କାର୍ ବ୍ରେକଫେଲ୍ ହୋଇଗଲେ କ’ଣ କରିବେ?


କାର୍ ଚଳାଇବାକୁ ସମସ୍ତେ ଭଲପାଆନ୍ତି । ଅନେକଙ୍କ ଦାମୀ ଓ ବିଳାସପୂର୍ଣ୍ଣ କାର୍ ଚଲାଇବାରେ ସଉକ ମଧ୍ୟ ଥାଏ । ତେବେ କାର୍ ଚଲାଇବା ସମୟରେ ଅନେକ ବିପଦ ଆଶଙ୍କା ଉପୁଜିଥାଏ । ତେଣୁ ସେଥିପାଇଁ ଆମକୁ ସତର୍କ ରହିବାକୁ ହେବ । ଯଦି କାର୍ ଚଳାଉଥିବା ସମୟରେ ଆପଣଙ୍କ କାରର ବ୍ରେକ୍ ଫେଲ୍ ହୋଇଯାଏ ତେବେ ଆପଣ କ’ଣ କରିବେ?
• ସର୍ବପ୍ରଥମେ ଆପଣ ଧୈର୍ଯ୍ୟ ହରାନ୍ତୁନି । ଏପରି ହେଲେ ଆପଣ କୌଣସି ଏକ ଭୁଲ୍ ପଦକ୍ଷେପ ନେଇଯିବେ, ଯାହା ଫଳରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି ।
• କାରର ଗତିକୁ ଧିରେ ଧିରେ କମାନ୍ତୁ ଓ ଗିୟରକୁ ଆସ୍ତେ ଆସ୍ତେ କମାଇ ୧ ନମ୍ବରକୁ ଆଣନ୍ତୁ ।
• ଯଦି କାର୍ ଯିବା ରାସ୍ତାରେ ଟ୍ରାଫିକ୍ ପଡ଼େ ତେବେ ଗାଡ଼ିର ସମସ୍ତ ଲାଇଟ୍ ଅନ୍ କରିଦିଅନ୍ତୁ ଓ ଜୋରରେ ହର୍ଣ୍ଣ ମାରନ୍ତୁ ।
• ବ୍ରେକ୍ ଫେଲ୍ ସ୍ଥିତିରେ ବ୍ରେକ୍ ପେଡାଲକୁ ବାରମ୍ବାର ଦବାନ୍ତୁ । ହୋଇଥାଇପାରେ ବାରମ୍ବାର ବ୍ରେକ୍ ଦବାଇବା ଦ୍ୱାରା ପୁନଶ୍ଚ ଏହା କାମ କରିଦେଇପାରେ । ଏହାସହ କାରର ଏୟାର୍ କଣ୍ଡିସନରକୁ କୁଲେଷ୍ଟ ମୋର୍ଡରେ ରଖି ଫ୍ୟାନ୍ ସ୍ପିଡ୍କୁ ସର୍ବାଧିକରେ ରଖନ୍ତୁ । ଗାଡ଼ିର ହଡେଲାଇଟ୍, ଟେଲଲାଇଟ୍ ଓ ସମସ୍ତ ଆକ୍ସେସୋରି ଗୁଡ଼ିକୁ ଅନ୍ କରିଦିଅନ୍ତୁ । ଏହାଦ୍ୱାରା କିଛି କିଲୋ ୱାଟ୍ ପାୱାର୍ କମିଯିବ ଓ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିପାରିବେ ।


Share It

Comments are closed.