ଭାରତୀୟ ବଜାରରେ ପ୍ରବେଶ କଲା Honor 7A ଏବଂ Honor 7C


Huawei ପକ୍ଷରୁ ଭାରତରେ ଏହାର ନୂତନ ସ୍ମାର୍ଟଫୋନ Honor 7A ଏବଂ Honor 7Cର ଶୁଭାରମ୍ଭ କରାଯାଇଛି ।
Honor 7A –

ଦୁଇଟିଯାକ ଫୋନ ମଧ୍ୟରୁ ଏହି Honor 7A ସ୍ମାର୍ଟଫୋନଟି ସବୁଠାରୁ ସସ୍ତା ରହିଛି । ଭାରତରେ ଏହାର କେବଳ ଗୋଟିଏ ୩ଜିବି+୩୨ଜିବି ରାମ ଥିବା ଗୋଟିଏ ଭେରସନକୁ ଉପଲବ୍ଧ କରାଯାଇଛି, ଯାହାରକି କି ମୂଲ୍ୟ ରହିଛି ୮,୯୯୯ ଟଙ୍କା । ଏହି ସ୍ମାର୍ଟଫୋନଟିରେ ୫.୭ ଇଞ୍ଚର ଆଇପିଏସ ଏଲସିଡି ଡିସପ୍ଲେ ରହିବା ସହ ଅକ୍ଟା କୋର କ୍ୱାଲକମ ସ୍ମାପଡ୍ରାଗନ ୪୩୦ ଏସିଓସି ରହିଛି । ଏହାର ପଛ ଭାଗରେ ୧୩ ଏମପିର ପ୍ରାଇମେରୀ କ୍ୟାମେରା ଏବଂ ୨ ଏମପିର ସେକେଣ୍ଡାରୀ କ୍ୟାମେରା ରହିଥିବା ବେଳେ ସେଲଫି ପାଇଁ ସାମନା ଭାଗରେ ୮ ଏମପିର କ୍ୟାମେରା ରହିଛି । ଏହି ସ୍ମାର୍ଟଫୋନଟି ବ୍ଲାକ, ବ୍ଲୁ, ଗୋଲ୍ଡ ଭଳି ତିନୋଟି ରଙ୍ଗରେ ଉପଲବ୍ଧ ରହିଥିବା ବେଳେ ଏହା କେବଳ ମେ ୨୯ରୁ ଫ୍ଲିପକାର୍ଟରେ ହିଁ ଉପଲବ୍ଧ ରହିବ ।

Honor 7C –

ଏହି ସ୍ମାର୍ଟଫୋନଟି ଡୁଆଲ ସିମ ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୫.୯୯ ଇଞ୍ଚର ଫୁଲ ଏଚଡି ଆଇପିଏସ ଡିସପ୍ଲେ ରହିଛି । ଏଥିରେ ଅକ୍ଟା-କୋର କ୍ୱାଲକମ ସ୍ମାପଡ୍ରାଗନ ୪୫୦ ଏସଓସି । ଏହି ସ୍ମାର୍ଟଫୋନଟି ୩+୩୨ ଜିବି ଏବଂ ୪+୬୪ ଜିବି ଭଳି ଦୁଇଟି ଭ୍ୟାରିଏଣ୍ଟରେ ଉପଲବ୍ଧ ହେଉଥିବା ବେଳେ ଦୁଇଟି ଭ୍ୟାରିଏଣ୍ଟର ମୂଲ୍ୟ ୯,୯୯୯ ଟଙ୍କା ଏବଂ ୧୧,୯୯୯ ଟଙ୍କା ରହିଛି । ଏହି ସ୍ମାର୍ଟଫୋନଟି ୩୧ ମେରୁ ହିଁ କେବଳ ଫ୍ଲିପକାର୍ଟରେ  ଉପଲବ୍ଧ ହେବ ।.


Share It

Comments are closed.