କୋହିଲିଙ୍କ ପରେ ରାହୁଲ ଦେଲେ ମୋଦିଙ୍କୁ ଚ୍ୟାଲେଞ୍ଜ


ଦେଶରେ ଏବେ ଫିଟନେସକୁ ନେଇ ଫିଟନେସ ଚ୍ୟାଲେଞ୍ଜ ଜୋର ଧରିଥିବା ବେଳେ ଏହି ପ୍ରକ୍ରିୟାକୁ ଗୋଟିଏ ପାଦ ଆଗକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୁଏଲ ଚ୍ୟାଲେଞ୍ଜ ଦେଇଛନ୍ତି । ଭାରତୀୟ କ୍ରିକେଟ ଦଳର କ୍ୟାପେଟନ ବିରାଟ କୋହଲି ପକ୍ଷରୁ ଦିଆଯାଇଥିବା ଫିଟନେସ ଚ୍ୟାଲେଞ୍ଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱୀକାର କରିବା ପରେ କଂଗ୍ରେସ ରାଷ୍ଟ୍ରିୟ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ବଢୁଥିବା ତେଲ ଦର ଉପରେ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ।
ବର୍ତ୍ତମାନ ଭାରତରେ ଅପ୍ରତ୍ୟାସିତ ତୈଳ ଏବଂ ଡିଜେଲ ଦର ବୃଦ୍ଦି ପାଇଥିବାବେଳେ, କିଛି କିଛି ସ୍ଥାନରେ ତୈଳ ଦର ୮୦ରୁ ୮୫ ଟଙ୍କା ପର୍ଯ୍ୟନ୍ତ ରିହଛି । ସେଥିପାଇଁ ରାହୁଲ ଗାନ୍ଧୀ ବଢୁଥିବା ତେଲ ଦରକୁ ହ୍ରାସ କରିବା ପାଇଁ ମୋଦିଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯଦି ଏଭଳି ନକରାଯାଏ, ତେବେ ସେ ସାରା ଦେଶରେ ବଢୁଥିବା ତେଲ ଦରକୁ ନେଇକି ଆନ୍ଦୋଳନ କରିବେ, ଯାହା ଫଳରେ କେନ୍ଦ୍ର ସରକାର ତାଙ୍କ ଦାବୀ ଶୁଣିବାକୁ ବାଧ୍ୟ ହୋଇଯିବ ।
ରାହୁଲ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଯେ, “ପ୍ରିୟ ପ୍ରଧାନମନ୍ତ୍ରୀ ଏହା ଦେଖିକି ମୋତେ ଖୁସି ଲାଗିଲା ଯେ, ଆପଣେ ବିରାଟ କୋହିଲିଙ୍କ ଫିଟନେସ ଚ୍ୟାଲେଞ୍ଜ କୁ ସ୍ୱୀକାର କରିଦେଇଛନ୍ତି । ସେଥିପାଇଁ ଆପଣଙ୍କୁ ମୋ ତରଫରୁ ମଧ୍ୟ ଚ୍ୟାଲେଞ୍ଜ ରହିଛି । ଆପଣ ତୁରନ୍ତ ବଢୁଥିବା ତେଲ ଦରର ମୂଲ୍ୟକୁ ତୁରନ୍ତ ହ୍ରାସ କରନ୍ତୁ ନଚେତ କଂଗ୍ରେସ ଦେଶବ୍ୟାପି ଆନ୍ଦୋଳନ କରିବ, ଯାହା ଫଳରେ ଆପଣେ ଆମ ଦାବୀ ମାନବାକୁ ବାଧ୍ୟ ହୋଇ ପଡିବେ । ଆପଣଙ୍କ ଉତ୍ତର ଅପେକ୍ଷାରେ ରହିଲି । ”

ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଦନ ସଂହ ରାଠୋରଙ୍କ ଦ୍ୱାରା ପ୍ରଥମେ ଏକ ଟ୍ୱିଟର ଭିଡିଓ ମାଧ୍ୟମରେ ଏକ ଫିଟନେସ ଚ୍ୟାଲେଞ୍ଜ ପ୍ରକ୍ରିୟାକୁ ଆରମ୍ଭ କରାଯାଇଥିଲା । ଆପଣଙ୍କୁ କହି ରଖିଛୁ ଯେ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଦ୍ୱାରା ବିରାଟ କୋହିଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଯାଇଥିବା ଚ୍ୟାଲେଞ୍ଜକୁ ନରେନ୍ଦ୍ର ସ୍ୱୀକାର କରିଛନ୍ତି । ମୋଦି ଟ୍ୱିଟଟରେ ଏହି ଚ୍ୟାଲେଞ୍ଜକୁ ସ୍ୱକାର କରି “ଚ୍ୟାଲେଞ୍ଜ ଆକ୍ସେପ୍ଟେଡ” ବୋଲି କହିଛନ୍ତି । ମୁଁ ତୁରନ୍ତ ହିଁ ମୋ ଫିଟନେସ ଚ୍ୟାଲେଞ୍ଜର ଭିଡିଓ ସୋଲିଆଲ ମିଡିଆରେ ସେୟାର କରିବି ।


Share It

Comments are closed.