ପ୍ରଭୁ ଶ୍ରୀରାମଙ୍କ ଉପରେ ଦେଇଥିବା ବିବାଦୀୟ ବୟାନକୁ ନେଇ ଓଲିଙ୍କୁ କଟାକ୍ଷ କଲା ଶିବସେନା


ପ୍ରଭୁ ଶ୍ରୀରାମଙ୍କ ପ୍ରକୃତ ଅଯୋଧ୍ୟା ଭାରତରେ ନାହିଁ, ନେପାଳରେ ବୋଲି କହିବା ପରେ ନେପାଳ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲିଙ୍କୁ ଭାରତରେ କଡ଼ା ବିରୋଧ କରାଯାଉଛି। ଭାରତର ହିନ୍ଦୁ ସଂଗଠନଗୁଡ଼ିକ ଓଲିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଶିବସେନା ଓଲିଙ୍କୁ ହିନ୍ଦୁ ଦ୍ରୋହୀ ବୋଲି କହିଛି। ଏପରି କି ମୋଗଲ ସମ୍ରାଟ ବାବର ଜଣେ ନେପାଳୀ ଥିଲେ ବୋଲି ଓଲି ଦାବି କରିପାରନ୍ତି ବୋଲି ଶିବ ସେନା ଏହାର ସମ୍ପାଦକୀୟ ‘ସାମନା’ରେ ଉଲ୍ଲେଖ କରିଛି।

ଶିବସେନା ସମ୍ପାଦକୀୟରେ ଲେଖିଛି ଯେ, ଭଗବାନ ଶ୍ରୀରାମ ସମଗ୍ର ବିଶ୍ଵର, କିନ୍ତୁ ଅଯୋଧ୍ୟା, ଯେଉଁଠି ଭଗବାନ ଜନ୍ମଲାଭ କରିଥିଲେ ତାହା କେବଳ ଭାରତର। ଓଲିଙ୍କୁ ଚୀନର ହାତବାରିଶି ଦର୍ଶାଇ ଶିବସେନା କହିଛି, ନେପାଳ ଚୀନର ନିକଟତର ହେବା ପରେ ଭାରତ ସହିତ ଏହାର ଧାର୍ମିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଭୁଲି ଯାଇଛି। ଓଲି ନେପାଳକୁ ଏବଂ ହିନ୍ଦୁ ସଂସ୍କୃତିକୁ ଚୀନ ସାମ୍ନାରେ ଆତ୍ମସମର୍ପଣ କରାଇଛନ୍ତି।


Share It

Comments are closed.