ସଲମାନଙ୍କ ପରିବାରରେ ଲାଗିଲା ପୁଣି ଏକ କଳଙ୍କ


ବଲିଉଡର ଭାଇଜାନ ବୋଲାଉଥିବା ସଲମାନ ଖାନଙ୍କ ଭାଇ ନାମରେ ଏକ କଳଙ୍କ ଲାଗିଯାଇଛି । ତାହା ପୁଣି ସାମାନ୍ୟ କଳଙ୍କ ନୁହେଁ, କ୍ରିକେଟରେ ସଟ୍ଟାବାଜର କଳଙ୍କ । ସଲମାନ ଖାନଙ୍କ ସେହି ଭାଇଙ୍କ ନାମ ହେଉଛି ଅରବାଜ ଖାନ । ଚଳିତ ଆଇପିଏଲରେ ଅରବାଜ ଖାନଙ୍କ ନାମରେ ସଟ୍ଟାବଜୀର ଅଭିଯୋଗ ଆସିଛି, ଯେଉଥିପାଇଁ ଥାଣେ ପୋଲିସ ପକ୍ଷରୁ ତଲବ ଜାରି କରାଯାଇଛି । ସେଥିପାଇଁ ପୁଲିସ ଅରବାଜ ଖାନଙ୍କୁ ଜେରା ପାଇଁ ପୋଲିସ ଷ୍ଟେସନ ଡକାଇଛି ।
ଟାଇମସ ନାଓ ଟିଭି ଚ୍ୟାନେଲ ପକ୍ଷରୁ କୁହାଯାଇଛି ଯେ, ଅରବାଜ ଖାନ ଚଳିତ ବର୍ଷ ଆଇପିଏଲରେ ବେଟିଙ୍ଗ କରି ୨.୮ କୋଟି ହରାଇଛନ୍ତି, ଯାହାପରେ ତାଙ୍କୁ କ୍ରିକେଟ ବୁକି ସୋନୁ ଜାଲାନ ଠାରୁ ଦମକ ମଧ୍ୟ ଆସିଥିଲେ ।
ମଙ୍ଗଳବାର ଥାନେ କ୍ରାଇମବ୍ରାଞ୍ଚ ପୋଲିସ ସୋନୁ ଜାଲାନଙ୍କୁ ଗିରିଫ କରିବା ପରେ ଏହି ଘଟଣା ପଦାକୁ ଆସିଥିଲା । ଏହା ମଧ୍ୟ କୁହାଯାଉଛି ଯେ ସୋନୁ ଜାଲାନ ଅଣ୍ଡବୱାର୍ଲଡ ଜନ ଦାଉଦ ଇବ୍ରାହିମର ପ୍ରମୁଖ ସହଯୋଗୀ ଅଟେ ।


Share It

Comments are closed.