ଖୁବ ଶୀଘ୍ର ହିନ୍ଦୁ ଧର୍ମ ଗ୍ରହଣ କରିବେ ନିର୍ଦ୍ଦେଶକ ଅଲି ଅକବର


ବର୍ତ୍ତମାନ ସବୁ ଆଡେ ଚର୍ଚ୍ଚିତ ଖବର ସିଡିଏସ୍ ଜେନେରାଲ୍ ବିପିନ୍ ରାୱତ । ତାଙ୍କ ଥିବା ୧୩ ଜଣ ଯବାନଙ୍କ ପରଲୋକରେ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ହେଲେ ଏବେ ମଲୟାଲି ଫିଲ୍ମ ମେକର୍ସ ତଥା ଫିଲ୍ମ ନିର୍ଦ୍ଦେଶକ ଅଲୀ ଆକବର ଅଲୀ ଯାହା କହିଛନ୍ତି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଅକବର ଘୋଷଣା କରିଛନ୍ତି କି ସେ ଧର୍ମ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ସେ ଖୁବ୍ ଶୀଘ୍ର ନିଜ ପତ୍ନୀଙ୍କ ସହିତ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ଯାଉଛନ୍ତି । ଏନେଇ ସେ ଫେସବୁକ୍ ଲାଇଭ୍ ରେ କହିଛନ୍ତି ।

ଅଲୀ ଅକବର, ବିପିନ ରାୱତଙ୍କ ଶହୀଦ ହେବା ପରେ ଏକ ଲାଇଭ ଭିଡିଓ କରିଥିଲେ, ଯେଉଁଥିରେ କିଛି ଜଣ ହସୁଥିବା ଇମୋଜି ରଖିଥିଲେ ଏବଂ ଖୁସି ମନାଉଥିଲେ। ଏହି ସମୟରେ, ଏହି ଲୋକମାନେ ସିଡିଏସ୍ ରାୱତଙ୍କୁ ପରିହାସ କରିବାକୁ ଚେଷ୍ଟା କରିଥିଲେ । ଲୋକଙ୍କ ଏହି ମନୋଭାବ ଅଲୀ ଅକବରଙ୍କ ଭାବନାକୁ ଆଘାତ ଦେଇଛି । ଫେସବୁକ୍ ଲାଇଭରେ ଆସି ସେ ଏ ବିଷୟରେ ଘୋଷଣା କରି କହିଥିଲେ । ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅଲୀ ଅକବର କହିଛନ୍ତି, ‘ଏହାକୁ କଦାପି ଗ୍ରହଣ କରାଯାଇପାରିବ ନାହିଁ ଏବଂ ସେଥିପାଇଁ ମୁଁ ମୋର ଧର୍ମ ଛାଡୁଛି। ମୋର ଏବଂ ମୋ ପରିବାରର କୌଣସି ଧର୍ମକୁ ନେଇ କୋଣସି ଅସୁବିଧା ନାହିଁ । ମୋ ପତ୍ନୀ ମଧ୍ୟ ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଏଥି ପାଇଁ ସେ ନୂଆ ମଧ୍ୟ ବାଛିକି ରଖିଛନ୍ତି ।


Share It

Comments are closed.