ଟ୍ରାୟମ୍ଫର ପକ୍ଷରୁ ଟାଇଗର ୧୨୦୦ଏକ୍ସସିଏକ୍ସ ବାଇକ, ମୂଲ୍ୟ ୧୭ ଲକ୍ଷ


ସୁପର ବାଇକ ପ୍ରେମି ଯୁବବର୍ଗଙ୍କ ପାଇଁ ଟ୍ରାୟମ୍ପ ଆଣିଛି ଏହାର ନୂତନ ଷ୍ଟାଇଲିସ, ଦମଦାର ବେଗ ଏବଂ ଶକ୍ତି ସହ  ଟାଇଗର ୧୨୦୦ଏକ୍ସସିଏକ୍ସ । ଏହାର ପ୍ରାରମ୍ଭିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ରହିଥିବାବେଳେ ନୂତନ ଟାଇଗର ୧୨୦୦ଏକ୍ସସିଏକ୍ସ ଏପର୍ଯ୍ୟନ୍ତର ସମସ୍ତ ଟାଇଗର ମଡେଲ ମଧ୍ୟରେ ଅତ୍ୟାଧୁନିକ ମଡେଲ । ବିଗତ ୮୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ମୋଟରସାଇକେଲ ଅନ୍ ରୋଡ଼ ଆଡ଼ଭେଞ୍ଚର୍ସ ଏବଂ ଅଫ୍ ରୋଡ଼ ଆହ୍ୱାନକୁ ସମ୍ମୁଖିନ ହେବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି । ଏଥି ସହିତ ଏହାର ସମସ୍ତ ନୂତନ ଅତ୍ୟାଧୁନିକ କୌଶଳ, ଉନ୍ନତ ଇଞ୍ଜିନ୍, ପ୍ରିମିୟମ ସ୍ୱତନ୍ତ୍ରତା ଏବଂ ଅତ୍ୟାଧୁନିକ ଷ୍ଟାଇଲ ଚାଳକକୁ ସଠିକ ଚାଳନା ଅନୁଭୂତି ପ୍ରଦାନ କରିବାରେ ସାହାଯ୍ୟ କରିଥାଏ ।
ଏହି ପରିପ୍ରେକ୍ଷୀରେ ଟ୍ରାୟମ୍ଫ ମୋଟରସାଇକେଲ ଇଣ୍ଡିଆ ପ୍ରାଇଭେଟ ଲିଃ.ର ପରିଚାଳନା ନିର୍ଦ୍ଦେଶକ, ଶ୍ରୀଯୁକ୍ତ ବିମଳ ସମ୍ବଲେ କହିଛନ୍ତି ଯେ, “ଏହି ବିଭାଗରେ ଏହା ଅଗ୍ରଣୀ ହୋଇଥିବାରୁ, ଟାଇଗର ୧୨୦୦ ସିରିଜ୍ ସହିତ ଷ୍ଟେଟ-ଅଫ-ଦି-ଆର୍ଟ ବୈଶିଷ୍ଟ୍ୟ ଏବଂ ଚାଳକକୁ ଦୃଷ୍ଟିରେରଖି ନିର୍ମିତ ଜ୍ଞାନ କୌଶଳ ଉଭୟ ଅନ-ରୋଡ୍ ଏବଂ ଅଫ ରୋଡ ଚାଳନା ପାଇଁ ଉପଯୁକ୍ତ ହୋଇଥିବାବେଳେ ସଠିକ ସ୍ଥାୟିତ୍ୱ ଏବଂ ନିୟନ୍ତ୍ରଣ ପ୍ରଦାନ କରିଥାଏ । ।”
ଶ୍ରୀଯୁକ୍ତ ସାମ୍ବଲେ ଆହୁରି ମଧ୍ୟ କହିଛନ୍ତି ଯେ, “ନୂତନ ଟାଇଗର ୧୨୦୦ ଅତ୍ୟନ୍ତ ଅତ୍ୟାଧୁନିକ ଯାନ ଯାହା ପ୍ରସ୍ତୁତି ପାଇଁ ୪ବର୍ଷ ସମୟ ଲାଗିଥିଲା । ବର୍ତ୍ତମାନ ଏହିପରି ଅତ୍ୟାଧୁନିକ ଦୁଃସାହାସିକ ମୋଟରସାଇକେଲର ଶୁଭାରମ୍ଭକୁ ନେଇ ଆମ୍ଭେମାନେ ଗର୍ବିତ ଯାହା ମଧ୍ୟରେ ସ୍ୱତନ୍ତ୍ର ଶ୍ରେଷ୍ଠ ଅଗ୍ରଣୀ ଇଞ୍ଜିନ ଗୁଣବତ୍ତା, ଚାଳକ-କେନ୍ଦ୍ରିତ କୌଶଳ ନବୀକରଣ ଏବଂ ପ୍ରିମିୟମ ଷ୍ଟାଇଲିଙ୍ଗ ରହିଛି । ଏହି ସମସ୍ତ ବୈଶିଷ୍ଟ୍ୟଗୁଡିକ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଟାଇଗର ଠାରୁ ଅଧିକ ଅତ୍ୟାଧୁନିକ ।”


Share It

Comments are closed.