କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଲେ ଶାହା


ଗୃହମନ୍ତ୍ରୀ ଅମିତ ଶାହଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ସେ ନିଜେ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଆଜି ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ସେ ଇଶ୍ୱରଙ୍କୁ ଧନ୍ୟବାଦ ଦେବା ସହ ଏହି ସମୟରେ ତାଙ୍କ ଆରୋଗ୍ୟ କାମନା କରିଥିବାରୁ ଏବଂ ତାଙ୍କ ପରିବାର ଲୋକଙ୍କ ସାହସ ବଢାଇଥିବାରୁ ସେ ଦେଶବାସୀଙ୍କ ପ୍ରତି ଆଭାର ବ୍ୟକ୍ତ କରିଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଆଉ କିଛି ଦିନ ହୋମ୍ ଆଇସୋଲେସନରେ ରହିବେ । କହିରଖୁଛୁ ୨ ଅଗଷ୍ଟରେ ଅମିତ ଶାହ ଟ୍ୱିଟ୍ କରି ସେ କରୋନା ପଜିଟିଭ୍ ଥିବା କଥା କହିଥିଲେ । ସେହି ସମୟରେ ସେ କହିଥିଲେ କି ତାଙ୍କୁ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ହେଉନି କିନ୍ତୁ ଯାଞ୍ଚ ରିପୋର୍ଟରେ ପଜିଟିଭ୍ ଆସିବା କାରଣରୁ କିଛି ଦିନ ହସ୍ପିଟାଲରେ ରହିବାକୁ ପଡିବ । ଏହା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।


Share It

Comments are closed.