ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟସ୍ ଲିମିଟେଡ୍ ବର୍ତମାନ ହୋଣ୍ଡା ସିଏଲ୍ ପାୱାର ପ୍ରଡକ୍ଟସ୍ ଲିମିଟେଡ୍ ନାମରେ ନାମିତ


ଭୁବନେଶ୍ୱର: ଭାରତରେ ବିଦ୍ୟୁତ୍ ଉତ୍ପାଦ କ୍ଷେତ୍ରର ଅଗ୍ରଣୀ ନିର୍ମାତା ହୋଣ୍ଡା ସିଲ୍ ପାୱାର ପ୍ରଡକ୍ଟସ୍ ଲିମିଟେଡ୍ (ଏଚ୍‌ଏସ୍‌ପିପି) ପକ୍ଷରୁ ଆଜି ଏହାର ନାମ ପରିବର୍ତନ ଘୋଷଣା କରାଯାଇଛି । କମ୍ପାନୀ ଏହାର ନାମକୁ ହୋଣ୍ଡା ଇଣ୍ଡିଆ ପାୱାର ପ୍ରଡକ୍ଟସ୍ ଲିମିଟେଡ୍ (ଏଚ୍‌ଆଇପିପି)କୁ ପରିବର୍ତନ କରିଛି । ନିଜର ଦୀର୍ଘ ଦିନର ସହଯୋଗୀ ଉଷା ଇଂଟର୍‌ନ୍ୟାସ୍‌ନାଲ ଲିମିଟେଡ୍ ସହିତ ମିଳିତ ଉଦ୍ୟୋଗ ଚୁକ୍ତି ବନ୍ଦ ହେବା ପରେ ଏଚ୍‌ଏସ୍‌ପିପି କର୍ପୋରେଟ୍ ନାମ ପରିବର୍ତନ ପାଇଁ ଆବେଦନ କରିଥିଲା, ଯାହାକୁ ନିକଟରେ ଭାରତ ସରକାରଙ୍କ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ରେଜିଷ୍ଟ୍ରାର୍ ଅଫ୍ କମ୍ପାନୀଜ୍ ପକ୍ଷରୁ ଅନୁମୋଦନ ମିଳିଛି । ଏହି ନାମ ପରିବର୍ତନ ତତ୍କାଳ ପ୍ରଭାବ ସହ ଲାଗୁ ହୋଇଛି ।
ଏସମ୍ପର୍କରେ ହୋଣ୍ଡା ପାୱାର ପ୍ରଡକ୍ଟସ୍ ଲିମିଟେଡ୍‌ର ସିଏମ୍‌ଡି, ଅଧ୍ୟକ୍ଷ ଓ ସିଇଓ ତାକାହିରୋ ୟୁଏଡା କହିଛନ୍ତି, ଆମେ ଭାରତୀୟ ବଜାର ପ୍ରତି ପ୍ରତିବଦ୍ଧ ରହିଛୁ ଏବଂ ଆମର ଗ୍ରାହକମାନˆୁ ଉଚ୍ଚମାନର ହୋଣ୍ଡା ବିଦ୍ୟୁତ୍ ଉତ୍ପାଦ ଡେଲିଭର କରିବା ଜାରି ରଖିବୁ ଓ ଲୋକମାନଙ୍କୁ ନିଜ ଜୀବନକୁ ଅଧିକ ଉନ୍ନତ କରିବାର ଖୁସି ପ୍ରଦାନ କରିବାକୁ ଚେଷ୍ଟା କରିବୁ ।


Share It

Comments are closed.