ଟ୍ରାଇ ପକ୍ଷରୁ ଡିଟିଏଚ୍ ସେବାର ଲାଇସେନ୍ସ ଫି’ ଓ ନୀତି ବିଷୟ ସୁପାରିସ ଜାରି


ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଡାଇରେକ୍ଟ ଟୁ ହୋମ୍‌୍ (ଡିଟିଏଚ୍‌) ସେବାର ଲାଇସେନ୍ସ ଫି’ ଓ ନୀତିି ବିଷୟରେ ସୁପାରିସ ଜାରି କରାଯାଇଛି । ଭାରତ ସରକାରଙ୍କ ଟେଲିକମ୍ ବିଭାଗ ପକ୍ଷରୁ ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ (ଏଜିଏଆର୍‌) ଓ ବ୍ୟାଙ୍କ ଗ୍ୟାରେଂଟିଂର ସଂଜ୍ଞାକୁ ନେଇ କରାଯାଇଥିବା ସଂଶୋଧନ ଆଧାରରେ ଟ୍ରାଇ ଏହି ସୁପାରିସ କରିଛି ।
ଭାରତରେ ଡିଟିଏଚ୍ ସେବା ପ୍ରଦାନକାରୀମାନେ ନୀତି ଗାଇଡ୍‌ଲାଇନ୍ ଅନୁସାରେ ଲାଇସେନ୍ସ ହାସଲ କରି ଡିଟିଏଚ୍ ସେବା ପ୍ରଦାନ କରୁଛନ୍ତି । ଏହି ଗାଇଡ୍‌ଲାଇନ୍‌ରେ ଲାଇସେନ୍ସ ଫି’ ସମ୍ପର୍କିତ ସୁପାରିସ କରାଯାଇଛି ଯାହା ହେଉଛି ସେବା ପ୍ରଦାନକାରୀମାନଙ୍କ ଉପରେ ଲାଗୁ କରାଯାଉଥିବା ଅଣ-ଟିକସ ଫି । ଡିଟିଏଚ୍ ଅପରେଟରମାନେ ସେମାନଙ୍କ ତ୍ରୈମାସିକ ଏଜିଆର୍‌ର ୮ ପ୍ରତିଶତ ରାଶିକୁ ଲାଇସେନ୍ସ ଫି’ ଆକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ପ୍ରଦାନ କରିବେ ।
ସେହିପରି ବ୍ୟାଙ୍କ ଗ୍ୟାରେଂଟି ହେଉଛି ଏକ ଆର୍ଥିକ ଉପକରଣ ଯାହା ସୁନିଶ୍ଚିତ କରିବ ଯେ ସେବା ପ୍ରଦାନକାରୀମାନେ ଲାଇସେନ୍ସ ରାଜିନାମାର ସର୍ତାବଳୀ ଅନୁସାରେ ସେମାନଙ୍କ ଦାୟିତ୍ୱକୁ ଠିକ୍ ସମୟରେ ନିର୍ବାହ କରିବେ । ପ୍ରଥମ ଦୁଇ ତ୍ରୈମାସିକ ପ।।ଇଁ ୫ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଂଟି ସୁପାରିସ କରାଯାଇଛି । ତା’ ପରେ ଦୁଇ ତ୍ରୈମାସିକର ଲାଇସେନ୍ସ ଫି’ ପରିମାଣର ବ୍ୟାଙ୍କ ଗ୍ୟାରେଂଟି ଦାଖଲ କରିବାକୁ ପଡ଼ିବ ।
ମୋଟ ରାଜସ୍ୱରେ ଟିଡିଏଚ୍ ଅପରେଟରଙ୍କ ସବୁ ଉତ୍ସର ଆୟ ଯଥା ସମସ୍ତ ରାଜସ୍ୱ, ସୁଧ ଆୟ, ଲାଭାଂଶ, ଭଡ଼ା, ସଂପତି ବିକ୍ରିରୁ ଲାଭ ଆଦିକୁ ସାମିଲ କରାଯାଇଛି । ପ୍ରଯୁର୍ଯ୍ୟ ମୋଟ ରାଜସ୍ୱ ବିଷୟରେ ମଧ୍ୟ ଟ୍ରାଇ କେତେକ ସୁପାରିସ କରିଛି । ସରକାରଙ୍କୁ ପ୍ରଦାନ କରାଯାଇଥିବା ଜିଏସ୍‌ଟିକୁ ବାଦ ଦେଇ ଏଜିଆର୍ ହିସାବ କରାଯିବ । ଫର୍ମ-ଡିକୁ ସଂଶୋଧନ କରିବା ଲାଗି ମଧ୍ୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଟ୍ରାଇ କହିଛି । ଏକ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ଅନଲାଇନ୍ ମାଧ୍ୟମରେ ଫର୍ମ-ଡି ଦାଖଲ କରିବାକୁ ଟ୍ରାଇ ସୁପାରିସ କରିଛି ।
ଡିଟିଏଚ୍ ଲାଇସେନ୍ସଧାରୀଙ୍କୁ ଏଜିଆର୍‌ର ୩ ପ୍ରତିଶତ ରାଶିକୁ ବାର୍ଷିକ ଲାଇସେନ୍ସ ଫି’ ଭାବେ ପ୍ରଦାନ କରିବାକୁ କୁହାଯାଇଛି । ଆସନ୍ତା ତିନି ବର୍ଷରେ ସେମାନଙ୍କ ପାଇଁ ଲାଇସେନ୍ସ ଫି’କୁ ଶୂନକୁ ହ୍ରାସ କରାଯିବ । ୨୦୨୬-୨୭ ଆର୍ଥିକ ବର୍ଷ ପରେ ଡିଟିଏଚ୍ ଲାଇସେନ୍ସଧାରୀଙ୍କ ଉପରେ କୌଣସିି ଲାଇସେନ୍ସ ଫି’ ଲାଗୁ କରାଯିବ ନାହିଁ ।


Share It

Comments are closed.