ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଛାଡପତ୍ରର କାରଣ ସାଜିଲେ ରୋନାଲ୍ଡୋ


ଋଷରେ ଖେଳାଯାଉଥିବା ଫୁôଟବଲ ବିଶ୍ୱକପରେ ଆର୍ଜେଣ୍ଟିନା ଓ ପର୍ତ୍ତୁଗାଲ ବିଦା ହୋଇଥିବା ବେଳେ ଉଭୟ ଟିମର ଷ୍ଟାର ଖେଳାଳୀ ରୋନାଲ୍ଡୋ ଏବଂ ମେସି ମଧ୍ୟରୁ କିଏ ସର୍ବଶ୍ରେଷ୍ଠ ଖେଳାଳୀ ସେଥିପାଇଁ ତାଙ୍କ ସମର୍ଥକ ମଧ୍ୟରେ ବିବାଦ ଥମିବାର ନା ନେଉ ନାହିଁ । ମସ୍କୋରେ ଏଭଳି ଏକ ଆଶ୍ଚର୍ଯ୍ୟଚକିତ କରିଦେବାଭଳି ଘଟଣା ଘଟିଛି । ଏହି ବିବାଦ ଏତେ ଉଗ୍ର ହେଲା ସ୍ୱାମୀ ତା ସ୍ତ୍ରୀକୁ ଛାଡପତ୍ର ଦେବାକୁ ବାଧ୍ୟ ହେଲା । ଛାଡପତ୍ର ଦେବାର ମୁଖ୍ୟ କାରଣ ତାଙ୍କ ସ୍ତ୍ରୀ ରୋନାଲ୍ଡୋଙ୍କୁ ମେସିଙ୍କ ଠାରୁ ସର୍ବଶ୍ରେଷ୍ଠ ଖେଳାଳୀ ବୋଲି କହି କଟାକ୍ଷ କରିବା ।
ଘଟଣା ହେଉଛି ୨୬ ଜୁନର । ସେହି ଦିନ ଆର୍ଜେଣ୍ଟିନା ନାଇଜେରିଆକୁ ୨-୧ ଗୋଲରେ ପରସ୍ତା କରିଥିଲା । ଆର୍ଜେଣ୍ଟିନାର ଏହି ବିଜୟ ପରେ ‘ଆରସେନ’ ନାମକ ଜଣେ ବ୍ୟକ୍ତି ମେସିଙ୍କର ଉନ୍ନତ ପ୍ରଦର୍ଶନ ଉପରେ ଉତ୍ସବ ମନାଉଥିବାବେଳେ ତାଙ୍କର ସ୍ତ୍ରୀ ‘ଲିୟୁଡମିଲ’ ମେସିଙ୍କ ଠାରୁ ରୋନାଲ୍ଡୋ ସର୍ବଶ୍ରେଷ୍ଠ ଖେଳାଳୀ ବୋଲି ସମ୍ବୋନ୍ଧିତ କରି କଟାକ୍ଷ କରିଥିଲେ । ଏହା ପରେ ଆରସେନ ଏବଂ ଲିୟୁଡମିଲ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥିଲା । ଏହା ଏତେ ତୀବ୍ର ହୋଇଥିଲା ଯେ ଆରସେନ ତତକ୍ଷଣାତ ଘର ଛାଡି ଚାଲିଯାଇଥିଲେ । କେବଳ ଏତିକି ନୁହେଁ ତାର ପର ଦିନ ସକାଳେ ସେ ଲିୟୁଡମିଲଙ୍କୁ ଛାଡ ପତ୍ରର ନୋଟିସ ମଧ୍ୟ ପଠାଇଥିଲେ ।
୨୦୦୨ ବିଶ୍ୱକପରେ ପ୍ରେମ ହୋଇଥିଲା – ଆରସେନ ଏକ ରୁଷିଆନ ସମ୍ବାଦପତ୍ରକୁ ସୂଚନା ଦେଇ କହିଥିଲେ ଯେ, ଲିୟୁଡମିଲଙ୍କ ସହ ତାଙ୍କର ସାକ୍ଷାତ ୨୦୦୨ ବିଶ୍ୱ କପରେ ହୋଇଥିଲା । କିଛି ଦିନ ଗଲା ପରେ ଆମେ ବିବାହ କରିଥିଲୁ । ଏହି ବିଶ୍ୱ କପରେ ଲିୟୁଡମିଲ ଲଗାତ୍ତର ଭାବେ ତାଙ୍କୁ ମେସିଙ୍କ ନାମରେ ଚିଡାଉଥିଲେ । ଏହା ସହ ଆଇସଲ୍ୟାଣ୍ଡ ବିରୋଧରେ ମେସି ପେନାଣ୍ଟି ମିସ କଲା ପରେ ମଧ୍ୟ ମୋତେ ସେ କଟାକ୍ଷ କରିଥିଲେ । ଏହି କରାଣରୁ ଯୋଗୁଁ ମୁଁ ଲିୟୁଡମିଲଙ୍କୁ ଏବଂ ଘରକୁ ସବୁଦିନ ପାଇଁ ଛାଡିବାର ନିଷ୍ପତି ନେଇଥିଲି ।


Share It

Comments are closed.