ଆଇଏନ୍‌ଆଇଏଫ୍‌ଡି ଭୁବନେଶ୍ୱର ପକ୍ଷରୁ ଓଡ଼ିଶା ହେରିଟେଜ୍ ଆୱାର୍ଡସ୍ ଓ ନବ୍ୟତା ୨୦୨୨ ଆୟୋଜିତ

ବାର୍ଷିକ ଫ୍ୟାସନ ସୋ’ ଓ ଇଟେଂରିୟର ଡିଜାଇନ୍ ପ୍ରଦର୍ଶନୀ ନବ୍ୟତା ୨୦୨୨ରେ ଛାତ୍ରଛାତ୍ରୀଙ୍କ ହସ୍ତତନ୍ତ ସମ୍ଭାର ପ୍ରଦର୍ଶିତ


ଭୁବନେଶ୍ୱର: ରାଜ୍ୟର କଳା ଓ ଡିଜାଇନ୍ ଐତିହ୍ୟ ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିଥିବା ପ୍ରତିଭାମାନଙ୍କୁ ସମ୍ମାନିତ କରିବା ଓ ସେମାନଙ୍କ ସଫଳତାର ଉତ୍ସବ ପାଳନ କରିବା ଲାଗି ଆଇଏନଆଇଏଫ୍‌ଡି ଭୁବନେଶ୍ୱର ପକ୍ଷରୁ ଶନିବାର ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍‌ରେ ଆୟୋଜନ କରାଯାଇଛି ଓଡ଼ିଶା ହେରିଟେଜ୍ ଆୱାର୍ଡସ୍ ଏବଂ ବାର୍ଷିକ ଫେସନ୍ ସୋ’ ଓ ଇଟେଂରିୟର ଡିଜାଇନ୍ ପ୍ରଦର୍ଶନୀ ନବ୍ୟତା ୨୦୨୨ ।
ଓଡ଼ିଶା ସରକାରଙ୍କ ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତକଳା ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇଏନ୍‌ଆଇଏଫ୍‌ଡିର ଗ୍ଲୋବାଲ୍ ସିଇଓ ଶ୍ରୀ ଅନିଲ ଖୋସଲା, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶସନ କର୍ତୃପକ୍ଷର ଏମ୍‌ଡି ଆଇଏଏସ୍ ପ୍ରଦୀପ କୁମାର ଜେନା, ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସ ନାୟକ, ବିଏମ୍‌ସି ମେୟର ସୁଲୋଚନା ଦାସ ଓ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଓଡ଼ିଶା ହେରିଟେଜ୍ ଆୱାର୍ଡ୍‌ସର ଲକ୍ଷ୍ୟ ହେଉଛି ଓଡ଼ିଶାର ବିବିଧ, ଜୀବନ୍ତ କଳା ଓ କଳାକୃତି କ୍ଷେତ୍ରର ପ୍ରତିଭାବାନ ଲୋକଙ୍କୁ ସମ୍ମାନିତ କରିବା । ବିଭିନ୍ନ ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ବୁଣାକାର ପାଇଁ ଅକୁଳ ଚନ୍ଦ୍ର ନନ୍ଦୀ, ଗୋବର କଣ୍ଢେଇ କଳା ପାଇଁ ଶଶିମଣି ମହାରଣା, ତାଳ ପତ୍ର ଖୋଦେଇ ପାଇଁ କାଳୀ ଚରଣ ପଟ୍ଟନାୟକ, ଗଂଜାମ ବୋମକାଇ ବୁଣାକାର ପାଇଁ ଓକିଳା ନୀଳକଣ୍ଠ, ପୋଷାକ ପ୍ୟାଚ୍‌ୱାର୍କ ପାଇଁ ଖଗେଶ୍ୱର ମଲ୍ଲିକ, ପଥର ଖୋଦେଇ ପାଇଁ ଉଦୟ ମହାନ୍ତି, ବାଉଁଶ କଳା ପାଇଁ ସରୋଜିନୀ ଦାସ, ଗୋଲଡେନ୍ ଗ୍ରାସ୍ ୱାର୍କ ପାଇଁ ଦିପ୍ତୀରାଣୀ ବେହେରା, ରଡ୍ କଣ୍ଢେଇ ପାଇଁ ମାଗୁଣି କୁଅଁର ଓ ବୁଣାକର ଭାବେ ଶ୍ରୀକର ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ଓଡ଼ିଶା ହେରିଟେଜ୍ ଆୱାର୍ଡସ୍‌ର ବିଚାରକ ମଣ୍ଡଳୀରେ ସାମିଲ ଥିଲେ ଦି ଡିଏନ୍ ୱିଜଡମ୍ ଟ୍ରି ଗ୍ଲୋବାଲ୍ ସ୍କୁଲର ପ୍ରତିଷ୍ଠାତା ଟ୍ରଷ୍ଟି ପଂଚମି ମନୁ ଉକିଲ, ଓଡ଼ିଶା ଶିଳ୍ପୀ ମହାସଂଘର ସେକ୍ରେଟାରି ପ୍ର୍ରିୟରଂଜନ କର ଓ ଉଦ୍ୟୋଗୀ ତଥା ବଦାନ୍ୟ ମହିଳା ଧରିତ୍ରୀ ପଟ୍ଟନାୟକ ।
ଆଇଏନ୍‌ଆଇଏଫ୍‌ଡିର ଫ୍ୟାସନ ଡିଜାଇନ ଛାତ୍ରଛାତ୍ରୀମାନେ ଫ୍ୟାସନ ସୋ’ରେ ସେମାନଙ୍କ ପୋଷାକ ସମ୍ଭାରକୁ ପ୍ରଦର୍ଶିତ କରିଥିଲେ ଓ ଇଟେଂରିୟର ଡିଜାଇନ୍ ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ନବ୍ୟତା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଦକ୍ଷତା ଓ ଚିନ୍ତାଧାରା ପ୍ରଦର୍ଶନ କରିବାର ଉପଯୁକ୍ତ ମଂଚ ପ୍ରଦାନ କରୁଛି ।
ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଆଇଏନ୍‌ଆଇଏଫ୍‌ଡି ଭୁବନେଶ୍ୱରର ସେଂଟର ଡାଇରେକ୍ଟର ଶ୍ରୀ ଆଶୁତୋଷ ପଣ୍ଡା ଫାକଲ୍‌ଟି ଓ ପରିଚାଳନା କର୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ କ୍ୟାରିୟରର ଅନ୍ୟତମ ପ୍ରମୁଖ କାର୍ଯ୍ୟକ୍ରମ ଅଟେ ।

 


Share It

Comments are closed.