ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର


ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ଵରରୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ନେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସୂଚନାନୁଯାୟୀ, ଶୁକ୍ରବାର ବିଧାୟକ ବଦ୍ରି ନାରାୟଣ ପାତ୍ର ତାଙ୍କର ଭୁବନେଶ୍ଵର ସ୍ଥିତ ସରକାରୀ ବାସଭବନରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରୀକ୍ଷା କରିବା ପରେ ତାଙ୍କ ହାର୍ଟରେ ଦୁଇଟି ଆଟେରି ବ୍ଲକେଜ୍ ଥିବା ଜଣା ପଡିଥିଲା। ତେବେ ବଦ୍ରି ନାରାୟଣଙ୍କର ତୁରନ୍ତ ଅସ୍ତ୍ରପ୍ରଚାର କରାଯାଇ ଦୁଇଟି ଷ୍ଟେନ୍ ଲଗାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଆଭ୍ୟନ୍ତରୀଣ ବ୍ଲିଡିଂ ସମସ୍ୟା ଯୋଗୁଁ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଆହୁରି ଅଧିକ ବିଗିଡିବାରେ ଲାଗିଛି। ତାଙ୍କ ନିକଟରେ ତାଙ୍କ ପୁଅମାନେ ଉପସ୍ଥିତ ଅଛନ୍ତି।


Share It

Comments are closed.