ରିୟଲ୍ ଲାଇଫରେ ପିଏମ୍ ମୋଦୀଙ୍କୁ ‘ରାମ’ ବୋଲି ଭାବନ୍ତି ଟିଭିର ସୀତା, ଦୀକିପା ନିଜେ ଏ ସଂପର୍କରେ କହିଲେ


ରମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ। ତାଙ୍କର ଭୂମିକା ପାଇଁ ସେ ଏତେ ପ୍ରସିଦ୍ଧ ହୋଇଥିଲେ ଯେ ଲୋକମାନେ ତାଙ୍କୁ ଦେବୀ ଭାବରେ ପୂଜା କରୁଥିଲେ। ବୋଧହୁଏ ଏହି କାରଣରୁ ସେ ରାଜନୈତିକ କ୍ଷେତ୍ରରେ ଅଫର ପାଇଥିଲେ। ପରଦାରେ ହୁଏତ ତାଙ୍କ ସହ ଅରୁନ ଗୋଭିଲ୍ ରାମଙ୍କ ଭୂମିକାରେ ନଜର ଆସିଥିଲେ। କିନ୍ତୁ ରିୟଲ୍ ଲାଇଫରେ ଦୀପିକା ପିଏମ୍ ମୋଦୀଙ୍କୁ ରାମ ବୋଲି ଭାବନ୍ତି।

ଏକ ଇଣ୍ଟରଭ୍ୟୁରେ, ଯେତେବେଳେ ଦୀପିକାଙ୍କୁ ଏ ବିଷୟରେ ପଚରାଗଲା ସେ କହିଛନ୍ତି, ଏହା ରାପିଡ୍ ଫାୟର୍ ରାଉଣ୍ଡ ସମୟର ଉତ୍ତର ଥିଲା। ଦୀପିକା କହିଛନ୍ତି, ‘କରୋନାର ବିପଦ ସମୟରେ ଯଦି କୌଣସି ମଣିଷ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, ତେବେ ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ପରିସ୍ଥିତିକୁ ଠିକ୍ ଭାବରେ ଦେଖୁଛନ୍ତି। ମୋ ପାଇଁ ‘ରାମ’ର ଅର୍ଥ ସେ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ। ମୁଁ ଭାବୁ ନାହିଁ ଯେ ମୁଁ କିଛି ଭୁଲ୍ କହିଛି। ଆମ ପ୍ରଧାନମନ୍ତ୍ରୀ ଯେଉଁ ଭାବରେ ଦେଶର ସେବା କରୁଛନ୍ତି ତାହା ପ୍ରଶଂସନୀୟ। ମୁଁ ଏବେବି କହୁଛି ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଆଜିର ରାମ।’


Share It

Comments are closed.