୨୯ରେ ଓଡ଼ିଶା ଆସିବେ ନଡ୍ଡା


୨୦୨୪ ନିର୍ବାଚନ ପାଇଁ ରାଜ୍ୟ ବିଜେପି ତାର ରଣନୀତି ପ୍ରସ୍ତୁତି ଆରମ୍ଭ କରୁଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଓଡ଼ିଶା ଆସିବେ ବୋଲି ସୂଚନା ମିଳିଛି । ଏନେଇ ଗଣମାଧ୍ୟମକୁ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା । ଆସନ୍ତା ୨୯ ତାରିଖରେ ନଡ୍ଡା ଓଡ଼ିଶାରେ ପହଞ୍ଚିବେ । ୨୯ ଓ ୩୦ ତାରିଖରେ ନଡ୍ଡା ଓଡ଼ିଶାରେ ରହିବେ ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ତାଙ୍କ ସୂଚନାରେ କହିଛନ୍ତି । ସେପଟେ ଆଜି ରାଜ୍ୟ ବିଜେପି ପକ୍ଷରୁ କୋର୍‌ କମିଟି ବୈଠକ ବସିଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଲୋଚନା ଜାରି ରହିଛି । ବୈଠକରେ ପ୍ରଭାରୀ ସୁନୀଲ ବଂଶଲ ଓ ରାଜ୍ୟ ସଭାପତି ସମୀର ମହାନ୍ତି ଉପସ୍ଥିତ ରହିଥିବା ବେଳେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ବିଜେପିର ଅନେକ ବରିଷ୍ଠ ନେତା ସାମିଲ ହୋଇଛନ୍ତି ।


Share It

Comments are closed.