ଶରୀର ପାଇଁ ଉପକାରୀ ଲାଉ ରସ


ଅସୁସ୍ଥତା ସମସ୍ତଙ୍କଠାରେ ବର୍ତ୍ତମାନ ଏକ ସାଧାରଣ ପ୍ରକ୍ରିୟା ଭାବେ ଉଭାହୋଇଛି । ତେଣୁ ଔଷଧକୁ ଲୋକମାନେ ସେମାନଙ୍କର ଏକପ୍ରକାରର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରିସାରିଛନ୍ତି । ଲୋକେ ଛୋଟ ଛୋଟ ବ୍ୟାଧି ପାଇଁ ମଧ୍ୟ ଔଷଧ ଉପରେ ନିର୍ଭର କରୁଛନ୍ତି । କିନ୍ତୁ ଅନେକ ପନିପରିବା ରହିଛି ଯାହାକୁ ନିୟମିତ ଖାଇବା ଦ୍ୱାରା ଆନେ ଆମେ ବହୁତ ଛୋଟ ବଡ଼ ରୋଗ ତଥା ଅସୁସ୍ଥତାରୁ ମୁକ୍ତି ପାଇପାରିବା । ସେମାନଙ୍କ ମଧ୍ୟରୁ ଶରୀର ପାଇଁ ଅତ୍ୟନ୍ତ ଉପାଦେୟ ହେଉଛି ଲାଉରସ । ଏଥିରେ ଅନେକ ପୋଷକତତ୍ତ୍ୱ ଭରିରହିଛି । ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ ।
୧. ଫୁର୍ତ୍ତୀ କରାଏ: ଲାଉରସ ଶରୀରକୁ ଫୁର୍ତ୍ତୀ କରାଏ । ପ୍ରତିଦିନ ସକାଳେ ଲାଉରସରେ ଲୁଣ ଓ ଜୀରା ଗୁଣ୍ଡ ପକାଇ ପିଇବା ଦ୍ୱାରା ଶରୀର ଫୁର୍ତ୍ତୀ ରହେ । ଏହାକୁ ପିଇଲେ ପେଟରେ ଭାରିପଣ ରହି ନଥାଏ ।
୨. ଓଜନ କମାଏ: ଲାଉରସ ଭୋକକୁ ନିୟନ୍ତ୍ରଣ କରିଥାଏ । ଫଳରେ ବ୍ୟକ୍ତି ଡାଏଟରେ ରହିବା ହେତୁ ଓଜନ ହ୍ରାସ ପାଇଥାଏ । ଏହା ଶରୀରରେ ଜଳୀୟଅଂଶର ସନ୍ତୁଳନ ଠିକ୍ ରଖେ ।
୩. ପେଟରୋଗ ଓ କୋଷ୍ଠକାଠିନ୍ୟତା ଦୂର ହୋଇଥାଏ: ସକାଳୁ ଖାଲି ପେଟରେ ଲାଉରସ ପିଇଲେ ସମସ୍ତ ପ୍ରକାରର ପେଟ ରୋଗ ଦୂର ହୋଇଥାଏ ଓ ପେଟ ଥଣ୍ଡା ରହିଥାଏ । ଗରମ ଯୋଗୁଁ ଗଳା ଜ୍ୱଳନରୁ ମୁକ୍ତି ଦିଏ ଲାଉରସ । ଏହା ଯୋଗୁଁ କୋଷ୍ଠକାଠିନ୍ୟତାରୁ ଉପଷମ ମିଳେ ।
୪. ବାନ୍ତି ହୁଏନାହିଁ: ଲାଉରସକୁ ଦହି ସହିତ ମିଶାଇ ପିଇଲେ ବାନ୍ତି ହୁଏନାହିଁ । ଲାଉକୁ ଛୋଟ ଛୋଟ ଖଣ୍ଡରେ କାଟି ତାହାକୁ ସିଝାଇ, ତାହାର ପାଣି ସହ ଲୁଣ ଓ ଜୀରାଗୁଣ୍ଡ ମିଶାଇ ପିଇଲେ ବଦହଜମୀ ଦୂର ହୋଇଥାଏ । ଲାଉ ରାଇତା ଖାଇଲେ ଶରୀରରୁ ଜଳୀୟ ଅଂଶ କମେ ନାହିଁ ।
୫. ଟାଇଫଏଡ୍ରୁ ମୁକ୍ତି ମିଳିଥାଏ: ଲାଉକୁ କାଟି ତଳି ପାଦରେ ଘଷିବା ଦ୍ୱାରା ଟାଇଫଏଡ୍ ଜ୍ୱର କମିଯାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରହୁଥିବାରୁ ଏହା ବ୍ୟକ୍ତିକୁ ଆରାମ ଦିଏ ।
୬. ଗର୍ଭାବସ୍ଥାରେ ହେଇଥିବା ବିକାରକୁ ଦୂର କରେ: ଗର୍ଭବତୀ ମହିଳାଙ୍କ ପାଇଁ ଲାଉରସ ଖୁବ୍ ଲାଭପ୍ରଦ । ଏହା ଗର୍ଭାବସ୍ଥାରେ ହେଉଥିବା ବିକାରକୁ ଦୂର କରିଥାଏ । ଗର୍ଭବତୀ ମହିଳାମାନଙ୍କ


Share It

Comments are closed.