କ୍ୟାନସରକୁ ଭଲ କରିବ ବୁଢୀଆଣି ଜାଲ


ବର୍ତ୍ତମାନ ବୁଢୀଆଣୀ ଜାଲରୁ ପ୍ରସ୍ତୁତ ହୋଇଛି କ୍ୟାନସର ନିରାକରଣ ଟୀକା । ବୈଜ୍ଞାନିକମାନେ ବୁଢୀଆଣି ଜାଲରୁ କ୍ୟାନସର ପ୍ରତିରୋଧକାରୀ ଏକ ମାଇକ୍ରୋଫିଲ୍ମ କ୍ୟାପସୁଲ ପ୍ରସ୍ତୁତ କରିଛନ୍ତି, ଯାହାକି ରୋଗପ୍ରତିରୋଧ କୋଷ ମାନଙ୍କ ଠାରୁ ସିଧା କ୍ୟାନସର କୋଷମାନଙ୍କ ପାଖରେ ଯାଇକି ପହଞ୍ଚିଥାଏ । ବିଶେଷଜ୍ଞମାନେ କ୍ୟାନସର ବିରୋଧି ଲଢେଇ ପାଇଁ ଏହି ପ୍ରକାରର ଟୀକାର ଭଦ୍ଭାବନା କରିଛନ୍ତି , ଯାହାକି ରୋଗପ୍ରତିରୋଧ ବ୍ୟବସ୍ଥାକୁ ଖୋଜି ବାହାର କରିବା ସହ ସକ୍ରିୟ କରିଥାଏ ଏବଂ ବଢୁଥିବା ଟ୍ୟୁମର ସେଲକୁ ନଷ୍ଟ ମଧ୍ୟ କରିଦେଇଥାଏ ।
ମୂଳକଥା ହେଉଛି ପ୍ରତିରୋଧ ବ୍ୟବସ୍ଥା ପାଖରୁ ନିରାକରଣ ପାଇଁ ଯେଉଁ ଆଶା କରାଯାଇଥିବା, ସେହିି ଅନୁଯାୟୀ ସୁଫଳ ମିଳିନଥାଏ । ସେଥିପାଇଁ ବିଶେଷଜ୍ଞମାନେ କ୍ୟାନସର କୋଷକୁ ଚିହ୍ନଟ କରିବା ପାଇଁ ବୁଢିଆଣି ଜାଲରୁ ପ୍ରସ୍ତୁତ ହୋଇଥିବା ମାଇକ୍ରୋ କ୍ୟାପସୁଲ ପ୍ରସ୍ତୁତ କରିଛନ୍ତି । ଏହି ଭ୍ୟାକସିନର ପ୍ରୟୋଗ ଦ୍ୱାରା ଏହା ଶରୀର ପ୍ରତିରକ୍ଷା ବ୍ୟବସ୍ଥା ଉପରେ ସିଧା ପ୍ରଭାବ ପକାଇବା ସହ ଲିମ୍ପୋସାଇଟ କୋଷ ଗୁଡିକ ଦ୍ୱାରା କ୍ୟାନସର କୋଷ ଗୁଡିକୁ ଚିହ୍ନିବାରେ ସହାୟକ କରିବ ।
ଏହି ପ୍ରକାରର ମାଇକ୍ରୋସ୍କୋପ କ୍ୟାପସୁଲ ୟୁନଭର୍ସିିଟି ଅଫ ଫ୍ରିବର୍ଗ ଏବଂ ଲୁଡୟୁଇକ ମ୍ୟାକଜିମିଲ୍ୟାନ ୟୁନିଭର୍ସିଟିର ମୁନିଚ ବିଶେଷଜ୍ଞ ଦ୍ୱାରା ବିକଶିତ କରାଯାଇଛି । ଆମ ଶରୀରରେ ରୋଧ ପ୍ରତିରୋଧ ପ୍ରଣାଳୀରେ ଦୁଇ ପ୍ରକାରର କୋଷ ରହିଥାଏ – ଗୋଟେ ‘ଲିମ୍ପୋସାଇଟ କୋଷ’, ଯାହାକି ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିବା ପାଇଁ ଆଣ୍ଟିବଡି ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ ଏବଂ ଦ୍ୱିତୀୟ କୋଷ ହେଲା ‘ଟି ଲିମ୍ପୋସାଇଟ’ । ଏହି କୋଷ କ୍ୟାନସର ପରିବର୍ତ୍ତେ ଟିଭି ଭଳି ଅନ୍ୟ ସଂକ୍ରମଣ ରୋଗ କ୍ଷେତ୍ରରେ ‘ଟି ଲିମ୍ପୋସାଇଟ’କୁ ସକ୍ରିୟା କରିବା ପାଇଁ ଆବଶ୍ୟକତା ପଡିଥାଏ ।
ଜେନେଭା ୟୁନିଭର୍ସିଟି(ୟୁଏନଆଇଜିଇଜି)ର କାର୍ଲୋ ବରକୁଇନ କହିଛନ୍ତି ଯେ, କ୍ୟାନସର ବିରୋଧି ଲଢେଇ ପାଇଁ ଇମିୟୁନୋଥେରାପିର ପ୍ରଭାବକୁ ବଢେଇବା ପାଇଁ ‘ଟି ଲିମ୍ପୋସାଇଟ’ର ପ୍ରକ୍ରିୟା ଉତ୍ପନ୍ନ କରିବା ନିହାତ ଆବଶ୍ୟକ । ସେ କହିଛନ୍ତି ଯେ, ବର୍ତ୍ତମାନ ଉପସ୍ଥିତ ଥିବା ଟୀକା କେବଳ ଅନ୍ୟ କେତେକ କୋଷ ପାଇଁ ଉଦ୍ଦିଷ୍ଟ, ଯେଉଁଥିପାଇଁ ଅନ୍ୟ ଟୀକା ଗୁଡିକୁ ବିକଶିତ କରିବା ନିହାତି ଆବଶ୍ୟକ ।


Share It

Comments are closed.