ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଶିବସେନା, ଏନସିପି ଏବଂ କଂଗ୍ରେସ ମଧ୍ୟରେ ମହାମେଣ୍ଟ ହେବାର ଅନେକ ସମ୍ଭାବନା ରହିଥିବାବେଳେ ବର୍ତ୍ତମାନ ଆଲୋଚନା ଶେଷ ପର୍ଯ୍ୟାୟରେ ଆସିକି ପହଞ୍ଚିଛି ବୋଲି ତିନୋଟି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଏହି ମଧ୍ୟରେ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ଶିବସେନାରୁ ହିଁ ହେବ ବୋଲି ସୂଚନା ଏନସିପି ପକ୍ଷରୁ ସୂଚନା ଦିଆଯାଇଛି ।
ଏନସିପିର ଜଣେ ବରିଷ୍ଠ ନେତା ସୂଚନା ଦେଇ କହିଛନ୍ତି ଯେ, “ଆଗାମୀ ମୁଖ୍ୟମନ୍ତ୍ରୀ ଶିବସେନାରୁ ହିଁ ହେବ ଏବଂ ଶିବସେନାର ଆତ୍ମସମ୍ମାନକୁ ବଜାୟୀ ରଖିବା ଆମର ଦାୟିତ୍ୱ କାରଣ ସେ ପୁରୁଣା ମହାମେଣ୍ଟକୁ ଛାଡି ଦେଇଛି । କଂଗ୍ରେସ ସରକାରର ଅଂଶ ହେବେ କିମ୍ବା ସେ ବାହ୍ୟ ସମର୍ଥନ ଦେବେ ତାହା ଖୁବ ଶୀଘ୍ର ନିଷ୍ପତି ନିଆଯିବ ।”
ସରକାର ଗଢିବାର ଗତିବିଧି ସେ ସମୟରେ ବଢିଯାଇଥିଲା ଯେଉଁ ସମୟରେ ଶରଦ ପାୱାର ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରିବା ପାଇଁ ଆଶା ଜଗାଇଥିଲେ । ସେପଟେ ମହାରାଷ୍ଟ୍ରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାୱିସ, ‘ବିଜେପି ଛଡା ରାଜ୍ୟରେ ଆଉ କେହିବି ସରକାର ଗଠନ କରିପାରିବେ ନାହିଁ’ ବୋଲି କହି ନିଜ ନବନିର୍ବାଚିତ ବିଧାୟକଙ୍କୁ ସମ୍ବୋଧିତ କରିଥିବାବେଳେ ମଙ୍ଗଳବାର ଦିନ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି ।
ତେବେ ଏହି ମଧ୍ୟରେ ଶିବସେନା ମୁଖପାତ୍ର ସଞ୍ଜୟ ରାୱତ ଟ୍ୱିଟ କରି ଫିଲ୍ମି ଷ୍ଟାଇଲରେ କହିଛନ୍ତି ଯେ, “ବନ୍ଦେ ହେ ହମ ଉସକେ ହମପେ କିସକା ଜୋର, ଉମିଦୋକେ କିରଣ ନିକଲେ ଚାରୋ ଓର ”
Prev Post
Comments are closed.