ଅଧିନାୟକ ପଦ ଛାଡିଲେ କାର୍ତ୍ତିକ, ଏବେ ଦଳର ଦାୟିତ୍ୱ ମୋର୍ଗାନଙ୍କ ଉପରେ


ବିଦେଶ ମାଟିରେ ଜମୁଛି ଆଇପିଏଲ ମହାସମର। ଇତିମଧ୍ୟରେ ଚଳିତବର୍ଷ ଆଇପିଏଲର ୨ୟ ପର୍ଯ୍ୟାୟ ଆରମ୍ଭ ହୋଇ ସାରିଲାଣି। ଆଇପିଏଲର ସମସ୍ତ ଦଳ ନିଜ ନିଜ ଭିତରେ ଗୋଟାଏ ଲେଖାଏଁ ମ୍ୟାଚ୍‌ ଖେଳି ସାରିଲେଣି। ଶୁକ୍ରବାର ଆଇପିଏଲର ୩୨ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ ହେବେ। ଏହାପୂର୍ବରୁ କେକେଆର ପକ୍ଷରୁ ଆସିଛି ବଡ଼ ଖବର। ଦିନେଶ କାର୍ତ୍ତୀକ ସ୍ଥାନରେ ଇଅନ୍‌ ମୋର୍ଗାନ୍‌ ଏବେ କେକେଆରର ଅଧିନାୟକ ପଦ ସମ୍ଭାଳିବେ।

ଟୁର୍ଣ୍ଣାମେଣ୍ଟ ଚାଲିଥିବା ସମୟରେ ଦିନେଶ କାର୍ତ୍ତିକ ଏଭଳି ନିଷ୍ପତ୍ତି ନେଇଛନ୍ତି ନା ଟିମ୍‌ ମ୍ୟାନଜେମଣ୍ଟ ନେଇଛି ତାହା ସ୍ପଷ୍ଟ ହୋଇ ନାହିଁ। ଅପରପକ୍ଷେ ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି ଯେ, ଦିନେଶ କାର୍ତ୍ତୀକ କେବଳ ବ୍ୟାଟିଙ୍ଗ ଉପରେ ଧ୍ୟାନ ଦେବେ। ୨୦୧୯ ମସିହାରେ ଇଂଲଣ୍ଡକୁ ବିଶ୍ୱ ବିଜୟୀ କରିଥିବା ଅଧିନାୟକ ଇଅନ୍‌ ମୋର୍ଗାନ୍‌ ଏବେ କେକେଆରର ଅଧିନାୟକ ପଦ ସମ୍ଭାଳିବେ। ୨୦୧୮ ମସିହାରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଥିବା ଗୌତମ ଗମ୍ଭୀର ମଧ୍ୟ ଟୁର୍ଣ୍ଣାମେଣ୍ଟ ଅଧାରୁ ନିଜ ପଦ ଛାଡ଼ିଥିଲେ। ଯାହାଫଳରେ ଶ୍ରେୟସ୍‌ ଆୟର ଦିଲ୍ଳୀ କ୍ୟାପିଟାଲ୍ସର ଅଧିନାୟକ ପଦ ସମ୍ଭାଳିଥିଲେ।

ଚଳିତ ସିଜିନରେ ଦିନେଶ କାର୍ତ୍ତୀକ ମୋଟ ୮ ଟି ମ୍ୟାଚ ଖେଳି ୧୫.୪୨ ହାରରେ ମୋଟ ୧୦୮ ରନ୍‌ କରିଛନ୍ତି। ସେହିପରି ଇଅନ୍‌ ମୋର୍ଗାନ ୭ଟି ମ୍ୟାଚ୍‌ ଖେଳି ୧୭୫ ରନ୍‌ କରିଛନ୍ତି। କେକେଆର ଚଳିତ ସିଜିନରେ ୭ଟି ମ୍ୟାଚ ଖେଳି ମୋଟ ୪ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାଜିତ ହୋଇଛି।


Share It

Comments are closed.