ମେକଅପ ରିମୁଭ କରିବା ପାଇଁ ବ୍ୟବହାର କରନ୍ତୁ ଘରେ ସହଜରେ ଉପଲବ୍ଧ ହେଉଥିବା ରିମୁଭର


ମେକଅପ କରିବା ପରେ ଏହାକୁ ରିମୁଭ କରିବା ଖୁବ ଗୁରୁତ୍ୱପୂର୍ଣ୍ଣ । ଏହା ଦ୍ୱାରା ତ୍ୱଚାରେ ମୋକଅପର କୌଣସି ଖରାପ ପ୍ରଭାବ ପଡିନଥାଏ । ବଜାରରେ ଉପଲବ୍ଧ ହେଉଥିବା ରିମୁଭରରେ ରସାୟନିକ ଉତ୍ପାଦ, ଆଲକୋହଲ, ଫ୍ରାଗାନ୍ସ ଏବଂ ପ୍ରିଜର୍ଭେଟିଭ ମିଶିଥାଏ ଯାହାକି ତ୍ୱଚା ପାଇଁ ଖୁବ କ୍ଷତିକାରକ । ତେଣୁ ଆପଣ ନିଜ ଘରେ ସହଜରେ ଉପଲବ୍ଧ ହେଇଥିବା ଉତ୍ପାଦକୁ ନେଇ ମେକଅପ ରିମୁଭର ପ୍ରସ୍ତୁତ କରିପାରିବେ । ଯାହା ତ୍ୱଚାରେ କୌଣସି ଖରାପ ପ୍ରଭାବ ପକାଇନଥାଏ ।
୧. ମହୁ – ମହୁ ପ୍ରତ୍ୟେକଙ୍କ ଘରେ ସହଜରେ ଉପଲବ୍ଧ ହେଉଥିବା ବେଳେ ଏହାର ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ତ୍ୱଚାରେ କୌଣସି କ୍ଷତି ନକରି ତ୍ୱଚାକୁ ସଫା ଏବଂ ଉଜ୍ଜ୍ୱଳ କରିଥାଏ । ଆପଣ ମହୁକୁ ପ୍ୟାକଭାବେ ମଧ୍ୟ ବ୍ୟବହାର କରିପାରିବେ ।
୨. ତେଲରେ ପ୍ରସ୍ତୁତ ରିମୁଭର – ଆପଣ ଜଡା ତେଲ ଏବଂ ଅଲିଭ ତେଲ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରିପାରିବେ । ଏହାକୁ ଆପଣ ଏକ ବୋତଲରେ ରଖି ବ୍ୟବହାର କରିପାରିବେ ।
୩. ଗୋଲାପ ଜଳ, ଜାଜୋବା ତେଲ – ଗୋଲାପ ଜଳ ଏବଂ ଜାଜୋବା ତେଲର ଏକ ମିଶ୍ରଣ ପ୍ରସ୍ତୁତ କରି ତ୍ୱଚାରେ ଲଗାଇ ମେକଅପ ରିମୁଭ କରିପାରିବେ ।
୪. ନଡିଆ ତେଲ – ମେକଅପ ରିମୁଭର ପାଇଁ ଆପଣ ନଡିଆ ତେଲ ମଧ୍ୟ ବ୍ୟବହାର କରିପାରିବେ । ତ୍ୱଚାରେ ଏହାର କୌଣସି ଖରାପ ପ୍ରଭାବ ପଡିନଥାଏ ଏବଂ ତ୍ୱଚା ଉଜ୍ଜ୍ୱଳ ଏବଂ ଚମକଦାର ହୋଇଥାଏ ।
୫. ଆଲୋଭେରା – ଆପଣ ମେକଅପ ରିମୁଭ କରିବା ପାଇଁ ଆଲୋଭେରା ଜେଲର ବ୍ୟବହାର କରିପାରିବେ । ଆପଣଙ୍କ ପାଖରେ ଆଲୋଭେରା ଗଛ ଥଲେ ସେଥିରୁ ସିଧାସଳଖଭାବେ ଆଣି ଲଗାଇପାରିବେ ।


Share It

Comments are closed.