ଡେଙ୍ଗୁରେ ଆକ୍ରାନ୍ତ ଅଛନ୍ତି ସୁଶାନ୍ତ


ନିକଟ କିଛି ଦିନ ତଳେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ‘ଡ୍ରାଇଭ’ ନେଟଫ୍ଲିକ୍ସରେ ରିଲିଜ ହୋଇଥିବାବେଳେ ଏହି ଫିଲ୍ମରେ ସୁଶାନ୍ତଙ୍କ ବିପରୀତରେ ରହିଛନ୍ତି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ । ଏହି ଫିଲ୍ମଟି ଦର୍ଶକଙ୍କୁ ସେତେଟା ପସନ୍ଦ ଆସିପାରିନଥିବାବେଳେ ଅନ୍ୟପଟେ ନିର୍ମାତ କରଣ ଜୋହର ଏବଂ ସୁଶାନ୍ତଙ୍କ ଦୂରତା ବଢିଯାଇଥିବାର ଖବର ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଏହି ମଧ୍ୟରେ ସୁଶାନ୍ତଙ୍କୁ ନେଇ ଅନ୍ୟ ଏକ ଖବର ମଧ୍ୟ ସାମନାକୁ ଆସିଛି । ଖବରଟି ଏହା ଯେ, ସୁଶାନ୍ତ ବର୍ତ୍ତମାନ ଡେଙ୍ଗୁରେ ପୀଡିତ ଅଛନ୍ତି । ଡାକ୍ତର ତାଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଉଛନ୍ତି ।
ସୁଶାନ୍ତ ଡେଙ୍ଗୁରେ ପୀଡିତ ଥିବାର ଖବର ଶୁଣିବାକୁ ମିଳିବା ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଗଲାଣି । ଏହା ପ୍ରଥମ ଥର ନୁହେଁ ଯେଉଁଥିରେ କୌଣସି ବିଶିଷ୍ଟ ବ୍ୟକ୍ତି ଡେଙ୍ଗୁରେ ପୀଡିତ ଥିବାର ଖବର ଶୁଣିବାକୁ ମିଳିଛି । ସୁଶାନ୍ତ ସିଂହ ରାଜପୁତ ଏକ ଇଭେଣ୍ଟ ପାଇଁ ଆବୁଧାବି ଯିବାର କାର୍ଯ୍ୟକ୍ରମ ରହିଥିବାବେଳେ କିନ୍ତୁ ଡାକ୍ତର ତାଙ୍କୁ ସେଠାକୁ ନଯାଇ ବିଶ୍ରାମ ନେବା ପାଇଁ ଉପଦେଶ ଦେଇଥିବାର ନିକଟସ୍ଥ ସୂତ୍ରରୁ ସୂଚନା ମିଳିଛି ।


Share It

Comments are closed.