ଶ୍ରୀଲଙ୍କା ହିଂସାକାଣ୍ଡ, ବିକ୍ଷୋଭକାରୀଙ୍କ ଆକ୍ରମଣରେ ସାଂସଦଙ୍କ ସହ ୫ ମୃତ


ଦିନକୁ ଦିନ ଶ୍ରୀଲଙ୍କାର ସ୍ଥିତି ବିଗିଡ଼ିବାର ଲାଗିଛି । ଘୋର ଆର୍ଥିକ ସଙ୍କଟ ଯୋଗୁ ହାହାକାର ହେଉଛି ଶ୍ରୀଲଙ୍କା । ସରକାରଙ୍କ ଭୁଲ ନୀତି ଯୋଗୁ ରାଜରାସ୍ତାରେ ହଜାର ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଗତକାଲି ରାଜଧାନୀ କଲମ୍ବୋରେ ପ୍ରବଳ ବିକ୍ଷୋଭ ହେବା ସହ ବିକ୍ଷୋଭକାରୀ ମାନେ ହିଂସାକୁ ଆପଣାଇଥିବା ଦେଖିବାକୁ ମିଳିଛି । ହିଂସା କାରଣରୁ ଜଣେ ସାଂସଦଙ୍କ ସହ ୫ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ତାହା ସହ ଏହି ହିଂସାକାଣ୍ଡରେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଖାଲି ସେତିକି ନୁ​‌ହେଁ ବିକ୍ଷୋଭକାରୀ ମାନେ କିଛି ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇ ଦେଉଥିବା ନଜର ଆସିଲାଣି । ଲୋକଙ୍କର ଆକ୍ରଶର ଶିକାର ହେଉଛନ୍ତି ସରକାରୀ ଦଳରେ ରହିଥିବା ବିଧାୟକ, ସାଂସଦ ଓ ନେତା । ବିକ୍ଷୋଭକାରୀ ମାନେ ନେତା ମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ଏହି ସବୁ ଘଟଣାକୁ ଦୃଷ୍ଟିରେ ରଖି ପୁଲିସ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେଇଛି ।


Share It

Comments are closed.