ବର୍ଷା ଦିନେ ରୂପି ସମସ୍ୟାକୁ ଦୂର କରିବା ପାଇଁ କେଶରେ ବ୍ୟବହାର କରନ୍ତୁ ଏହି ସମସ୍ତ ଉତ୍ପାଦ . . . .


ବର୍ଷାଦିନେ କେଶର ସଠିକ ଯତ୍ନ ନ ନେବା ଦ୍ୱାରା କେଶରୁ ଦୁର୍ଗନ୍ଧ ବାହାରି ଥାଏ ଏବଂ କେଶରେ ରୂପି ସମସ୍ୟା ମଧ୍ୟ ଦେଖାଯାଇଥାଏ । ରୂପି ଏକ ପ୍ରକାରର ମେଡିକାଲ ସମସ୍ୟା ହୋଇଥିବା ବେଳେ ଆପଣଙ୍କୁ ସମୟ ଥାଉ ଥାଉ ଏହି ସମସ୍ୟାରୁ ମୁକ୍ତି ପାଇବା ଖୁବ ଆବଶ୍ୟକ । ମୁଣ୍ଡରେ ଥିବା ସ୍କିନ ଶୁଷ୍କ ହୋଇଥିଲେ ସେଥିରେ ରୁପି ସମସ୍ୟା ଦେଖାଯାଇଥାଏ ଏବଂ କୁଣ୍ଡାଇ ହୋଇଥାଏ । ଆପଣଙ୍କର କେଶରେ ରୂପିର ସମସ୍ୟା ଦେଖାଯାଉଥିଲେ ଆପଣ କେଉଁ ଉପାଦାନ ବ୍ୟବହାର କରି ରୂପି ସମସ୍ୟାରୁ ମୁକ୍ତି ପାଇପାରିବେ ।

୧.   ଆଲୋଭେରା ଜେଲ – ଆଲୋଭେରା ଜେଲ କେବଳ ଥଣ୍ଡା ପ୍ରଦାନ କରିନଥାଏ ବରଂ ଏହା ତ୍ୱଚାରେ ସଂକ୍ରମଣ ରୋକିଥାଏ । ଆପଣ ସିଧାସଳଖ ଭାବେ ଆଲୋଭେରା ଗଛରୁ ଆଲୋଭେରା ଆଣି ଲଗାଇପାରିବେ ଏବଂ ଏହା କେଶ ପାଇଁ ପ୍ରାକୃତିକ କଣ୍ଡିସନର ଭାବେ ମଧ୍ୟ କାର୍ଯ୍ୟ କରିଥାଏ ।

୨.   ଦହି – ଦହି କେଶରେ ପ୍ରୟୋଗ କରିବା ଦ୍ୱାରା କେଶରୁ ରୁପି ସମସ୍ୟା କମ ହୋଇଥାଏ । ଆପଣ ନିଜ ସ୍କାଲ୍ପରେ ଦହି ଲଗାନ୍ତୁ ଏବଂ ୩୦ମିନିଟ ରଖି ଧୋଇ ଦିଅନ୍ତୁ ।

୩.   ଭିନେଗାର – ଭିନେଗାର କେଶରେ ଲଗାଇବା ଦ୍ୱାରା ଫଙ୍ଗସକୁ ନାଶ କରିଥାଏ । ତ୍ୱଚାର କୁଣ୍ଡାଇ ହେବା ସମସ୍ୟା ଏବଂ ଶୁଷ୍କ ସମସ୍ୟାକୁ ଭିନେଗାର ଦୂର କରିଥାଏ ।

୪.   ଗ୍ରିନ ଟି – ଗ୍ରିନ ଟି ଆଣ୍ଟି-ଫଙ୍ଗାଲ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ସ୍କାଲପରେ ଶୁଷ୍କତାକୁ ଦୂର କରିଥାଏ । ଫଙ୍ଗାଲକୁ ନାଶ କରିବାରେ ମଧ୍ୟ ଗ୍ରିନ ଟି ଭଲ କାମ କରିଥାଏ ।

୫.   ନିମ – ରୂପି ସମସ୍ୟାରୁ ମୁକ୍ତି ପାଇଁ ନିମ ଖୁବ ଭଲ । ନିମର ଆଣ୍ଟି-ଫଙ୍ଗାଲ ଏବଂ  ଆଣ୍ଟି-ଅକ୍ସିଡାଣ୍ଟ ଗୁଣ କେଶରୁ ସଂକ୍ରମଣ ଦୂର କରିଥାଏ । ନିମ ତେଲ ଏବଂ ନିମ ସାମ୍ପ୍ୟୁ ରୂପି ପାଇଁ ରୂପି ପାଇଁ ଖୁବ ଭଲ ।


Share It

Comments are closed.