ଘରେ କହଳ ହେଉଥିଲେ କିମ୍ବା ଅଶାନ୍ତି ଲାଗି ରହୁଥିଲେ ବାସ୍ତୁ ଉପାୟରେ କିପରି କରିବେ ଏହାର ସମାଧାନ…..


 

ଘରେ ପତି ପତ୍ନୀଙ୍କ ମଧ୍ୟରେ ହେଉ କିମ୍ବା ପରିବାରରେ ହେଉ କଳହ ଲାଗି ରହିବା ଦ୍ୱାରା ଅଶାନ୍ତି ସୃଷ୍ଟି ହୋଇଥାଏ ଏବଂ ମାନସିକ ଚାପ ବୃଦ୍ଧି ପାଇଥାଏ । ଘରେ କଳହ ହେବାର ବିଭିନ୍ନ କାରଣ ଥାଇ ପାରେ କିନ୍ତୁ ଘରେ ପ୍ରତିଦିନ କଳହ ହେବା ଦ୍ୱାରା ଘରେ ନକରାତ୍ମକ ପ୍ରଭାବ ପଡିଛି ବୋଲି ମଧ୍ୟ ଆଶଙ୍କା କରାଇପାରେ । ବାସ୍ତୁ ଶାସ୍ତ୍ରରେ ଏପରି କିଛି ଉପାୟ ଅଛି ଯାହା ଦ୍ୱାରା ଘରେ କଳହ ଏବଂ ଅଶାନ୍ତି ଦୂର କରିହେବ । ଆସନ୍ତୁ ଜାଣିବା କେଉଁ ସବୁ ଉପାୟ ଅବଲମ୍ବନ ଦ୍ୱାରା କରିପାରିବେ ଏହି ସମସ୍ୟାର ସମାଧାନ  . . .

୧.   ଘରର ପରିବେଶ ଅଶାନ୍ତ ରହୁଥିଲେ ଘରେ ଆପଣ ଏକ ଧଳା ଚନ୍ଦନ କାଠର ପ୍ରତିମୂତ୍ତୀ ରଖନ୍ତୁ । ଏହା ଦ୍ୱାରା ଘରେ ଚିନ୍ତା ଦୂର ହୋଇଥାଏ ଏବଂ ପରିବାର ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ବୃଦ୍ଧି ହୋଇଥାଏ ।

୨.   ବାସ୍ତୁ ଶାସ୍ତ୍ର ଅନୁଯାୟୀ ଲୁଣ ଘରୁ ନକରାତ୍ମକ ପ୍ରଭାବ କମ କରିବାରେ ସାହାଯ୍ୟ କରିଥାଏ । ଆପଣ ଘରର ଯେକୌଣସି ଏକ କୋଣରେ ରକ ସଲ୍ଟ ରଖିପାରିବେ । ଏହା ଦ୍ୱାରା ଘରୁ ନକରାତ୍ମକ ପ୍ରଭାବ କମ ହୋଇଥାଏ । ଏବଂ ଆପଣ ପ୍ରତି ମାସରେ ଏହି ଲୁଣକୁ ପରିବତ୍ତନ କରି ଆଉ ଗୋଟିଏ ଲୁଣ ରଖିପାରିବେ ।

୩.   ଘରେ ଏକତା ଏବଂ ବିଶ୍ୱାସ ବୃଦ୍ଧି କରିବା ପାଇଁ ପ୍ରତିଦିନ ଅତି କମରେ ଗୋଟିଏ ମିଲ ପରିବାରର ସମସ୍ତେ ମିଶିକି ଖାଆନ୍ତୁ । ଆପଣ ରୋଷେଇ ଘରେ ମଧ୍ୟ ଖାଇପାରିବେ ଯାହା ଦ୍ୱାରା ଘରେ ସଦସ୍ୟମାନଙ୍କ ମଧ୍ୟରେ ଅଧିକ ସମ୍ପର୍କ ଜଡିତ ହୋଇପାରିବ ।

୪.   ଭଗବାନ ବୁଦ୍ଧ ଶାନ୍ତି ଏବଂ ସୁସଙ୍ଗତର ପ୍ରତୀକ ଅଟନ୍ତି । ତେଣୁ ଆପଣ ଘରେ ଶାନ୍ତି ବଜାୟ ରଖିବାକୁ ଘରେ ବୁଦ୍ଧ ଦେବଙ୍କ ପ୍ରତିମୂତ୍ତୀ ରଖିପାରିବେ ।

୫.   ଘରେ ପରିବାର ସଦସ୍ୟଙ୍କୁ ନାଲି ପିନ୍ଧିବାରୁ ବାରଣ କରିପାରିବେ । କୈଣସି ସ୍ୱତନ୍ତ୍ର ଅବସରରେ ମଧ୍ୟ ଲାଲ ପିନ୍ଧାବରୁ ବାରଣ କରନ୍ତୁ ।

୬.   ଘରେ ପୁରୁଷ ସଦସ୍ୟମାନଙ୍କ ମଧ୍ୟରେ ମତାନ୍ତର ମନାନ୍ତର ଦେଖାଯାଉଥିଲେ ଆପଣ ଘରେ କଦମ୍ବ ଗଛର ଡାଳ ରଖିପାରିବେ । ଏହା ଆପଣଙ୍କ ଘରେ ସୁଖ ଶାନ୍ତି ଫେରାଇଆଣିଥାଏ ।


Share It

Comments are closed.