ଧୂମ୍ରପାନ ଛଡ଼ିବା ନିମନ୍ତେ ଆପଣାନ୍ତୁ ଏହି ଘରୋଇ ଉପାୟ


ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଅଜି ତମାଖୁ ଓ ଧୂମ୍ରପାନ ସହିତ ଜଡ଼ିତ । ଅନେକଙ୍କ ପାଇଁ ଏହା କ୍ୟାନସର ଓ ଫୁସ୍ଫୁସ୍ ଜନୀତ ରୋଗର କାରଣ ହୋଇଥାଏ । ପୁଣି ଏକ ଅନୁଦ୍ଧାନରୁ ଜଣାଯାଇଛି ଯେ, ଧୂମ୍ରପାନ କରିବା କ୍ଷେତ୍ରରେ ଭରତର ସ୍ଥାନ ଦ୍ୱିତୀୟ । ବିଶ୍ୱରେ ୧୫ ବର୍ଷରୁ ଅଧିକ ଧୂମ୍ରପାନକାରୀଙ୍କ ସଂଖ୍ୟା ୧୧୦ କୋଟି ହୋଇଥିବାବେଳେ କେବଳ ଭାରତରେ ଏମାନଙ୍କ ସଂଖ୍ୟା ୧୦୬ ନିୟୁତ । ସେହିପରି ବିଶ୍ୱର ୩୬୭ ଧୂଆଁ ବିହୀନ ଧୂମ୍ରପାନକାରୀଙ୍କ ମଧ୍ୟରୁ କେବଳ ଭାରତରେ ଅଛନ୍ତି ୨୦୦ ନିୟୁତ । ଏହି ଖରାପ ଅଭ୍ୟାସରୁ ମୁକୁଳିବା ବଡ଼ କଷ୍ଟସାଧ୍ୟ । ତଥାପି କେତେକ ଘରୋଇ ଉପାୟରେ ଆପଣ ସିଗାରେଟ ଛାଡ଼ିପାରିବେ ।
• ସିଗାରେଟ ଟାଣିବାକୁ ଇଚ୍ଛା ହେଉଥିଲେ ଜୁଆଣି ମଞ୍ଜି ନେଇ ଚୋବାନ୍ତୁ । ଏପରି ବାରମ୍ବାର କଲେ ଧୂମ୍ରପାନ ଅଭ୍ୟାସ ଦୂର ହୋଇଯିବ ।
• ଡାଲଚିନିର ଏକ ଖଣ୍ଡକୁ କିଛି ସମୟ ପାଇଁ ଶୋଷନ୍ତୁ । ଏହା ଦ୍ୱାରା କିଛି ଦିନ ପରେ ଆପଣ ଏହି ଅଭ୍ୟାସରୁ ମୁକ୍ତି ପାଇପାରିବେ ।
• ଅଙ୍ଗୁର ମଞ୍ଜି ଧୂମ୍ରପାନ ଛାଡ଼ିବା ପାଇଁ ଏକ ଶ୍ରେଷ୍ଠ ଉପାୟ । ସିଗାରେଟ ଟାଣିବାକୁ ଇଚ୍ଛା ହେଲେ କିଛି ଅଙ୍ଗୁର ମଞ୍ଜି ନେଇ ଚୋବାନ୍ତୁ । ଏହା ରକ୍ତରେ ଏସିଡିଟିକୁ କମ୍ କରିବା ସହିତ ଧୂମ୍ରପାନଜନୀତ କ୍ଷତିରୁ କିଛିମାତ୍ରାରେ ରକ୍ଷା କରିଥାଏ ।
• ପ୍ରତିଦିନ ତମ୍ବାପାତ୍ରରେ ପାଣି ପିଅନ୍ତୁ । ଏପରି କରିବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ ।
• ମହୁରେ ଥିବା ଏନଜାଇମ୍ ଓ ପ୍ରୋଟିନ ଧୂମ୍ରମାନ ଅଭ୍ୟାସକୁ ଦୂର କରେ । ତେଣୁ ଯେବେବି ସିଗାରେଟ ଟାଣିବାକୁ ଇଚ୍ଛା ହେବ ମହୁ ଚାଟିଦିଅନ୍ତୁ ।
• ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଦୁଇ ତିନୋଟି ତୁଳସୀ ପତ୍ର ଚୋବାନ୍ତୁ । ଲଗାଦାର ଏପରି କିଛି ଦିନ କଲେ ଧୂମ୍ରପାନ ଅଭ୍ୟାସରୁ ଆପଣ ମୁକ୍ତି ପାଇପାରିବେ ।


Share It

Comments are closed.