ଫର୍ଡ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ନୂତନ ଆସ୍ପାୟାରର ଶୁଭାରମ୍ଭ


ଫର୍ଡ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଓଡ଼ିଶାର ଗ୍ରାହକମାନଙ୍କ ପାଇଁ ଏହାର କମ୍ପାକ୍ଟ ସେଦାନ ନୂତନ ଫର୍ଡ ଆସ୍ପାୟାରର ଶୁଭାରମ୍ଭ କରାଯାଇଛି । ଶକ୍ତିଶାଳୀ, ଷ୍ଟାଇଲିସ୍ ଏବଂ ଉପକରଣର ସମନ୍ୱୟରେ ପ୍ରସ୍ତୁତ ନୂତନ ଫର୍ଡ ଆସ୍ପାୟର କମ୍ପାକ୍ଟ ସେଦାନ, ଏହି ବିଭାଗରେ ଶ୍ରେଷ୍ଠ ପ୍ରଯୁକ୍ତି, ଶ୍ରେଷ୍ଠ ସୁରକ୍ଷା, ଡ୍ରାଇଭିଂ ଅନୁଭବ ଏବଂ ଅଦ୍ୱିତୀୟ ମୂଲ୍ୟର ମାଲିକାନା ପ୍ରଦାନ କରିବା ପାଇଁ ପ୍ରସ୍ତୁତ । ଭୁବନେଶ୍ୱରରେ ଏହାର ଶୁଭାରମ୍ଭ ରୁଚିକ୍ ଶାହା, ସାଧାରଣ ପରିଚାଳକ, ପ୍ରଡକ୍ଟ ମାର୍କେଟିଂ, ଫର୍ଡ ଇଣ୍ଡିଆଙ୍କ ଦ୍ୱାରା କରାଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅଙ୍କିତ ଗୁପ୍ତା, ଆର୍ଏସ୍ଏମ୍, ସେଲ୍ସ ଇଷ୍ଟ, ଫର୍ଡ ଇଣ୍ଡିଆ; ଦୁର୍ଗା ପ୍ରସାଦ ରଥ, ଡିଲର୍ ପ୍ରିନ୍ସିପାଲ୍, ଓଡ଼ିଶା ଫର୍ଡ; ଅନିମେଶ ମେହେର, ଡିଲର୍ ପ୍ରିନ୍ସିପାଲ୍, ମିନର୍ଭା ଫର୍ଡ ଓ ସତୀଶ ଗର୍ଗ, ଡିଲର୍ ପ୍ରିନ୍ସିପାଲ୍ କ୍ୟାପିଟାଲ୍ ଫର୍ଡ ପ୍ରମୂଖ ଉପସ୍ଥିତ ଥିଲେ ।
ଫର୍ଡ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ସଭାପତି ଶ୍ରୀଯୁକ୍ତ ଅନୁରାଗ ମେହରୋତ୍ରା କହିଛନ୍ତି ଯେ, “ନୂତନ ଫର୍ଡ ଆସ୍ପାୟାର ଏକ ସମ୍ପୂର୍ଣ୍ଣ ପ୍ୟାକେଜ ଏବଂ ସେମାନଙ୍କ ପାଇଁ ପ୍ରସ୍ତୁତ ଯେଉଁମାନେ ଗହଳିକୁ ଅନୁସରଣ କରନ୍ତି ନାହିଁ ଏବଂ କାରରୁ ଅଧିକ ଅନୁଭୂତି ଚାହିଁଥାନ୍ତି ।” ଏହି ସମ୍ବନ୍ଧରେ ଫର୍ଡ ଇଣ୍ଡିଆର ବାଜାରିକ , ବିକ୍ରି ଏବଂ ସେବାର ପରିଚାଳନା ନିର୍ଦ୍ଦେଶକ ବିନୟ ରାଇନା କହିଛନ୍ତି ଯେ, “ମୁଁ ନିଶ୍ଚିନ୍ତ ଯେ ଗ୍ରାହକ ଏହି କାରର ନୂତନ ଅଫରକୁ ପସନ୍ଦ କରିବେ ।”
ଏହି ନୂତନ ଫର୍ଡ ଆସ୍ପାୟର ଉନ୍ନତ ଡ୍ରାଇଭିଙ୍ଗ ଅନୁଭୂତି ଦେବା ସହ ଦକ୍ଷତାରେ ଭରପୂର । ଏହି କମ୍ପାକ୍ଟ ସେଦାନରେ ନୂତନ ତିନି-ସିଲିଣ୍ଡର ବିଶିଷ୍ଟ ୧.୨ ଲିଟର ଟିଆଇଭିସିଟି ପେଟ୍ରୋଲ ଇଞ୍ଜିନ ରହିଛି, ଯାହା କ୍ଷୁଦ୍ର, ହାଲକା ଏବଂ ଦକ୍ଷ । ଏହାର ଇଞ୍ଜିନରେ ୯୬ ପିଏସ୍ ପିକ ପାୱାର ଏବଂ ୧୨୦ ଏନଏମର ଟର୍କ ରହିଛି ଯାହା ଲିଟର ପିଛା ୨୦.୪ କିଲୋମିଟରର ଆକର୍ଷଣୀୟ ତୈଳ ଦକ୍ଷତା ପ୍ରଦାନ କରିଥାଏ ।
ଡିଜେଲ ପ୍ରିୟଲୋକମାନଙ୍କ ପାଇଁ, ନୂତନ ଫର୍ଡ ଆସ୍ପାୟାର ବିଶ୍ୱସନୀୟ ୧.୫ଲି ଟିଡିସିଆଇ ଇଞ୍ଜିନ ସହିତ ପ୍ରସ୍ତୁତ ଯାହା ଶ୍ରେଷ୍ଠ ୧୦୦ପିଏସ ପିକ ପାୱାର, ୨୧୫ ଏନଏମର ଟର୍କ ଏବଂ ଲିଟର ପିଛା ୨୬.୧କିଲୋମିଟର ତୈଳ ଇକୋନୋମି ପ୍ରଦାନ କରିଥାଏ ।
ଏହାର ଉଭୟ ଇଞ୍ଜିନରେ ନୂତନ ୫ସ୍ପିଡ ମାନୁଆଲ ଟ୍ରାନ୍ସମିଶନ ସହିତ ଯୋଡ଼ା ଯାଇଛି, ଯାହା ଉନ୍ନତ ଡ୍ରାଇଭିଙ୍ଗ ଅନୁଭବ ପ୍ରଦାନ କରେ । ଏହି ନୂତନ ମାନୁଆଲ ଟ୍ରାନ୍ସମିଶନ ପାଖାପଖି ୧୫ ପ୍ରତିଶତ ହାଲକା ଏବଂ ଏନଭିଏଚ କମ କରିବା ସହିତ ତୈ÷ଳ ଦକ୍ଷତା ବୃଦ୍ଧି ପାଇଁ ସାହାଯ୍ୟ କରିବ । ଏହା ପୂର୍ବ ଯାନଗୁଡ଼ିକ ଅପେକ୍ଷା ୪୦ ପ୍ରତିଶତ କମ ଗିଅର ଅଏଲ ଆବଶ୍ୟକ କରିଥାଏ । ଚାଳକମାନେ ଚାଳନା କରିବା ସମୟରେ ଦକ୍ଷ ସହିତ ଅଧିକ ଦାୟିତ୍ୱବୋଧକ ଗିଅର ସିଫ୍ଟକୁ ଅନୁଭବ କରିପାରିବେ । ଏକ ଶକ୍ତିଶାଳୀ ଚୟନ ପ୍ରଦାନ କରୁଥିବା ଫର୍ଡ ଏହାର ନୂତନ ଫର୍ଡ ଆସ୍ପାୟାରରେ ଅତ୍ୟାଧୁନିକ ୬-ସ୍ପିଡ ଅଟୋମେଟିକ ଟ୍ରନ୍ସମିଶନର ଶୁଭାରମ୍ଭ କରିଛି । ଅତ୍ୟାଧୁନିକ ୧.୫ଲିଟର ପେଟ୍ରୋଲ ଏବଂ ତିନି-ସିଲିଣ୍ଡର ଇଞ୍ଜିନ ବିଶିଷ୍ଟ ଅଟୋମେଟିକ ନୂତନ ଫର୍ଡ ଆସ୍ପାୟର ୧୨୩ପିଏସର ପିକ ପାୱାର ପ୍ରଦାନ କରିଥାଏ । ଗ୍ରାହକମାନଙ୍କ ସୁରକ୍ଷା ପାଇଁ ଟିଟାନିୟମ ପ୍ଲସ ଟ୍ରିମ ସହିତ ଏହା ଛଅଟି ପର୍ଯ୍ୟନ୍ତ ଏୟାରବ୍ୟାଗର ସୁବିଧା ପ୍ରଦାନ କରିଥାଏ ।ଏହାର ଆଣ୍ଟି-ଲକ ବ୍ରେକିଙ୍ଗ ସିଷ୍ଟମ (ଏବିଏସ) ସହିତ ଇଲେକଟ୍ରୋନିକ ବ୍ରେକ-ଫୋର୍ସ ଡିଷ୍ଟ୍ରିବ୍ୟୁସନ (ଇବିଡି) ପରି ବିଭିନ୍ନ ବୈଶିଷ୍ଟ୍ୟ ପ୍ରଦାନ କରୁଛି ଯାହା ଚାଳକମାନଙ୍କୁ ଶ୍ରେଷ୍ଠ ଗ୍ରିପରେ ସାହାଯ୍ୟ କରିବା ସହିତ ଚାଳନାକୁ ସୁଗମ କରିଥାଏ । ଏହା ପ୍ରଥମ ୫ବର୍ଷ କିମ୍ବା ୧୦୦,୦୦୦ କିଲୋମିଟର ୱାରେଣ୍ଟି ପ୍ରଦାନ କରିଥାଏ, ଯେଉଁଥିରେ ରହିଛି ୨ବର୍ଷର ଫାକ୍ଟ୍ରି ୱାରେଣ୍ଟି ଏବଂ ୩ବର୍ଷର ସମ୍ପ୍ରସାରିତ ୱାରେଣ୍ଟି । ଏହି କମ୍ପାକ୍ଟ ସେଦାନ ସାତୋଟି ରଙ୍ଗ ତଥା ହ୍ୱାଇଟ ଗୋଲ୍ଡ, ମୁନଡଷ୍ଟ ସିଲଭର, ସ୍ମୋକ ଗ୍ରେ, ଆବସଲ୍ୟୁଟ ବ୍ଲାକ ଡିପ ଇମ୍ପାକ୍ଟ ବ୍ଲୁ, ରୁବି ରେଡ ଏବଂ ଅକ୍ସଫୋର୍ଡ ହ୍ୱାଇଟରେ ଉପଲବ୍ଧ ହେବ । ଏହାର ପେଟ୍ରୋଲ୍ ଭ୍ୟାରିଆଣ୍ଟର ମୂଲ୍ୟ ଟ. ୫,୫୫,୦୦୦ରହିଥିବାବେଳେ ଡିଜେଲ୍ ଭ୍ୟାରିଆଣ୍ଟର ମୂଲ୍ୟ ଟ. ୬,୫୪,୦୦୦ ରହିଛି ।


Share It

Comments are closed.