ଏୟାରଟେଲ ଟିଭି ଆପରେ ଏଥର ମାଗଣାରେ ଦେଖିବାକୁ ପାଇବେ ଆଇପିଏଲର ସିଧାପ୍ରସାରଣ


ଏୟାରଟେଲ୍ ଟିଭି ଆପ୍ ମାଧ୍ୟମରେ ଗ୍ରାହକମାନେ ମାଗଣାରେ ଚଳିତ ବର୍ଷର ଭିଭୋ ଆଇପିଏଲ୍ ୨୦୧୮ ମ୍ୟାଚଗୁଡିକର ସିଧାପ୍ରସାରଣ ଦେଖିପାରିବେ । ଏଥିସହିତ ଏହିସବୁ ମ୍ୟାଚର ହାଇଲାଇଟ୍ସ ଗୁଡ଼ିକୁ ହଟଷ୍ଟାର ମାଧ୍ୟମରେ ମଧ୍ୟ ଦେଖିବାର ସୂଯୋଗ ପାଇପାରିବେ । ଏଥିପାଇଁ ଏୟାରଟେଲ୍ ଗ୍ରାହକମାନଙ୍କୁ ଏୟାରଟେଲ୍ ଟିଭି ଆପର ନୂତନ ସଂସ୍କରଣକୁ ଇନଷ୍ଟଲ କରିବାକୁ ଥିବାବେଳେ ନୂତନ ବ୍ୟବହାରକାରୀଙ୍କୁ ଉକ୍ତ ଆପକୁ ଡ଼ାଉନଲୋଡ଼ କରିବାକୁ ହେବ । ଅଣ ଏୟାରଟେଲ ବ୍ୟବହାରକାରୀଙ୍କୁ ଏୟାରଟେଲ୍ ୪ଜି ସିମ୍ କିଣି, ଏହାକୁ ନିଜ ମୋବାଇଲର ସିମ୍ ସ୍ଲଟ୍ ୧ରେ ଭର୍ତ୍ତି କରି ଷ୍ଟେପ୍ ୧କୁ ଅନୁସରଣ କରିବାକୁ ହେବ ।
ଏୟାରଟେଲ୍ ପ୍ରିପେଡ୍ ଓ ପୋଷ୍ଟପେଡ୍ ଗ୍ରାହକମାନଙ୍କ ପାଇଁ ଜୁନ୍ ୨୦୧୮ ପର୍ଯ୍ୟନ୍ତ ଏୟାରଟେଲ୍ ଟିଭି ଆପ୍ର ସମସ୍ତ କଣ୍ଟେଣ୍ଟ୍ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ । ଲାଇଭ୍ ଆଇପିଏଲ୍ ମ୍ୟାଚ୍ ସହିତ ଏୟାରଟେଲ୍ ଟିଭି ଆପ୍ ଲାଇଭ୍ ସିନେମା, ଶୋ, ଧାରାବାହିକ ଓ ଆହୁରି ଅନେକ କିଛି ଗ୍ରାହକମାନଙ୍କ ମନୋରଞ୍ଜନ ପାଇଁ ଯୋଗାଇଦେଉଛି ।
ଏହି ପରିପ୍ରେକ୍ଷୀରେ ଭାରତୀ ଏୟାରଟେଲ୍ ପକ୍ଷରୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ- କଣ୍ଟେଣ୍ଟ୍ ଏବଂ ଆପ୍ସ, ସମୀର ବାତ୍ରା, କହିଛନ୍ତି ଯେ, “ଆମେ ଆମର କଣ୍ଟେଣ୍ଟ୍ ସାରଣୀରେ ଆଗକୁ ଆସୁଥିବା ଆଇପିଏଲର ସିଧାପ୍ରସାରଣକୁ ଯୋଗ କରି ଖୁବ୍ ଊତ୍ସାହିତ । ଏୟାରଟେଲ୍ ଟିଭି ଆପ୍ ବ୍ୟବହାରକାରୀମାନେ ଯେଉଁଠାରେ ଥିଲେ ମଧ୍ୟ ଏହି ସିଧାପ୍ରସାରିତ ଆଇପିଏଲ୍ ମ୍ୟାଚଗୁଡିକକୁ ଉପଭୋଗ କରିପାରିବେ ।”


Share It

Comments are closed.