଘରକୁ ନିୟମିତ ଯାତ୍ରା କରନ୍ତି । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ଆଶୋକ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ପ୍ରଥମେ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଥିବାବେଳେ ବର୍ତ୍ତମାନ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି ।
ଏହାର ପୂର୍ବରୁ ସମାଜବାଦୀ ପାର୍ଟି କଂଗ୍ରେସ ନେତା ତଥା ମହାରାଷ୍ଟ୍ର ସରକାରର ଆବାସ ମନ୍ତ୍ରୀ ଜିତେନ୍ଦ୍ର ଅହୱାଦ କରୋନା ଭାଇରାସରେ ଆକ୍ରାନ୍ତ ହୋଇଥିଲେ । ସେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଦୁଇ ସପ୍ତାହରୁ ଅଧିକ ସମୟ ହେବା ଚିକିତ୍ସାଧୀନ ଅବସ୍ଥାରେ ଭର୍ତ୍ତି ଥିଲେ । ବର୍ତ୍ତମାନ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


Share It

Comments are closed.