କ୍ୟାନସରରେ ପୀଡିତ ଅଛନ୍ତି ସୋନାଲି


ଶାହାରୁଖ, ସଲମାନ ଏବଂ ଅଜୟ ଦେବଗନଙ୍କ ଭଳି ବଡ ବଡ ଅଭିନେତାଙ୍କ ସହ ଅଭିନୟ କରି ସୁନାମ ଅର୍ଜନ କରିଥିବା ପ୍ରଖ୍ୟାତ ଅଭିନେତ୍ରୀ ସୋନିଲା ବେନ୍ଦ୍ରେଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଗୁରୁତ୍ୱର ରହିଛି । ତାଙ୍କୁ କ୍ୟାନସର ଭଳି ଭୟଙ୍କର ରୋଗ ଗ୍ରାସ କରିଛି ଏବଂ ଏହାର ଚିକିତ୍ସା ପାଇଁ ସେ ନ୍ୟୁୟର୍କ ପ୍ରସ୍ଥାନ କରିସାରିଛନ୍ତି । ଏହି କଥାକୁ ସୋନାଲି ସ୍ୱୟଂ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି । ସେ କହିଛନ୍ତି “ଆପଣ ଯେତେବେଳେ ଜୀବନ ଠାରୁ କିଛି ଅଧିକ ଆଶା କରୁଥିବେ, ସେହି କ୍ଷଣୀ ଆପଣଙ୍କୁ ଜୋରସେ ଏକ ଝଟକା ଲାଗିବ ।
ମୋତେ ହାଇଗ୍ରେଡ କ୍ୟାନସର ହୋଇଛି । ମୋର ପରିବାର ଏବଂ ସାଙ୍ଗମାନେ ମୋ ସହ ଅଛନ୍ତି । ସେଥିପାଇଁ ତାଙ୍କ ପାଖରେ ମୁଁ କୃତଜ୍ଞ । ଏହା ଛଡା ମୋ ପାଖରେ ଅନ୍ୟ କୋଣସି ରାସ୍ତା ନାହିଁ । ମୋ ଡାକ୍ତରଙ୍କ ପରାମର୍ଶ କ୍ରମେ ଆମେ ତୁରନ୍ତ ନ୍ୟୁୟର୍କ ପ୍ରସ୍ଥାନ କରିବାର ସିଦ୍ଧାନ୍ତ ନେଲୁ । ଏବେ ମୋର ସମସ୍ତ ଚିକ୍ରିସା ନ୍ୟିୟର୍କରେ ହିଁ ହେବ । ମୁଁ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ତୁରନ୍ତ ଚେଷ୍ଟା କରିବି ।

ବିଗତ କିଛି ଦିନ ମାନଙ୍କରେ ମୋତେ ଲୋକଙ୍କ ଠାରୁ ବହୁତ ଭଲ ପାଇବା ମିଳିଥିଲା । ଏହି ଭଲ ପାଇବା ପାଇ ମୁଁ ନିଜକୁ ଧନ୍ୟ ମନେ କରୁଛି । ମୋର ଭରସା ପାଇଁ ମୋ ପରିବାର ସବୁବେଳେ ମୋ ସହ ରହିଛି । ” ପୂର୍ବରୁ ସୋନାଲି ହିନ୍ଦୁଜା ସର୍ଜିକାଲ ହେଲଥ କେୟାରରେ ଆଡମିଟ ହୋଇଥିଲେ ।
ସୋନାଲିଙ୍କ ପୂର୍ବରୁ ଇର୍ଫାନ ଖାନ ନିୟୁରୋ ଏଣ୍ଡୋକ୍ରାଇନ ନାମକ ରୋଗରେ ପୀଡିତ ହୋଇଥିବା ବେଳେ ସେ ବର୍ତ୍ତମାନ ଲଣ୍ଡନରେ ଚିକିତ୍ସାଧୀନ ଅଛନ୍ତି । ଇର୍ପାନ ମଧ୍ୟ ତାଙ୍କର ଏହି ରୋଗର ସୂଚନା ସୋସିଆଲ ମିଢିଆ ଜରୀଆରେ ଦେଇଥିଲେ ।


Share It

Comments are closed.