ଏହି ସ୍ଥାନରେ ମା’ଲକ୍ଷ୍ମୀଙ୍କ ପ୍ରିୟ ଜିନିଷ ରଖିବା ଦ୍ବାରା ମିଳିଥାଏ ଶୁଭଫଳ


ହିନ୍ଦୁ ଧର୍ମରେ ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ପାଇଁ ଓ ପ୍ରସନ୍ନ କରିବା ପାଇଁ ବିିଭିନ୍ନ ଉପାୟ ବର୍ଣ୍ଣନା କରାଯାଇଛି। ମା’ଙ୍କ ପ୍ରିୟ ଜିନିଷକୁ ଘରେ ସଠିକ ଦିଗରେ ରଖିବା ଦ୍ୱାରା ଖୁବ୍‌‌ ଶୁଭଫଳ ପ୍ରାପ୍ତି ହୋଇଥାଏ। ଧନସମ୍ପତ୍ତିର ଅଭାବ ରହିନଥାଏ। ତେବେ ମା’ଙ୍କ ଅନେକ ପ୍ରିୟ ଜିନିଷ ମଧ୍ୟରୁ ଗୋଟିଏ ହେଉଛି ଶଙ୍ଖ। ମାନ୍ୟତା ଅନୁଯାୟୀ, ଶଙ୍ଖର ଉତ୍ପତ୍ତି ସମୁଦ୍ର ମନ୍ଥନ ସମୟରେ ହୋଇଛି।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବିଭିନ୍ନ ପ୍ରକାର ଶଙ୍ଖ ରହିଛି। ତେବେ ଏହା ମଧ୍ୟରୁ ଦକ୍ଷିଣାବର୍ତ୍ତି ଶଙ୍ଖର ଅନେକ ବିଶେଷତ୍ୱ ରହିଛି। ଏହି ଶଙ୍ଖର ନିୟମିତ ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହେବା ସହ ମା’ଙ୍କ କୃପା ମିଳିଥାଏ। ଶଙ୍ଖକୁ ପୂଜା କରିବା ସହ ଶଙ୍ଖ ବଜାଇବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଜାଣନ୍ତୁ..
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦକ୍ଷିଣାବର୍ତ୍ତି ଶଙ୍ଖକୁ ଖୁବ ଶୁଭ କୁହାଯାଏ। ଏହି ଶଙ୍ଖର ପୂଜା କରିବା ଦ୍ୱାରା ମା’ଙ୍କ ବିଶେଷ କୃପା ମିଳିଥାଏ। ଯେଉଁ ଘରେ ଶଙ୍ଖ ରହିଥାଏ ସେଠାରେ ମା’ଲକ୍ଷ୍ମୀ ସର୍ବଦା ବାସ କରିଥାଆନ୍ତି ବୋଲି କୁହାଯାଏ। ଆଦୌ ଧନର ଅଭାବ ହୋଇନଥାଏ। ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

ଦକ୍ଷିଣାବର୍ତ୍ତି ଶଙ୍ଖରେ ଜଳ ଭର୍ତ୍ତି କରି ରଖନ୍ତୁ। ଏହାକୁ ଘର ସାରା ଛିଞ୍ଚନ କରନ୍ତୁ। ଏପରି କରିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ନିୟମିତ ଶଙ୍ଖର ପୂଜା କରିବା ସମୟରେ ଦୀପ-ଧୂପ ଅର୍ପଣ କରନ୍ତୁ। ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ମା’ଲକ୍ଷ୍ମୀ ବେଶ ପ୍ରସନ୍ନ ହୋଇଥାଆନ୍ତି। ଏହି ଶଙ୍ଖକୁ ମା’ଲକ୍ଷ୍ମୀଙ୍କ ନିକଟରେ ରଖନ୍ତୁ। ଲାଲ ରଙ୍ଗର କପଡା ଉପରେ ଏହାକୁ ରଖନ୍ତୁ। ଏଥିରେ ଗଙ୍ଗାଜଳ ରଖନ୍ତୁ। ଏହାପରେ ପୂଜା କରିବା ସମୟରେ ମା’ଲକ୍ଷ୍ମୀଙ୍କ ସରଳ ମନ୍ତ୍ର ଆସନ ଉପରେ ବସି ଜପ କରନ୍ତୁ।


Share It

Comments are closed.