ହୋଣ୍ଡା ଗ୍ରାଜିଆର ବିକ୍ରି ୫ମାସରେ ୧,୦୦,୦୦ ୟୁନିଟ ଟପିଲା


ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ (ଏଚଏମଏସଆଇ) ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଏହାର ୧୨୫ ସିସି ସ୍କୁଟର ହୋଣ୍ଡା ଗ୍ରାଜିଆ ୫ ମାସ ମଧ୍ୟରେ ୧ ଲକ୍ଷରୁ ଅଧିକ ୟୁନିଟ ବିକ୍ରି ହୋଇସାରିଲାଣି ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ହୋଣ୍ଡା ଗ୍ରାଜିଆ ୮ ନଭେମ୍ବର ୨୦୧୭ରେ ଶୁଭାରମ୍ଭ କରାଯାଇଥିଲା ଏବଂ ଏହି ସ୍କୁଟରଟି ଡିଜାଇନ ଏବଂ ଫିଚର ଦୃଷ୍ଟିକୋଣରୁ ଅପଗ୍ରେଡ ହୋଇଯାଇଥିବା ବେଳେ ଏହାର ପାୱାରପ୍ଲାଣ୍ଟଟି ହୋଣ୍ଡା ଆକ୍ଟିଭା ୧୨୫ ଅଂଶ ହୋଇ ରହିଛି । ଶୁଭାରମ୍ଭ ହେବାପର ଠାରୁ ହୋଣ୍ଡା ଗ୍ରାଜିଆ ଏଚଏମଏସଆର ସବୁଠାରୁ ଅଧିକ ବିକ୍ରି ଗାଡି ହୋଇଥିବା ବେଳେ ୧୨୫ ସେଗମେଣ୍ଟର ସ୍କୁଟରରେ ଥିବା ଫୁଲ-ଡିଜିଟାଲ ଇଷ୍ଟ୍ରୁମେଣ୍ଟ କନସୋଲ ଏବଂ ଅଲ – ଏଲଇଡି ହେଡଲାଇଟର ସ୍କୁଟର ମଧ୍ୟରେ ହେଉଛି ସର୍ବପ୍ରଥମ ।
ଏହି ସ୍କୁଟରଟିରେ ଏଲଇଡି ହେଡ ଲ୍ୟାମ୍ପ, ଫ୍ୟୁଲି ଡିଜିଟାଲ ମିଟିର ସହ ୩ ଷ୍ଟେପ ଇକୋ ସ୍ପିଡ ଇଣ୍ଡିକେଟର ଭଳି ଅତ୍ୟାଧୁନିକ ସେଗମେଣ୍ଟମାନ ଖଚ୍ଚିତ ହୋଇ ରହିଛି । ଏହି ୧୨୫ ସିସି ସେଗମେଣ୍ଟର ସ୍କୁଟରଟିରେ ୮.୫୨ ବିଏଚପି ଏବଂ ୧୦,୫୪ ଏନଏମର ପିକ ଟରକିୟୁ ସହ ଅଟୋମେଟିକ ସିଭିଟି ଟ୍ରାନ୍ସମିଶନ ଯୋଡା ହୋଇ ରହିଛି । ଟେଲିସ୍କୋପି ପ୍ରଣ୍ଟ ସସପେନସିୟନ, ଆଲୋଏ ଚକା ଏବଂ କମ୍ବି-ବ୍ରେକ ସିଷ୍ଟମ ଲେଣ୍ଡ ସହ ୧୮ ଲିଟିର ଅଣ୍ଡରସିଟ ଷ୍ଟୋରେଜ ସହ ଅତିରିକ୍ତ ଷ୍ଟୋରେଜ ପାଇଁ କବି ହୋଲ ମଧ୍ୟ ରହିଛି, ଯାହାକି ହୋଣ୍ଡା ଗ୍ରାଜିଆକୁ ଉନ୍ନତ ବୈଶିଷ୍ଟ୍ୟ ବିଶିଷ୍ଟ ସ୍କୁଟର ରୂପେ ପ୍ରତିପାଦନ କରୁଛି ।


Share It

Comments are closed.