କେଣ୍ଟ ଆରଓ ୱାଟର ପ୍ୟୁରିଫାୟର୍ ପ୍ରଦାନ କରୁଛି ୪ବର୍ଷର ଫ୍ରି ସର୍ଭିସ


ଭାରତର ସବୁଠାରୁ ବିଶ୍ୱସନୀୟ ୱାଟର ପ୍ୟୁରିଫାୟର୍ ବ୍ରାଣ୍ଡ କେଣ୍ଟ ଆର୍ଓ ନିଜ ଉତ୍ପାଦମାନଙ୍କର ଫ୍ରି ସର୍ଭିସ ସମୟସୀମାକୁ ୪ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛି । ବର୍ଷେ ୱାରେଣ୍ଟି ସହ ୩ ବର୍ଷ ଫ୍ରି ସର୍ଭିସ ଯୋଗାଇଦେବାରେ କେଣ୍ଟ ଆର୍ଓ ହେଉଛି ପ୍ରଥମ ବ୍ରାଣ୍ଡ ।
ଏହା ସ୍ଥାନୀୟ ବଜାରମାନଙ୍କରେ ଥିବା ଠକ ସର୍ଭିସ ଦାତାଙ୍କଠାରୁ ଶସ୍ତାରେ ପାର୍ଟଗୁଡ଼ିକୁ କିଣି ଠକାମିର ଶିକାର ନହେବା ପାଇଁ ଗ୍ରାହମାନଙ୍କୁ ସଚେତନ କରାଉଛି । କାରଣ ଏହା ମେସିନ୍କୁ ନଷ୍ଟ କରିଦେବା ସହ ଶୁଦ୍ଧ ଜଳ ପ୍ରଦାନ କରିନଥାଏ । ଏହି ୱାଟର ପ୍ୟୁରିଫାୟରରେ ରହିଛି ଆରଓ, ୟୁଭି, ୟୁଏଫ୍ ଓ ଟିଡିଏସ୍ ପରି ଜ୍ଞାନକୌଶଳ, ଯାହା ଶତ ପ୍ରତିଶତ ବିଶୁଦ୍ଧ ଜଳ ଯୋଗାଇଦେଇ ଗ୍ରାହକଙ୍କୁ ସନ୍ତୋଷ ପ୍ରଦାନ କରିଥାଏ । ମିନେରାଲ୍ ଆର୍ଓ ଜ୍ଞାନକୌଶଳ ମାଧ୍ୟମରେ ଟିଡିଏସ୍ କଣ୍ଟ୍ରୋଲରକୁ ଉପଯୋଗ କରି କେଣ୍ଟ ଆର୍ଓ ଶୁଦ୍ଧ ଜଳ ପ୍ରଦାନ କରିବା ସହିତ ସେଥିରେ ଶରୀର ପାଇଁ ଦରକାରୀ ପ୍ରାକୃତିକ ମିନେରାଲ୍ସ ଗୁଡ଼ିକୁ ମଧ୍ୟ ସଂରକ୍ଷିତ କରିଥାଏ ।
ଏହି ପରିପ୍ରେକ୍ଷୀରେ କେଣ୍ଟ ଆର୍ଓ ସିଷ୍ଟମ୍ସ ଲିଃ. ପକ୍ଷରୁ ଏହାର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ମନୀଷ ଗୁପ୍ତା କହିଛନ୍ତିଯେ, “ଆମ୍ଭେମାନେ ନିଶ୍ଚିତ ଯେ, କେଣ୍ଟ ଆର୍ଓରେ ଉପଲବ୍ଧ ଥିବା ଚାରି ବର୍ଷର ଫ୍ରି ସର୍ଭିସ ଗ୍ରାହକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବା ସହିତ ଏହା ଗ୍ରାହକମାନଙ୍କୁ ସ୍ଥାନୀୟ ଠକ ଫ୍ରି ସର୍ଭିସ ଦାତାଙ୍କଠାରୁ ଦୂରେଇ ରଖିବାରେ ସହାୟକ ହେବ ।”

.


Share It

Comments are closed.