ମହାରାଷ୍ଟ୍ରରେ ମଦର ହୋମ ଡେଲିଭରି ପାଇଁ ଅନୁମତି ଦେଲେ ସରକାର


ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ମଦ ବିକ୍ରିକୁ ନେଇ ମଙ୍ଗଳବାର  ବଡ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ରରେ ଏବେ ମଦର ହୋମ ଡେଲିଭରୀକୁ ମଞ୍ଜୁରୀ ଦିଆଯାଇଛି। ସରକାର ଦ୍ଵାରା ଜାରି ଆଦେଶରେ କୁହାଯାଇଛି, ଯାହାଙ୍କ ପାଖରେ ମଦ ବିକ୍ରିର ଲାଇସେନ୍ସ ରହିଛି, ସେମାନେ ଭାରତୀୟ ନିର୍ମିତ ବିଦେଶୀ ମଦ ସ୍ପିରିଟ୍, ବିୟର, ମାଇଲ୍ଡ ଲିକର, ଓ୍ଵାଇନ୍ ସମ୍ବନ୍ଧିତ ମାଦକ ଦ୍ରବ୍ୟ ବିକ୍ରି କରି ପାରିବେ।

ଆଦେଶରେ ଏହା ମଧ୍ୟ କୁହାଯାଇଛି, ଲାଇସେନ୍ସଧାରୀ ଏହା ସୁନିଶ୍ଚିତ କରବେ ଯେ, ଯେଉଁ ବ୍ୟକ୍ତି ମଦର ଡେଲିଭରୀ କରିବେ ସେ ମାସ୍କ ବ୍ୟବହାର କରିବେ ଏବଂ ସମୟ ସମୟରେ ସାନିଟାଇଜର ବ୍ୟବହାର କରିବେ। ଯେ ପର୍ଯ୍ୟନ୍ତ ରାଜ୍ୟରେ ସରକାରଙ୍କ ଦ୍ଵାରା ଲକ୍‌ଡାଉନ୍‌ ସମ୍ବନ୍ଧରେ କୌଣସି ନିର୍ଣ୍ଣୟ ନିଆଯାଇ ନାହିଁ, ସେ ପର୍ଯ୍ୟନ୍ତ ମଦ ବିକ୍ରିକୁ ନେଇ ଜାରି ଆଦେଶ ଲାଗୁ ରହିବ।

ମହାରାଷ୍ଟ୍ରରେ କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁଗ ଗତିରେ ବଢିବାରେ ଲାଗିଛି। ଏହି କାରଣରୁ ଲାଗୁ ଲକ୍‌ଡାଉନ୍‌ ପ୍ରଭାବରେ ସମସ୍ତ ପ୍ରକାରର  ଆର୍ଥିକ ଗତିବିଧି ବନ୍ଦ ରହିଛି। ଫଳରେ ସରକାରଙ୍କ ରାଜକୋଷ ଖାଲି ପଡିଛି। ତେଣୁ କିଛି ଦିନ ତଳେ ସରକାର ଲକ୍‌ଡାଉନ୍ ସମୟରେ ଦୋକାନରେ ମଦ ବିକ୍ରିକୁ ଅନୁମତି ଦେଇଥିଲେ। ହେଲେ ଦୋକାନା  ବାହାରେ ପ୍ରବଳ ଭିଡ କାରଣରୁ ସାମାଜିକ ଦୂରତ୍ଵ  ନିୟମର ଖୁଲମଖୁଲା ଉଲ୍ଲଂଘନ ହୋଇଥିଲା। ଏହା ପରେ ସରକାର ମଦ ଦୋକାନ ବନ୍ଦ କରିବାକୁ ଆଦେଶ ଦେଇଥିଲେ। ଏବେ ମଙ୍ଗଳବାର ମହାରାଷ୍ଟ୍ର ଅବକାରୀ ବିଭାଗ କିଛି ଗାଇଡ୍‌ ଲାଇନ୍‌ ସହିତ ମଦର ହୋମ୍ ଡେଲିଭରୀକୁ ଅନୁମତି ଦେଇଛନ୍ତି।   ଉଲ୍ଲେଖଯୋଗ୍ୟ, କିଛି କୋହଳ ସହିତ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ମେ ୪ରୁ ଲାଗୁ ହୋଇଥିଲା। ଏଥିରେ ମଦ ବିକ୍ରିକୁ ମଧ୍ୟ  ଅନୁମତି ମିଳିଥିଲା। ହେଲେ ମଦ ଦୋକାନ ଖୋଲିବା ମାତ୍ରେ ବାହାରେ ଲୋକଙ୍କ ଲମ୍ବା ଲାଇନ୍ ଓ ପ୍ରବଳ ଗହଳି ଲାଗି ରହିଥିବାର ଦୃଶ୍ୟ ଦେଶର କୋଣ ଅନୁକୋଣରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସାମାଜିକ ଦୂରତ୍ଵର ଖୁଲମାଖୁଲା ଉଲ୍ଲଂଘନ ହୋଇଥିଲା। ଏହି ସମ୍ବନ୍ଧିତ ଦାଖଲ ଆବେଦନ ଉପରେ ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାର ମଦର ହୋମ୍ ଡେଲିଭରୀ ଉପରେ ବିଚାର କରିବାକୁ ପ୍ରସ୍ତାବ ଦେଇଥିଲେ।


Share It

Comments are closed.