ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନକୁ ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳ


ରାଜ୍ୟରେ ପିସିସି ସଭାପତି ପରବର୍ତ୍ତନ ଚର୍ଚ୍ଚା ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି, ଯାହା ତାଙ୍କ ପାଖରେ ଖବର ଅଛି ପିସିସି ପରବର୍ତନ ପାଇଁ ଏଆଇସିସି କୌଣସି ନିଷ୍ପତ୍ତି ନେଇନାହିଁ । ଯେଉଁମାନେ ଭାବୁଛନ୍ତି ଗୁଜରାଟରେ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହେଲେ ବୋଲି ପିସିସି ପରବର୍ତନ ହେବ ସେମିତି କିଛି ସମ୍ଭାବନା ନାହିଁ । ବର୍ତମାନ ଯେଉଁ ଚର୍ଚ୍ଚା ଚାଲିଛି ତାହା କେବଳ କଳ୍ପନା ଉପରେ ଆଧାରିତ । ରଞ୍ଜୀବ ବିଶ୍ୱାଳ ଆହୁରି କହିଛନ୍ତି, ତାଙ୍କର ବିଶ୍ୱାସ ଯିଏ ପିସିସି ସଭାପତି ଅଛନ୍ତି, ସିଏ ଆଗକୁ ବି ଦାୟିତ୍ୱରେ ରହୁଛନ୍ତି ।


Share It

Comments are closed.