ରାଜ୍ୟରେ ପୁଣି ବଢିପାରେ ଲକଡାଉନ, ଆଜି ଅପରାହ୍ନ ୪.୩୦ ରେ ମୁଖ୍ୟ ଶାସନ ସଚିବ କରିପାରନ୍ତି ଘୋଷଣା


ବଡ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ଶନିବାର ଅପରାହ୍ନ ୪ଟା ୩୦ରେ ମୁଖ୍ୟ ଶାସନ ସଚିବ କିଛି ବଡ ଘୋଷଣା କରିବାର ସୂଚନା ମିଳିଛି । ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଗତ ୨୪ ଘଣ୍ଟାରେ ୧୧ହଜାରରୁ ଅଧିକ ପଜିଟିଭ୍ କେସ୍ ବାହାରିଥିବା ବେଳେ ୨୧ ଜଣଙ୍କ ଜୀବନ ଯାଇଛି । ରାଜ୍ୟରେ ସଂକ୍ରମଣ ପ୍ଲାଟୋ ଷ୍ଟେଜରେ ଥିଲେ ମଧ୍ୟ କେତେବେଳେ କମବେଶୀ ମଧ୍ୟ ହେଉଛି ।ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଲକ୍‌ଡାଉନ୍‌ ଜାରି କରାଯାଇଛି । କରୋନା ଜନିତ  ବିପଦ ରହିଥିବା ସତ୍ତ୍ୱେ ଅନେକ ବ୍ୟକ୍ତି ନିୟମ ମାନୁ ନାହାଁନ୍ତି । ଗାଇଡଲାଇନ୍ ପାଳନ କରୁନାହାଁନ୍ତି । ଫଳରେ ସଂକ୍ରମଣ ବ୍ୟାପୁଥିବା ଦେଖିବାକୁ ମିଳିଛି ।

ଗତ କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସବୁଠାରୁ ଅଧିକ ରହିଛି । ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ଏଠାରେ ୧୪୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଚିନ୍ତା ବଢାଇଦେଇଛି । ଏସବୁକୁ ନଜରରେ ରଖି ମୁଖ୍ୟ ଶାସନ ସଚିବ କିଛି ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ସୂଚନା ମିଳିଛି । ଏହି ପ୍ରେସ୍‌ବାର୍ତ୍ତା ସମୟରେ ଏନ୍‌ଏଚଏମ୍‌ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏବଂ ବିଏମ୍‌ସି କମିଶନର ସଞ୍ଜୟ ସିଂହ ଉପସ୍ଥିତ ରହିବେ ।

 


Share It

Comments are closed.