ଜଣ୍ଟି ବାଛିଥିବା ଶ୍ରେଷ୍ଠ ଫିଲ୍ଡରଙ୍କ ତାଲିକାରେ ଶୀର୍ଷରେ ରହିଲେ ଭାରତର ଏହି ଖେଳଳୀ


କ୍ରିକେଟ ଜଗତରେ ଦୁନିଆର ସର୍ବଶ୍ରେଷ୍ଠ ଫିଲଡର ହିସାବରେ ଖ୍ୟାତି ଅର୍ଜନ କରିଥିବା ‘ଜଣ୍ଟି ରୋଡସ’ ଖୁବ ଲୋକପ୍ରିୟ ଅଟନ୍ତି । ସେଥିପାଇଁ ଆଇସିସି ପକ୍ଷରୁ କ୍ରିକେଟ ଜଗତରେ କିଏ ଶ୍ରେଷ୍ଠ ୫ ଜଣ ଫିଲଡର ଅଛନ୍ତି ତାଙ୍କ ନାମକୁ ଚୟନ କରିବା ପାଇଁ ଜଣ୍ଟ ରୋଡସଙ୍କୁ କୁହାଯାଇଥିଲା । ଯେଉଁଥିପାଇଁ ସେ କ୍ରିକେଟ ଜଗତର ଶ୍ରେଷ୍ଠ ୫ ଜଣ ଫିଲଡରଙ୍କ ତାଲିକା ପ୍ରକାଶ କରିଛନ୍ତି ।
ଜଣ୍ଟିଙ୍କ ତାଲିକାରେ, ଅଷ୍ଟ୍ରେଲିଆର ‘ଏଣ୍ଡ୍ରୁ ସାଇମଣ୍ଡ’ ସ୍ଥାନ ପାଇଥିବାବେଳେ ସାଇମଣ୍ଡସ ୩୦ ୟାର୍ଡସ ଭିତରେ ଏବଂ ବାହାରେ ଖୁବ ସୁନ୍ଦର ଫିଲ୍ଡିଙ୍ଗ କରନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ସାଇମଣ୍ଡସଙ୍କ ସମେତ ସାଉଥ ଆଫ୍ରିକା ପାଇଁ ୨୧୦ଟି କ୍ୟାଚ ଧରିଥିବା ‘ହର୍ଷଲ ଗିବସ’ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।
ସାଇମଣ୍ଡ ଏବଂ ଗିବସଙ୍କ ସମେତ ଏହି ତାଲିକାରେ ଇଂଲଣ୍ଡର ‘ ପଲ କଲିଙ୍ଗଉଡ’ ଏବଂ ଦ୍ୱିତୀୟ ସ୍ଥାନରେ ସାଉଥ ଆଫ୍ରିକାର ‘ଏ.ବି ଡିଭିଲିୟର୍ସ’ ସ୍ଥାନ ପାଇଥିବାବେଳେ ସବୁଠାରୁ ମୁଖ୍ୟକଥା ହେଲା ଶୀର୍ଷକ ସ୍ଥାନରେ ରହିଛନ୍ତି ଭାରତର ‘ସୁରେଶ ରାଇନା’ । କିମ୍ବଦନ୍ତୀ କ୍ରିକେଟର ଜଣ୍ଟିଙ୍କ ତାଲିକାରେ ଭାରତୀୟ ଖେଳାଳୀ ସୁରେଶ ରାଇନା ଶୀର୍ଷକ ସ୍ଥାନ ହାସଲ କରିଛନ୍ତି । ଯାହାକି ଦେଶ ଏବଂ ଭାରତୀୟ କ୍ରିକେଟ ପାଇଁ ଏକ ଗର୍ବର ବିଷୟ ।
ଏହି ଅବସରରେ ଜଣ୍ଟି, ରାଇନାଙ୍କୁ ଖୁବ ପ୍ରଶଂସା କରି କହିଛନ୍ତି ଯେ, “ଭାରତୀୟ ପଡିଆ ମାନଙ୍କରେ ଅଳ୍ପ ଘାସ ଥିବା ସତ୍ତେ୍ୱ ଏଠାରେ ଫିଲ୍ଡିଙ୍କ କରିବା ବହୁତ କଷ୍ଟଦାୟକ ହୋଇଥାଏ କିନ୍ତୁ ଏହି ପରସ୍ଥିତିରେ ରାଇନାଙ୍କ ଫିଲ୍ଡି ଦେଖିବା ଯୋଗ୍ୟ ଅଟେ ।”

ଜଣ୍ଟିଙ୍କର ଏହି ତାଲିକା ଦେଖି ସୁରେଶ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଜଣ୍ଟି ସର୍ବଦା ତାଙ୍କ ଆଦର୍ଶ ବୋଲି କହିଥିଲେ ।


Share It

Comments are closed.