ପ୍ରମୋଶନ ପରେ ଏହି ଦିଗ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ


ଚାକିରି କ୍ଷେତ୍ରରେ କିଛିବର୍ଷ ଦାୟିତ୍ୱବୋଧର ସହ କାମ କରିବା ପରେ ଜଣେ କର୍ମଚରୀ ଦରମା ବୃଦ୍ଧି ଓ ପ୍ରମୋଶନ ଆଶା କରିବା ସ୍ୱାଭାବିକ । କିନ୍ତୁ ବହୁ ସମୟରେ ପ୍ରୋମୋସନ ପାଇବା ପରେ କର୍ମଚାରୀଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖାଦିଏ । ଏପରିକି ସେମାନେ ନିଜ କାମ ଉପରେ ଧ୍ୟାନ କମ କରିଦିଅନ୍ତି । ପ୍ରମୋସନ ପାଇବା ପରେ ବହୁ କର୍ମଚାରୀମାନେ ସାମାନ୍ୟ ଦାୟିତ୍ୱହୀନ ହୋଇପଡନ୍ତି ଫଳରେ ସେମାନେ କର୍ମକ୍ଷେତ୍ରରେ କିଛି ଭୁଲ କରି ଦେଇଥାନ୍ତି । ଏହା ଦ୍ୱାରା ସେମାନଙ୍କ ଚାକିରି ଜୀବନ ପ୍ରଭାବିତ ହୋଇଥାଏ । ଏହି କ୍ରମରେ ଆସନ୍ତୁ ଜାଣିବା ପ୍ରମୋଶନ ପାଇବା ପରେ କେଉଁ କେଉଁ ଦିବ ପ୍ରତି ସଜାଗ ରହିବା ଆବଶ୍ୟକ ।
ଓଭରକନଫିଡେଣ୍ଟ ହୁଅନ୍ତୁ ନାହିଁ – ଏହା ଭୁଲି ଯାଆନ୍ତୁ ନାହିଁ ଯେ, ଭଲ କାମ ପାଇଁ ଆପଣଙ୍କୁ ପ୍ରମୋସନ ମିଳିଛି । ପ୍ରମୋଶନ ମିଳିବା ପରେ ଆପଣ ଓଭରକନଫିଡେଣ୍ଟ ହୋଇଯାଆନ୍ତୁ ନାହିଁ । ଆପଣଙ୍କୁ ଯେଉଁକାମର ଦାୟିତ୍ୱ ଦିଆଯାଇଛି, ତାହାକୁ ଉଚିତ ସମୟରେ କରନ୍ତୁ । ପ୍ରମୋଶନ ପରେ ଆପଣ ବସଙ୍କୁ ଏହା ଜଣାଇବାକୁ ଚେଷ୍ଟା କରିବେ ଯେ ଆପଣ ସବୁ କାମ କରିପାରିବେ । ଓଭରକନଫିଡେଣ୍ଟ ଚକ୍କରରେ ଆପଣକ ଏକ ଭୁଲ ଭାରି କ୍ଷତି ପହଞ୍ଚାଇପାରିବ ।
ଅହଂଭାବ ପୋଷଣ କରନ୍ତୁ ନାହିଁ – ନିଜ ସଫଳତାକୁ ନେଇ ମନରେ ଆଦୌ ଅହଂଭାବ ପୋଷଣ କରନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।
କାହାର କାମକୁ ଛୋଟ ମଣନ୍ତୁ ନାହିିଁ – ପ୍ରାୟ ପ୍ରମୋଶନ ମିଳିବା ପରେ ଲୋକମାନେ ନିଜ ଜୁନିୟରଙ୍କ କାମକୁ ଛୋଟ ବୋଲି ମନେ କରିଥାନ୍ତି । କିନ୍ତୁ ଏହି ଭୁଲ କେବେ ବି କରନ୍ତୁ ନାହିଁ । ଆପଣ ଦିନେ ଏହି ଛୋଟ ପଦରୁ କାମ ଆରମ୍ଭ କରି ଆଜି ପ୍ରମୋଶନ ପାଇଛନ୍ତି ବୋଲି ମନେ ରଖନ୍ତୁ ।
ଟିମର ଯୋଗଦାନକୁ ଭୁଲି ଯାନ୍ତୁ ନାହିଁ – ଆପଣ ସର୍ବଦା ଏହି କଥା ମନେ ରଖନ୍ତୁ ଯେ, ଯେଉଁ ପ୍ରମୋଶନ ଆପଣଙ୍କୁ ମିଳିଛି ସେଥିରେ ଆପଣଙ୍କ ଟିମର ମଧ୍ୟ ଯୋଗଦାନ ରହିଛି । ଟମି ୱାର୍କ ବିନା ଆପଣ ଏହି ସଫଳତା ହାସଲ କରିପାରି ନଥାନ୍ତେ । ଏଣୁ କାମ ସମୟରେ ଆପଣଙ୍କ ଟିମକୁ ଅଣଦେଖା କରିବାକୁ ଚେଷ୍ଟା କରନ୍ତୁ ନାହିଁ । ସେହିପରି ଟିମ ନିକଟରେ ନିଜକୁ କେବେ ବଡ କରି ଉପସ୍ଥାପିତ କରନ୍ତୁ ନାହିଁ ।


Share It

Comments are closed.