ଦଳ ବିରୋଧରେ ଯାଇ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍


ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍। ମୋ ବିବେକ ଅନୁଯାୟୀ ମୁଁ ଭୋଟ ଦେଇଛି ବୋଲି କହିଲେ ମୋକିମ୍। ଯେହେତୁ ସେ ଓଡିଶାର ଝିଅ ଓଡିଶାର ଗର୍ବ ଗୌରବ ସେଥିପାଇଁ ମୁଁ ଭୋଟ୍ ଦେଇଛି। କାହାକୁ ଭୋଟ୍ ଦେବାକୁ ଦଳର କୌଣିସ ହ୍ୱିପ ନଥିଲା। ମୁଁ ଓଡିଆ ହିସାବରେ ତାଙ୍କୁ ଭୋଟ୍ ଦେଇଛି ବୋଲି କଟକ ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ସୂଚନା ଦେଇଛି।

ଦଳ ନିଷ୍ପତ୍ତି ବାହାରକୁ ଯାଇ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା କଂଗ୍ରେସ ବରିଷ୍ଠ ନେତା ତ୍ରୀବ ବିରୋଧ କରିଛନ୍ତି। ଦଳ ପକ୍ଷରୁ ତଦନ୍ତ ଚାଲିଛି ଆଗକୁ ମୋକିମଙ୍କ ବିରୋଧରେ କାର୍ଯ୍ୟନୁଷ୍ଠା ହୋଇ ପାରେ ବୋଲି ପିସିସି ସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Share It

Comments are closed.