ଔଷଧୀୟ ଗୁଣରେ ଭରପୁର ମେଥି, ଦେଇଥାଏ ଅନେକ ରୋଗରୁ ମୁକ୍ତି


ମେଥିଦାନାକୁ ଆମେ ଖାଇବା ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରିଥାଉ।ମେଥି ସ୍ବାସ୍ଥ୍ୟ ନିମନ୍ତେ ଏକ ସୁବିଦିତ ଔଷଧ ଭାବେ କାମ କରିଥାଏ। ମେଥି ଦାନା ରାତିରେ ବତୁରାଇ ରଖିଲେସକାଳେ ଖାଲି ପେଟରେ ଚୋବାଇ ଚୋବାଇ ଖାଆନ୍ତୁ ଏବଂ ସେହି ପାଣିକୁ ପିଇବା ଦ୍ବାରା ଅନେକ ସ୍ବାସ୍ଥ୍ୟସମସ୍ୟାରୁ ଫାଇଦା ମିଳିଥାଏ। ମେଥିରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ବ ଯେପରିକି କ୍ୟାରୋଟିନ୍,କପର,ଜିଙ୍କ୍,ସୋଡ଼ିୟମ୍,ଫଲିକ୍ଏସିଡ଼୍ ଏବଂ ମ୍ୟାଗ୍ନେସିୟମ୍ ଆଦି ମିଳିଥାଏ।

୧.ଗ୍ୟାସ୍ ସମସ୍ୟା ଦୂର କରିଥାଏ: ମେଥି ଦାନା ଶରୀରରୁ ବିଷାକ୍ତ ପଦାର୍ଥବାହାର କରି ବୃକକକୁ ସୁସ୍ଥ ରଖିଥାଏ। ଏହା ଛଡ଼ା ଏହା ଅମ୍ଳପିତ୍ତ ଭଳି ଗ୍ୟାଷ୍ଟ୍ରିକ୍ ସମସ୍ୟାରୁମଧ୍ୟ ମୁକ୍ତି ଦେଇଥାଏ।

୨.ରକ୍ତଚାପ ନିମନ୍ତେ: ଯେଉଁମାନେ ଉକ୍ତ ରକ୍ତଚାପରେ ଆକ୍ରାନ୍ତ ସେମାନଙ୍କପାଇଁ ମେଥି ଅତ୍ୟନ୍ତ ଲାଭଦାୟକ। ରାତିରେ ସୋୟା ଏବଂ ମେଥିକୁ ବତୁରାଇ ରଖନ୍ତୁ ଏବଂ ପର ଦିନ ୫ଗ୍ରାମ୍ସକାଳେ ଏବଂ ସନ୍ଧ୍ୟାରେ ଖାଇବା ଉଚିତ୍। ଏହା ଦ୍ବାରା ଠିକ୍ ଭାବେ ରକ୍ତ ସଞ୍ଚାରିତ ହୋଇଥାଏ ଏବଂରକ୍ତଚାପରୁ ମୁକ୍ତି ମିଳିଥାଏ।

୩.ତ୍ବଚା ଏବଂ କେଶ ନିମନ୍ତେ ଉତ୍କୃଷ୍ଟ: ଯଦି ଆପଣଙ୍କର ବ୍ରଣ ସମସ୍ୟାରହିଛି ଏବଂ ଆପଣଙ୍କର କେଲ ଝଡ଼ୁଥାଏ ତେବେ ମେଥି ଦାନାର ମିଶ୍ରଣକୁ ଲଗାନ୍ତୁ। ଏହା ଦ୍ବାରା କେଶ ମଜବୁତ ହେବ ଏବଂ କେଶ ପାଚିବ ନାହିଁ।

୪.ସୁଗାର ନିୟନ୍ତ୍ରଣରେ ରହିବ: ମେଥି ଦାନାରେ ଥିବା ସାଲ୍ୟୁବଲ୍ ଫାଇବରସ୍ବ୍ଲଡ୍ ସୁଗାରକୁ ନିୟନ୍ତ୍ରଣ କରି ମଧୁମେହକୁ ନିୟନ୍ତ୍ରିତ କରିଥାଏ।

୫.ଅର୍ଶ ନିମନ୍ତେ ଫଳପ୍ରଦ: ଅର୍ଶ ଏକ ଏପରି ରୋଗ ଯାହା ଦ୍ବାରା ରୋଗୀଭୀଷଣ କଷ୍ଟ ପାଇଥାଏ। ମେଥି ଏବଂ ସୋୟାକୁ ରାତିରେ ବତୁରାଇ ଏହାର ପାଣିକୁ ପିଇବା ଦ୍ବାରା ଅର୍ଶରୁଫାଇଦା ମିଳିଥାଏ।

୬.ଓଜନ କମାଇବାରେ ସାହାଯ୍ୟ କରିଥାଏ: ମେଥି ବହୁତ ଶୀଘ୍ର ଓଜନ କମାଇବାରେସାହାଯ୍ୟ କରିଥାଏ। ରାତିରେ ବତୁରା ହୋଇଥିବା ମେଥି ପାଣିକୁ ଯଦି ଆପଣ ସକାଳେ ପିଇବେ ତାହେଲେ ଆପଣଙ୍କଓଜନ କମିବ ଏବଂ ଆପଣଙ୍କୁ ସହଜରେ କୈାଣସି ରୋଗ ହେବ ନାହିଁ।

୭.ଅସ୍ଥି ସମସ୍ୟାରୁ ମୁକ୍ତି: ମେଥି ଅସ୍ଥିଜନିତ ସମସ୍ୟାରୁ ମଧ୍ୟ ମୁକ୍ତିଦେଇଥାଏ। ରାତିରେ ବତୁରାହୋଇଥିବା ମେଥିର ଗୁଣ ଆହୁରି ବଢ଼ିଯାଇଥାଏ ଏଥିପାଇଁ ଏହାକୁ ବତୁରାଇ ଖାଇବାଦ୍ବାରା ଅନେକ ପ୍ରକାର ରୋଗରୁ ଉପଶମ ମିଳିଥାଏ।


Share It

Comments are closed.