ଭାରତ ବନାମ ବିଶ୍ୱ ଏକାଦଶ, ଏପରି ରହିପାରେ ସାମ୍ଭବ୍ୟ ଭାରତ ଏକାଦଶ


ଦେଶ ସ୍ୱାଧିନତାର ୭୫ତମ ବର୍ଷ ପାଳନ କରୁଛି । ଏଥିପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଅବସରରେ ସରକାର ବିସିସିଆଇକୁ କ୍ରିକେଟ୍ ମ୍ୟାଚ୍ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଯେଉଁଥିପାଇଁ ଆସନ୍ତା ଅଗଷ୍ଟ ୨୨ ତାରିଖରେ ଭାରତ ଓ ବିଶ୍ୱ ଏକାଦଶ ମଧ୍ୟରେ ଏକ ଟି୨୦ ମୁକାବିଲା ଖେଳାଯିବ ।

ପିଟିଆଇର ରିପୋର୍ଟ ଅନୁସାରେ, ଭାରତ ସରକାର ବିସିସିଆଇକୁ ଏକ ପ୍ରସ୍ତାବ ଦେଇଥିଲେ । ଯେଉଁଥିରେ ଏକ ବଡ ମ୍ୟାଚ୍ ଆୟୋଜନ ବାବଦରେ ବିଚାର କରିବାକୁ କୁହାଯାଇଥିଲା । ଏହାକୁ ସଂସ୍କୃତି ମନ୍ତ୍ରାଳୟ ବିସିସିଆଇକୁ ପଠାଇଥିଲା।

ବିସିସିଆଇର ସୂତ୍ର ଅନୁସାରେ, ସେମାନଙ୍କ ସରକାରଙ୍କଠୁ ଭାରତ ଓ ବିଶ୍ୱ ଏକାଦଶ ମଧ୍ୟରେ ଅଗଷ୍ଟ ୨୨ ତାରିଖରେ ଏକ ମ୍ୟାଚ୍ ଆୟୋଜନ ନେଇ ପ୍ରସ୍ତାବ ମିଳିଛି । ବିଶ୍ୱ ଏକାଦଶ ପାଇଁ ଅତି କମରେ ୧୩ରୁ ୧୪ ଖେଳାଳିଙ୍କ ଆବଶ୍ୟକତା ରହିଛି । ସେମାନଙ୍କ ଉପଲବ୍ଧତା ବାବଦରେ ତଥ୍ୟ ହାସଲ କରିବାକୁ ହେବ ।
ଖେଳିପାରନ୍ତି ବିରାଟ ଓ ରୋହିତ

ଏହି ମୁକାବିଲା ରୋମାଞ୍ଚକର ହେବାକୁ ଯାଉଛି । କାରଣ ଅଗଷ୍ଟ ୨୦ ସୁଦ୍ଧା ଭାରତର ଜିମ୍ବାଓ୍ୱେ ଗସ୍ତ ଶେଷ ହୋଇଯିବ । ଫଳରେ ଏହି ଗସ୍ତରେ ଥିବା ଖେଳାଳି ୨୨ ତାରିଖ ସୁଦ୍ଧା ଉପଲବ୍ଧ ହୋଇପାରିବେ ନାହିଁ । ତେଣୁ ଦଳ ଭିଭିଏସ ଲକ୍ଷ୍ମଣଙ୍କ କୋଚିଂରେ ଥିବା ବି ଟିମକୁ ପଠାଇପାରେ । ଏହାସହ ବିରାଟ କୋହଲି, ରୋହିତ ଶର୍ମା, ଋଷଭ ପନ୍ତ ଓ କେଏଲ ରାହୁଲଙ୍କ ଭଳି ଖେଳାଲି ଅଗଷ୍ଟ ୨୨ ପାଇଁ ଉଫଲବ୍ଧ ଥିବେ ବୋଲି ଆଶା କରାଯାଉଛି ।

ସାମିଲ ହେବେ କି ପାକିସ୍ତାନ ଖେଳାଳି

ବିଶ୍ୱ ଏକାଦଶ ଟିମରେ କେଉଁ କେଉଁ ଦଳର ଖେଳାଳି ଭାଦ ନେବେ ସେନେଇ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି । ଏହି ମୁକାବିଲାରେ କାରବିୟାନ ଖେଳାଳି ଭାଗନେଇପାରନ୍ତି । ପାକିସ୍ତାନୀ ଖେଳାଳି ସାମିଲ ହେବେ ନା ନାହିଁ ତାହା ମଧ୍ୟ ବିସିସିଆଇ ସ୍ପଷ୍ଟ କରିନାହିଁ ।

ଏପରି ହୋଇପାରେ ସମ୍ଭାବିତ ଏକାଦଶ

ବିଶ୍ୱ ଏକାଦଶ- ଡେଭିଡ ଓ୍ୱାର୍ଣ୍ଣର, ଜୋସ୍ ବଟଲର, କେନ୍ ଓ୍ୱିଲମସନ୍, ଗ୍ଲେନ୍ ମ୍ୟାକ୍ସଓ୍ୱେଲ, ଡେଭିଡ ଓ୍ୱାର୍ଣ୍ଣର, ଲିୟାମ ଲିଭିଂଷ୍ଟୋନ, ସାକିବ ଅଲ ହାସଲ. ଟ୍ରେଣ୍ଟ୍ ବୋଲ୍ଟ, ପ୍ୟାଟ୍ କମିନ୍ସ, କାଗିସୋ ରାବାଡା ଓ ରଶିଦ ଖାନ୍

ଭାରତ ଏକାଦଶ- ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଜସପ୍ରିତ ବୁମରାହ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର

 


Share It

Comments are closed.