ଅସୀରଗଡ ଦୁର୍ଗ କାହିଁକି ବିଶ୍ୱ ପ୍ରସିଦ୍ଧ ଆସନ୍ତୁ ଜାଣିବା


ପର୍ଯ୍ୟଟନ ମାନଚିତ୍ରରେ ଏଭଳି ଅନେକ ସ୍ଥାନ ରହିଛି, ଯାହା ମନରେ ରୋମାଞ୍ଚ ଭରିବାରେ ପ୍ରକୃଷ୍ଟ ମାଧ୍ୟମ ପାଲଟିଥାନ୍ତି ।
ଏଭଳି ଏକ ସ୍ଥାନ ମଧ୍ୟପ୍ରଦେଶର ଅସୀରଗଡ ଦୁର୍ଗ । ଯାହା ଐତିହାସିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ । ଅନେକ ରହସ୍ୟ ମଧ୍ୟରେ ଡୁବିରହିଥିବା ସତ୍ତେ୍ୱ ଏହା ବିଶ୍ୱପ୍ରସିଦ୍ଧି ଅର୍ଜନ କରିପାରିଛି ।
ଦେଶରେ ଏମିତି ଅନେକ ସ୍ଥାନ ରହିଛି, ଯାହା ସଂମ୍ପର୍କରେ କିଛି ରହସ୍ୟମୟ କାହାଣୀ ଆଜି ବି ଶୁଣିବାକୁ ମିଳେ । ଏହି କାହଣୀ କିଛି ଲୋକଙ୍କ ପାଇଁ ବିପଦଜ୍ଜନକ ମନେ ହେଉଥିବା ବେଳେ କେତେକଙ୍କୁ ରୋମାଞ୍ଚକର ଲାଗିଥାଏ । ଏମିତି ଏକ ସ୍ଥାନ ହେଉଛି ମଧ୍ୟପ୍ରଦେଶର ଅସୀରଗଡ ଦୁର୍ଗ । ଏହି ଐତିହାସିକ ଦୁର୍ଗଟି ବିଶ୍ୱ ପ୍ରସିଦ୍ଧ । ବୁରହାନପୁର ଠାରୁ ପ୍ରାୟ ୨୦ କିମି ଦୂରରେ ଉତ୍ତରରେ ସତପୁଡା ପାହାଡ ଶିଖରରେ ଏହା ଅବସ୍ଥିତ । ଏହି ଦୁର୍ଗକୁ ମହାଭାରତ ସହ ଯୋଡାଯାଇଛି । କିଛି ଲୋକଙ୍କ ମତରେ ଶ୍ରୀକୃଷ୍ଣଙ୍କ ଅଭିଶାପ ଯୋଗୁଁ ଅଶ୍ୱତ୍ଥମାର ଆତ୍ମା ଏଠାରେ ଯୁଗଯୁଗ ଧରୀ ଘୂରିବୁଲୁଛି ।

ନାମକରଣ-

କେତେକ ଐତିହାସିକ ଏହାକୁ ରାମାୟଣ କାଳର ବୋଲି ମନେକରନ୍ତି । ପ୍ରସିଦ୍ଧ ଐତିହାସିକ ମହମ୍ମଦ କାସୀମଙ୍କ ଅନୁସାରେ, ଏହାକୁ ‘ଆଶା ଅହୀର’ ନିର୍ମାଣ କରିଥିଲେ । ଆଶା ଅହୀରଙ୍କ ନିକଟରେ ସହସ୍ରାଧିକ ପଶୁ ଥିଲେ । ସେମାନଙ୍କୁ ସୁରକ୍ଷା ପାଇଁ ଏକ ସୁରକ୍ଷିତ ସ୍ଥାନର ଆବଶ୍ୟକତା ଥିଲା । ୧୫ଶ ଶତାବ୍ଦିରେ ଏଠାକୁ ଆସିଥିବା ଆଶା ଅହୀର ଇଟା, ମାଟି, ଚୂନ ଏବଂ ପଥରରେ ଏହାକୁ ନିର୍ମାଣ କରିଥିଲେ । ତାଙ୍କର ନାମ ଅନୁସାରେ, ଦୁର୍ଗର ନାମ ଅସୀରଗଡ ରହିଛି । ଇତିହାସ : ଅସୀରଗଡ ଦୁର୍ଗ କିଛି ବର୍ଷ ପାଇଁ ଚୌହାନ ବଂଶର ରାଜାଙ୍କ ଅଧୀନରେ ଥିଲା । ଏହାର ଉଲ୍ଲେଖ ରାଜପୁତ ଐତିହାସିକଙ୍କ ସନ୍ଦର୍ଭରୁ ଜଣାପଡିଥାଏ । ଖୁବ କମ ସମୟ ମଧ୍ୟରେ ଅସୀରଗଡର ପ୍ରସିଦ୍ଧି ଦୂର ଦୂରକୁ ବ୍ୟାପିଥିଲା । ଫିରୋଜ ଶାହା ତୁଗଲଙ୍କ ଜଣେ ସିପାହୀ ମାଲିକ ଖାନଙ୍କ ପୁତ୍ର ନାସୀର ଖାନ ଫାରୁଖୀଙ୍କୁ ଅସୀରଗଡ ଦର୍ଗର ପ୍ରସିଦ୍ଧି ବେଶ ପ୍ରଭାବିତ କରିଥିଲା । ସେ ବୁରହାନପୁରରୁ ଆସି ଆଶା ଅହୀରଙ୍କୁ ନିଜ ସମ୍ପର୍କରେ ମିଥ୍ୟା କାହାଣୀ ଶଣାଇ ଦୁର୍ଗରେ ରହିବାକୁ ଅନୁମତି ଭିକ୍ଷା କିରଥିଲେ । ଆଶା ଅହୀର ଜଣେ ଉଦାର ବ୍ୟକ୍ତି ଥିଲେ । ତେଣୁ ସେ ନାସୀରକୁ ରହିବାକ ଅନୁମତି ଦେଲେ । କିନ୍ତୁ ଦୁର୍ଗରେ ପ୍ରବେଶ କରିବା ମାତ୍ରକେ ନାସୀର ଆଶାଙ୍କୁ ହତ୍ୟା କରିଥିଲେ । କୁହାଯାଏ, ଏଠାରେ ମୋଗଲ ସମ୍ରାଟ ଆକବର ମଧ୍ୟ ନିଜର ଆଧିପତ୍ୟ ବିସ୍ତାର କରିଥିଲେ ।

ସ୍ଥାପତ୍ୟ ଏବଂ ପ୍ରସିଦ୍ଧି –

ବାସ୍ତବରେ ଏହି ଦୁର୍ଗଟି ମନୁଷ୍ୟ ଦ୍ୱାରା ନିର୍ମିତି ଏକ ଅନନ୍ୟ କୃତି । ଅସୀରଗଡ ଦୁର୍ଗ ତଳେ ପ୍ରାୟ ୧ ହଜାର ଜନସଂଖ୍ୟା ବିଶିଷ୍ଟ ଗାଁ ରହିଛି । ଦିନ ଥିଲା ଏହି ଗାଁଟି ଅଙ୍ଗୁର ଫସଲ ପାଇଁ ବେଶ ପ୍ରସିଦ୍ଧି ଅର୍ଜନ କରିଥିଲା । କିନ୍ତୁ ଏବେ ଅଙ୍ଗୁର ସ୍ଥାନରେ ଏଠାରେ ମହୁଆ ଫସଲ ଚାଲିଛି । ଏଠାରେ ଫାରୁକୀଙ୍କ ସମୟରେ ଏକ ଛୋଟ ମସଜିଦ ରହିଛି । ମସଜିଦ ଭିତରେ ଏକ ଶିଳାଲେଖା ରହିଛି, ଯେଉଁଥିକେ ଅନେକ କାହାଣୀ ଅଙ୍କିତ ହୋଇଛି । ଅସୀରଗଡ ଦୁର୍ଗ ନିକଟରେ ଏକ ପ୍ରାଚୀନ ଶିବ ମନ୍ଦିର ରହିଛି, ଯାହା କଳା ପଥରରେ ନିର୍ମିତ । ବହୁ ଦୂର ଦୂରାନ୍ତରୁ ପର୍ଯ୍ୟଟକ ମାନେ ଆସି ଦୁର୍ଗ ଦେଖିବା ସହ ଶିବ ମନ୍ଦିରର କାରୁକାର୍ଯ୍ୟ ଏବଂ କଳା ପଥରର ଭାସ୍କର୍ଯ୍ୟକୁ ମନଭରି ଉପଭୋଗ କରିଥାନ୍ତି । ଏହି ଶିବ ମନ୍ଦିର ଦକ୍ଷିଣ ଭାରତୀୟ ସ୍ଥାପତ୍ୟ କଲାର ଉତ୍କୃଷ୍ଟ ନମୁନା । ମନ୍ଦିର ଭିତରେ ଏକ ପୁୂଷ୍କରିଣୀ ରହିଛି । ଏହାର ଜଳ ଖୁବ ଥଣ୍ଡା । ଏହା ଛଡା ଦର୍ଗ ନିକଟରେ ଆହୁରୀ ଅନେକ ଐତିହାସିକ ସ୍ଥାନ ରହିଛି, ଯାହାକୁ ବୁଲି ଦେଖିପାରିବେ ।

କିପରି ଯିବେ –ଏଠାରେ ପହଞ୍ଚିବାକୁ ହେଲେ ଇଣ୍ଡୋର ହେଉଛି ସବୁଠାରୁ ଉତ୍ତମା ମାର୍ଗ ଇନ୍ଦୋର ବିମାନ ବନ୍ଦର ଦ୍ୱାରା ଆସିବା ପରେ ଅସୀରଗଡ ପର୍ଯ୍ୟନ୍ତ ୨୧୦ କି.ମିର ରାସ୍ତା ବସ୍, କିମ୍ବା ଟ୍ୟାକ୍ସି ସାହଯ୍ୟରେ ଯିବାକୁ ପଡେ ।  


Share It

Comments are closed.