ପଶୁ ପକ୍ଷୀଙ୍କ ପାଇଁ ସ୍ୱର୍ଗପୁର ହେଉଛି ଏହି ସବୁ ରାଷ୍ଟ୍ରୀୟ ଉଦ୍ୟାନ


ସବୁଜ ବନାନୀ, ଭିନ୍ନ ପ୍ରକାର ଓ ରଙ୍ଗର ପଶୁପକ୍ଷୀ, ଚଢେଇମାନଙ୍କର ଚିଁ ଚିଁ ଶବ୍ଦ ମନ ମୋହିନେବା ସହ ଆମକୁ ପ୍ରକୃତିର ନିକଟତର କରାଇଥାଏ । ତେବେ ଆସନ୍ତୁ ଜାଣିବା ଆମ ଦେଶର ଏମିତି କେତେକ ରାଷ୍ଟ୍ରୀୟ ଉଦ୍ୟାନ ସମ୍ବନ୍ଧରେ ଯେଉଁଠାକୁ ଗଲେ ଆପଣ ପ୍ରକୃତି ସହ ଏକାକାର ହୋଇଯିବା ପରି ମନେ କରିବେ ।

କାଜିରଙ୍ଗା ରାଷ୍ଟ୍ରୀୟ ଅଭୟାରଣ୍ୟ –

କାଜିରଙ୍ଗା ରାଷ୍ଟ୍ରୀୟ ଅଭୟାରଣ୍ୟ ଗୌହାଟିରୁ ୨୫୦ କିମି ପୂର୍ବ ଏବଂ କୋରହଟରୁ ୯୭ କି.ମି ପଶ୍ଚିମରେ ଅବସ୍ଥିତ । ଏହି ରାଷ୍ଟ୍ରୀୟ ଉଦ୍ୟାନ ଆସାମର ମଧ୍ୟ ଭାଗରେ ଅବସ୍ଥିତ । ଏହାର କ୍ଷେତ୍ରପଳ ୪୩୦ ବର୍ଗ କିମି ପର୍ଯ୍ୟନ୍ତ ବିସ୍ତୃତ । ଏହି ଉଦ୍ୟାନ ଏକ ଶିଙ୍ଗ ଥିବା ଭାରତୀୟ ରାଇନୋସେରୋସ, ୟୁନିକାର୍ନିସର ପ୍ରକୃତ ପ୍ରାଣୀଙ୍କ ବାସସ୍ଥଳୀ । କାଜିରଙ୍ଗାକୁ ୧୯୦୫ରେ ରାଷ୍ଟ୍ରୀୟ ଉଦ୍ୟାନ ଘୋଷଣା କରାଯାଇଥିଲା । କାଜିରଙ୍ଗାରେ ବିଭିନ୍ ପ୍ରକାରର ବାଜ ପକ୍ଷୀ, ଚିଲ ଏବଂ ଶୁଆ ଆଦି ଦେଖିବାକୁ ମିଳେ ।

କାହ୍ନା ରାଷ୍ଟ୍ରୀୟ ଉଦ୍ୟାନ –

ଏସିଆର ସବୁଠାରୁ ସୁରମ୍ୟ ଏବଂ ସୁନ୍ଦର ବନ୍ୟଜୀବ ସଂରକ୍ଷଣ କେନ୍ଦ୍ର ମଧ୍ୟରୁ ଗୋଟିଏ ହେଉଛି କାହ୍ନା ରାଷ୍ଟ୍ରୀୟ ଉଦ୍ୟାନ । ଖୋଲା ଘାସର ମଇଦାନ ଏହି ହେଉଛି ଏଠାକାର ବିଶେଷତ୍ୱ । ବାଉଁଶ ଏବଂ ଶାଳ ବୃକ୍ଷ ଏହାର ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ । ଏଠାରେ ହରିଣ, ବାରହାସିଙ୍ଗା, ସମ୍ବର ଏବଂ ଚିତ୍ତଳ ଆଦି ପ୍ରାଣୀ ଏକା ସାଙ୍ଗରେ ଦେଖିବାକୁ ମିଳିଥାଏ । ଏହା ବ୍ୟତୀତ ଏହି ଜଙ୍ଗଲରେ ବାଘ, ତେନ୍ଦୁଆ, ଚିତ୍ତଳ, ନୀଳଗାଇ, ଜଙ୍ଗଲୀ ଘୁସୁରୀ, ମଇଁଷି ଆଦି ହଜାର ହଜାର ପଶୁ ପକ୍ଷୀଙ୍କର ବାସସ୍ଥଳୀ । ଏହି ରାଷ୍ଟ୍ରୀୟ ଉଦ୍ୟାନ ଦେଖିବାକୁୁ ଏକ ଅଶ୍ୱ ଖୁରା ଆକାରର । ସାତପୁରା ପର୍ବତ ଘାଟିରୁ ସୃଷ୍ଟି ଏହି ଜଙ୍ଗଲ ସର୍ବଦା ସବୁଜିମାରେ ଭରି ରହିଥାଏ ।

 ଜିମ କୋର୍ବେଟ ନ୍ୟାସନାଲ ପାର୍କ –

ଜିମ କୋର୍ବଟେ ନ୍ୟାସନାଲପାର୍କ ଭାରତର ଏକ ମହତ୍ତ୍ୱପୂର୍ଣ୍ଣ ପାର୍କ । ଏହି ପାର୍କ ଉତ୍ତରାଞ୍ଚଳର ଏକ ଅଭିନ୍ନ ଅଙ୍ଗ । ଏଠାରେ ବିଭିନ୍ନ ପ୍ରକାରର ସୁନ୍ଦର ପୁଷ୍ପ ଏବଂ ବନ୍ୟଜୀବ ଦେଖିବାକୁ ମିଳିଥାଏ । ଏହି ସଂରକ୍ଷିତ ପ୍ରାକୃତିକ ସ୍ଥଳୀରେ ହାତୀ, ଚିତା ଏବଂ ସଂହ ଆଦି ରହିଥାନ୍ତି । ପାର୍କରେ ୧୧୦ ପ୍ରକାର ବୃକ୍ଷ, ୫୦ ସ୍ତନ୍ୟପାୟୀ ପ୍ରଣୀ, ୫୮୦ ପ୍ରଜାତିର ପକ୍ଷୀ ଏବଂ ୨୫ ପ୍ରକାରର ରଙ୍ଗୀନ ଜୀବ ଦେଖାଯାନ୍ତି । ଏହି ପାର୍କ ପ୍ରୋଜେକ୍ଟ ଟାଇଗରର ମଧ୍ୟ ଅଭିନ୍ନ ଅଙ୍ଗ ।

ବାନ୍ଦିପୁର ରାଷ୍ଟ୍ରିୟ ଉଦ୍ୟାନ –

ବାନ୍ଦିପୁର ରାଷ୍ଟ୍ରୀୟ ଉଦ୍ୟାନ ଦକ୍ଷିଣ ଭାରତର କର୍ଣ୍ଣାଟକରେ ଅବସ୍ଥିତ । ଏଠାରେ ଅତୀତରେ ବହୁ ରାଜା ମହାରାଜ ଅନେକ ସଂହ ଏବଂ ଚିତା ଶୀକାର କରିଛନ୍ତି । ୧୯୩୧ରେ ମହୀଶୂର ରାଜ୍ୟର ମହାରାଜା ଏହି ଅଭୟାରଣ୍ୟକୁ ବେଣୁଗୋପାଲ ପାର୍କ ନାମରେ ନାମିତ କରିଥିଲେ । ସେହି ସମୟରେ ଏହା ପ୍ରାୟ ୯୦ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବିସ୍ତୃତ ଥିଲା । ୧୯୩୭ରେ ଏହାକୁ ପ୍ରୋଜେକ୍ଟ ଟାଇଗରରେ ଅନ୍ତର୍ଗତ କରାଯାଇଥିଲା ଏବଂ ଏହାର କ୍ଷେତ୍ରଫଳ ୮୦୦ ବର୍ଗ କିଲୋମିଟରକପ ବର୍ଦ୍ଧିତ କରାଯାଇ ଏହାକୁ ବାନ୍ଦୀପୁର ରାଷ୍ଟ୍ରୀୟ ଉଦ୍ୟାନ ଭାବେ ଘୋଷଣା କରାଯାଇଥିଲା । ଏହି ଅଭୟାରଣ୍ୟରେ ବାଘ, ତେନ୍ଦୁଆ, ହାତୀ, ଭାଲୁ, ଶମ୍ବର, ଚିତ୍ତଲ, ମୃଗ ଆଦି ଦେଖାଯାନ୍ତି । ଏହି ଉଦ୍ୟାନରେ ୨୦୦ରୁ ଅଧିକ ପ୍ରଜାତିର ପକ୍ଷୀ ଦେଖାଯାନ୍ତି । ଏହି ଉଦ୍ୟାନକୁ ପଶୁ-ପକ୍ଷୀ ପ୍ରେମୀଙ୍କର ସ୍ୱର୍ଗ ବୋଲି କୁହାଯାଏ ।

ଇନ୍ଦ୍ରାବତୀ ରାଷ୍ଟ୍ରୀୟ ଉଦ୍ୟାନ –

ଇନ୍ଦ୍ରାବତୀ ରାଷ୍ଟ୍ରୀୟ ଉଦ୍ୟାନ ଭାରତର ଛତିଶଗଡ ରାଜ୍ୟ ଅନ୍ତର୍ଗତ ଦାନ୍ତେୱାଡା ଜିଲ୍ଲାରେ ଅବସ୍ଥିତ । ଏହା ଦୁର୍ଲଭ ଜଙ୍ଗଲୀ ମଇଁଷିଙ୍କର ବାସସ୍ଥଳୀ । ଏହାର କ୍ଷେତ୍ରଫଳ ୨୭୯୯.୦୮ ବର୍ଗ କି.ମି । ଏହି ରାଷ୍ଟ୍ରୀୟ ଉଦ୍ୟାନ ଛତିଶଗଡ ରାଜ୍ୟର ଏକମାତ୍ର ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର । ଏହି ଉଦ୍ୟାନଟି ଇନ୍ଦ୍ରବତୀ ନଦୀ କୂଳରେ ଅବସ୍ଥିତ ଥିବାରୁ ଏହାର ନାମ ଇନ୍ଧବତୀ ରାଷ୍ଟ୍ରୀୟ ଉଦ୍ୟାନ ରଖାଯାଇଛି । ଇନ୍ଦ୍ରାବତୀକୁ ୧୯୮୧ରେ ରାଷ୍ଟ୍ରୀୟ ଉଦ୍ୟାନର ମାନ୍ୟାତା ଦିଆଗଲା । ଏଠାରେ ମୁଖ୍ୟତଃ ଜଙ୍ଗଲୀ ମଇଁଷ, ବାରହାସିଙ୍ଗା, ବାଘ, ଚିତା, ନୀଳଗାଇ, ଶମ୍ବର ଆଦି ଅନେକ ଜୀବଜନ୍ତୁ ଦେଖିବାକୁ ମିଳେ ।

ସୁନ୍ଦରବନ –

ସୁନ୍ଦରବନ ପଶ୍ଚିମବଙ୍ଗ ଜିଲ୍ଲାର ଖାନପାନରେ ଅବସ୍ଥିତ । ପ୍ରାକୃତିକ ବ୍ୟାଘ୍ର କେନ୍ଦ୍ର ସଂରକ୍ଷଣ ଭାବେ ସୁନ୍ଦରବନ ବନ ବିଶ୍ୱ ପ୍ରସିଦ୍ଧ ଅଟେ । ଏହାର ସୀମା ବାଙ୍ଗଲାଦେଶ ପର୍ଯ୍ୟନ୍ତ ବିସ୍ତୃତ । ଅନେକ ଦୁର୍ଲଭ ଏବଂ ପ୍ରସିଦ୍ଧ ବନସ୍ପତି ଏବଂ ବେଙ୍ଗଲ ଟାଇଗରଙ୍କ ବାସସ୍ଥଳୀ ହେଉଛି ଏହି ସୁନ୍ଦରବନ । ଏହି ଉଦ୍ୟାନ ବିଶ୍ୱ ଐତିହରେ ମଧ୍ୟ ସାମିଲ କରାଯାଇଛି । ଭାରତ ବାଙ୍ଗଳାଦେଶରେ ଏହି ଜଙ୍ଗଲ ୧,୮୦,୦୦୦ ବର୍ଗ କିମି ପର୍ଯ୍ୟନ୍ତ ବିସ୍ତୃତ ।

ରନ୍ଥାମ୍ବୋର ରାଷ୍ଟ୍ରୀୟ ବନ୍ୟଜୀବ ଉଦ୍ୟାନ –

ରାଜସ୍ଥାନରେ ଅବସ୍ଥିତ ଏହି ରାଷ୍ଟ୍ରିୟ ଉଦ୍ୟାନ ଉଚ୍ଚ ପାହଡରେ ଅବସ୍ଥିତ, ଯେଉଁଠାରେ ପୂର୍ବରୁ ରନ୍ଥାମ୍ବୋର ଦୁର୍ଗ ଥିଲା । ରନ୍ଥାମ୍ବୋର ଦୁର୍ଗ ସମୁଦ୍ର ପତ୍ତନ ଠାରୁ ୪୦୦ ମିଟର ଉଚ୍ଚ ପାହାଡ ଉପରେ ନିର୍ମିତ । ଏଠାରେ ବ୍ୟାଘ୍ର ସମେତ ଅଧିକାଂଶ ସଂଖ୍ୟାରେ ତେନ୍ଦୁଆ, ହରିଣ, ଚିତ୍ତଳ, ନୀଳଗାଇ , ଜଙ୍ଗଲୀ ଘୁସୁରି ଏବଂ ବିଭିନ୍ନ ପ୍ରଜାତିର ଘୁସୁରି ରହୁଛନ୍ତି ।


Share It

Comments are closed.