ସ୍ପେକ୍ଟ୍ରା ଭିଜନରେ ଏଚପି ପାଭିଲିଅନ ଗେମିଙ୍ଗ ଲାପଟପ୍ ନୂତନ ରେଞ୍ଜର ଶୁଭାରମ୍ଭ


ଏଚପି ପକ୍ଷରୁ ଭୁବନେଶ୍ୱରହ ସ୍ପେକ୍ଟ୍ରା ଭିଜନ ଷ୍ଟୋରରେ ଏହାର ନୂତନ ଅତ୍ୟାଧୁନିକ କୌଶଳଯୁକ୍ତ ଏଚପି ପାଭିଲିଅନ ଗେମିଙ୍ଗ ଲାପଟପ ୧୫ର ଶୁଭାରମ୍ଭ କରାଯାଇଛି । ଏଚପି ପାଭିଲିଅନ ଗେମିଙ୍ଗ ଲାପଟପ ୧୫ସିରିଜର ଏହି ଲାପଟପ ଗୁଡିକର ପ୍ରାରମ୍ଭିକ ବଜାର ମୁଲ୍ୟ ୭୪୦୦୦ରୁ ଆରମ୍ଭ । ଯାହାକି ଗେମିଂ ଲଭର ମାନଙ୍କୁ ଶକ୍ତିଶାଳୀ ବୈଶିଷ୍ଟ୍ୟ ଏବଂ ଆକର୍ଷଣୀୟ ଭିଜୁଆଲ ଏବଂ ଅନନ୍ୟ ଅଡିଓ ପ୍ରଦାନ କରିଥାଏ ।

ଓଡିଶା ବଜାରରେ ନୂତନ ସିରିଜର ଗେମିଂ ଲାପଟପ୍ ଶୁଭାରମ୍ଭ ସହ କମ୍ପାନୀ ରାଜ୍ୟରେ ନିଜର ସ୍ଥିତିକୁ ଅଧିକ ସୁଦୃଢ କରିବା ପାଇଁ ବିଶ୍ୱାସ ରଖିଛି । କମ୍ପାନୀ ବ୍ୟାକ ଟୁ କ୍ୟାମ୍ପସ ଅଫର ମାଧ୍ୟମରେ ଗ୍ରାହକମାନଙ୍କୁ ୩୪୦୯୮ଟଙ୍କା ମୁଲ୍ୟର ସେବା ଏବଂ ଆସେସୋରିଜ ପ୍ରଦାନ କରୁଛି । ଯାହା ମଧ୍ୟରେ ୨ବର୍ଷର ଅଧିକ ୱାରେଣ୍ଟି, ମାକାଫି ଆଣ୍ଟି ଭାଇରସ, ଆକ୍ସିଡେଣ୍ଟାଲ ଡ୍ୟାମେଜ ପ୍ରୋଟେକ୍ସନ, ଥେପ୍ଟ ଇନ୍ସ୍ୟୁରାନ୍ସ, ପୋର୍ଟେବଲ ବ୍ଲୁଟୁଥ ସ୍ପିକର ଆଦି ଅର୍ନ୍ତଭୁକ୍ତ । ଏହି ଶୁଭାରମ୍ଭ ଅବସରରେ ଉପସ୍ଥିତ ଥିବା ଅନ୍ୟାନ୍ୟ ଅଧିକାରୀଙ୍କ ମଧ୍ୟରେ ଶ୍ରୀଯୁକ୍ତ ଦିନେଶ ତରାଇ, ଏରିଆ ସେଲସ ମ୍ୟାନେଜର ଏଚପି, ଶ୍ରୀଯୁକ୍ତ ସୁଜିତ୍ ଦାସ, ଶାଖା ପରିଚାଳକ, ସାଭେକ୍ସ ଟେକ୍ନୋଲୋଜିସ – ଓଡ଼ିଶା ଏବଂ ଶକ୍ତି ପ୍ରସାଦ୍ ତ୍ରିପାଠି ପ୍ରମୁଖ ଉପସ୍ଥିତ ଥିଲେ ।

ଏହାର ୬କୋର ମୋବାଇଲର ଅଷ୍ଟମ ଜେନ ଇଣ୍ଟେଲ କୋର ଆଇ ୭ ଏଚ-ସିରିଜ ଆପଣଙ୍କ ପ୍ରିୟ ଗେମ୍କୁ ଯିବା ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଶକ୍ତିଶାଳୀ କମ୍ପ୍ୟୁଟିଙ୍ଗର ଅନୁଭୂତି ପ୍ରଦାନ କରିଥାଏ । ଉକ୍ତ ଲାପଟପରେ ନମନୀୟ ଷ୍ଟୋରେଜ ବିକଳ୍ପ ଏବଂ ଷ୍ଟୋରେଜ ଆସିଲରେସନ ପାଇଁ ଡ଼ୁଆଲ ଷ୍ଟୋରେଜ ବିକଳ୍ପ ଅନ୍ତର୍ଭୂକ୍ତ । ଏନଭିଡିଆ ଜିଫୋର୍ସ ଜିଟିଏକ୍ସ ୧୦୫୦ଟିଆଇ ସହିତ ଅତ୍ୟାଧୁନିକ ଗ୍ରାଫିକ୍ସ ପ୍ରଦର୍ଶନକୁ ଅନୁଭବ କରନ୍ତୁ । ୯.୮ଏମଏମ ପତଳା ବେଜେଲ ୧୫.୬ ଇଞ୍ଚ୍ ଡାଇଗୋନାଲ ଡିସପ୍ଲେରେ ଆକର୍ଷଣୀୟ ଭିଜୁଆଲ ପ୍ରଦାନ କରିଥାଏ । ନୂତନ ଥର୍ମାଲ ସମାଧାନର ବୈଶିଷ୍ଟ୍ୟରେ ୩-ଫେଜର ମୋଟର ଫ୍ୟାନ ରହିଛି ଯାହା ଭାଇବ୍ରେସନ ଏବଂ ଶବ୍ଦ କମ କରି ସ୍ଥାୟୀ ଟର୍କ ସୃଷ୍ଟି କରିଥାଏ ।

ଦୃତ ୱାଇ ଫାଇ ସହିତ ୨ଙ୍ଘ୨ ଆଣ୍ଟିନା ଏବଂ ଗିଗାବିଟ ସ୍ପିଡ ୯, ଅନଲାଇନ୍ ଗେମିଙ୍ଗ, ସରଳ ମଲ୍ଟିମିଡିଆ ଷ୍ଟ୍ରିମିଙ୍ଗ କିମ୍ବା ବହୁତ ବଡ଼ ଫାଇଲ ଟ୍ରାନ୍ସଫର କରିବାରେ ସାହାଯ୍ୟ କରିଥାଏ । ନୂତନ ଏଜି ଡିଜାଇନ ସହିତ ସଂକୀର୍ଣ୍ଣ ବର୍ଡର ଏବଂ କ୍ଷୁଦ୍ର ଫୁଟପ୍ରିଣ୍ଟର ବୈଶିଷ୍ଟ୍ୟ ରହିଛି । ନୂତନ ୩ଡି ଜିଓମେଟ୍ରିକ ସ୍ପିକର ଗ୍ରିଲ ସହିତ ଷ୍ଟାଣ୍ଡଆଉଟ ଡିଜାଇନ ଏକ ନୂତନ ଆକର୍ଷଣ ସୃଷ୍ଟି କରିଥାଏ । ମୋବାଇଲ ଅଷ୍ଟମ ଜେନ ଇଣ୍ଟେଲ କୋର ଏଚ ସିରିଜ ପ୍ରୋସେସରରେ ଆଲୁମିନିୟମ କି ବୋର୍ଡ ଡେକ ଏବଂ ଅଲଟ୍ରା ଭାଓଲେଟ ଏଲଇଡି ଲାଇଟିଙ୍ଗ ସହିତ ମ୍ୟାଚିଙ୍ଗ ଆସେଣ୍ଟରେ ଉପଲବ୍ଧ ରହିଛି । ବ୍ଲାକଲିଟ ଅଲଟ୍ରାଭାଓଲେଟ ରଙ୍ଗ ଥିମ ସହିତ ସ୍ୟାଡୋ ବ୍ଲାକ ଫିନିସ ଯୋଡି ଏବଂ କଲର-ମ୍ୟାଚ କରୁଥିବା ଲାପଟପ୍ ପୋର୍ଟ ଲେବଲ ରହିଛି ।


Share It

Comments are closed.