ଚା ପତି ବ୍ୟବହାର କରି ଫିଙ୍ଗିଦେଉଛନ୍ତି କି? ତେବେ ଜାଣି ରଖନ୍ତୁ ଏହା ଆପଣଙ୍କ ପାଇଁ କେତେ ଉପକାରୀ ହୋଇଥାଏ


ସମସ୍ତଙ୍କ ଘରେ ଚାହା ହୋଇଥାଏ। ସମସ୍ତେ ଚାହାକୁ ପସନ୍ଦ କରିଥାଆନ୍ତି। ଏହା ଯେତିକି ଲାଭଦାୟକ ହୋଇଥାଏ ସେତିକି ହାନିକାରକ ମଧ୍ୟ ହୋଇଥାଏ। କିନ୍ତୁ ଆମେ ଆଲୋଚନା କରିବୁ ଚାହା ପତି ବିଷୟରେ ଯାହାକୁ ଆମେ ପ୍ରସ୍ତୁତ କରିବା ପରେ ଫୋପାଡ଼ି ଦେଇଥାଉ। କିନ୍ତୁ ଏହି ଚାହା ପତିର ମଧ୍ୟ ଅନେକ ଉପଯୋଗିତା ଥାଏ ବୋଲି ଖୁବ୍ କମ୍ ଲୋକ ଜାଣିଥାନ୍ତି। ଆଜି ଆମେ ଜାଣିବା ଚାହା ପତିର ଉପଯୋଗିତା ବିଷୟରେ;

୧.ଚାହା ପତିରେ ଆଣ୍ଟି ଅକ୍ସିଡାଣ୍ଟ ମିଳିଥାଏ। କୈାଣସି କାରଣରୁ ଖଣ୍ଡିଆ ହୋଇଗଲେ କ୍ଷତ ସ୍ଥାନରେ ଚାହା ପତିର ଲେପ ଦେଲେ ଏହା ଲାଭଦାୟକ ହୋଇଥାଏ। ଫୁଟାଯାଇଥିବା ଚାହା ପତିକୁ ଭଲଭାବେ ଧୋଇ ଦିଅନ୍ତୁ। ଏହାକୁ କ୍ଷତ ସ୍ଥାନରେ ଲଗାଇଲେ ଘା ଶୀଘ୍ର ଭଲ ହୋଇଯାଇଥାଏ।

୨. ଚାହା ପତିର ପାଣି ଏକ ଲାଭଦାୟକ କଣ୍ଡିସନର ହୋଇଥାଏ। ଚାହା ପତିକୁ ଧୋଇ ଆଉଥରେ ଫୁଟାଇଦିଅନ୍ତୁ। ଏହି ପାଣିରେ ବାଳକୁ ଧୋଇଲେ ବାଳ ଚିକଚିକ୍ କରିଥାଏ।

୩.କୁଣ୍ଡରେ ଲଗାଯାଇଥିବା ଗଛରେ ମଝିରେ ମଝିରେ ସାର ଦେବା ଉଚିତ୍। ସେଥିପାଇଁ ବଞ୍ଚିଥିବା ଚାହା ପତିକୁ କୁଣ୍ଡରେ ପକାଇ ଦିଅନ୍ତୁ। ଏହା ଉପଯୁକ୍ତ ସାର ଭାବେ କାମ କରିବ।

୪.ଚାହା ପତିକୁ ଆମେ କାଠରେ ନିର୍ମିତ ହୋଇଥିବା ଆସବାବ ପତ୍ରକୁ ଚିକଚିକ୍ କରିବା ପାଇଁ ବ୍ୟବହାର କରିଥାଉ। ଚାହା ପତିକୁ ପୁନର୍ବାର ଫୁଟାଇ ଏହାର ପାଣିକୁ ସ୍ପ୍ରେ ବୋତଲରେ ରଖି ଦିଅନ୍ତୁ। ଏହା ପରେ କାଠର ଆସବାବପତ୍ରକୁ ଏହା ଦ୍ବାରା ଚମକ ଆଣନ୍ତୁ।

୫.ପ୍ରସ୍ତୁତ ହୋଇଥିବା ଚାହା ପତିକୁ ଆଉ ଥରେ ପାଣିରେ ଫୁଟାନ୍ତୁ। ଏହି ପାଣି ଦ୍ବାରା ଘିଅ ଓ ତେଲ ଡବାକୁ ସଫା କରନ୍ତୁ। ଏହା ଦ୍ବାରା ଡବାରୁ ଦୁର୍ଗନ୍ଧ ଦୂର ହୋଇଯିବ।


Share It

Comments are closed.